Miracle Story / ଡାକ୍ତର କରିଥିଲେ ମୃତ ଘୋଷଣା କିନ୍ତୁ ରାସ୍ତାରେ ଉଠି ବସିଲେ ମହିଳା

Key Points
ଡାକ୍ତର କରିଥିଲେ ମୃତ ଘୋଷଣା କିନ୍ତୁ ରାସ୍ତାରେ ଉଠି ବସିଲେ ମହିଳା ।
କଥାରେ ଅଛି ରଖେ ହରି ତ ମାରେ କିଏ... ଯଦି ଭଗବାନଙ୍କ କୃପା ଥାଏ ତାଙ୍କ ଆଗରେ ମଣିଷ ବା କ'ଣ । ସାଧାରଣତଃ ଡାକ୍ତରଙ୍କୁ ଦ୍ଵୀତିୟ ଭଗବାନ ବୋଲି କୁହାଯାଏ । ଆଉ ଯେଉଁ ଜାଗାରେ ଡାକ୍ତର ବି ଫେଲ ମାରନ୍ତି ଶେଷ ଆଶା ଥାଏ ଭଗବାନଙ୍କ ଉପରେ । ଭଗବାନଙ୍କ ଚମତ୍କାରିତା ମରିଯାଇଥିବା ମଣିଷକୁ ବି ଜୀବିତ କରିଦିଏ । ଆଉ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପିଲିଭୀତ ଜିଲ୍ଲାରେ ।
ପିଲିଭୀତ ଜିଲ୍ଲା କୋର୍ଟରେ ନିଯୁକ୍ତ ବିନୀତା ଶୁକ୍ଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ବରେଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ ଏବଂ ଭେଣ୍ଟିଲେଟର କାଢି ଘରକୁ ନେବାକୁ କହିଥିଲେ । ଏହା ପରେ, ପରିବାର ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଆମ୍ବୁଲାନ୍ସରେ ଘରକୁ ଅଣାଯାଉଥିବା ସମୟରେ, ହାଫିଜଗଞ୍ଜ ନିକଟରେ ଆମ୍ବୁଲାନ୍ସ ଚକଟି ଏକ ବଡ଼ ଗାତରେ ପଡ଼ିଯାଇ ଥିଲା, ଯାହା ଫଳରେ ଗୁରୁତର ଝଟକା ଲାଗିଥିଲା, ଏହା ପରେ ବିନୀତାଙ୍କୁ ତାଙ୍କ ସ୍ୱାମୀ କୁଲଦୀପ ଶୁକ୍ଲା ଏବଂ ପରିବାର ଲୋକ ତୁରନ୍ତ ପିଲିଭୀତର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ସେଥିପାଇଁ କୁହାଯାଏ ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ ।
ଶବଦାହ ପାଇଁ ପ୍ରସ୍ତୁତି କରାଯାଇଥିଲା
ବିନୀତାଙ୍କ ଅବସ୍ଥା ଦେଖି, ବରେଲିର ଡାକ୍ତରମାନେ ହାର ମାନିଯାଇଥିଲେ । ତାଙ୍କ ସ୍ୱାମୀ କୁଲଦୀପ ଶୁକ୍ଳାଙ୍କୁ କୁହାଯାଇଥିଲା ଯେ ଭେଣ୍ଟିଲେଟର କାଢ଼ି ଦିଆଗଲେ ସବୁକିଛି ସରିଯିବ । ଏହା ଶୁଣି ସେ ଦୁଖଃରେ ଭାଙ୍ଗି ପଡ଼ିଥିଲେ ପରେ ଏହି ବାବଦରେ ପରିବାରରକୁ ଖବର ଦେଲେ, ଯେଉଁଠାରେ ପୁଅ, ବୋହୂ ଏବଂ ଝିଅ ତାଙ୍କ ଶବକୁ ଅପେକ୍ଷା କରି କାନ୍ଦୁଥିଲେ । ଖାଲି ପରିବାର ନୁହେଁ ପଡ଼ୋଶୀମାନେ ମଧ୍ୟ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିଲେ ।
କିନ୍ତୁ ପ୍ରକୃତିର ଅଉ କିଛି ଅନ୍ୟ ଯୋଜନା ଥିଲା । ଆମ୍ବୁଲାନ୍ସର ହଠାତ୍ ଗାତରେ ପଡ଼ିବା ଦୁଃଖର ପରିବେଶକୁ ଏକ ନୂଆ ଆଶାରେ ପରିଣତ କରିଦେଲା । ପରିବାର ଏହି ଘଟଣାକୁ ଏକ "ଚମତ୍କାର" ବୋଲି କହୁଛନ୍ତି । ଚମତ୍କାର କିମ୍ବା ସଠିକ୍ ଚିକିତ୍ସାର ପ୍ରଭାବ ।
ପିଲିଭୀତରେ ବିନୀତାଙ୍କୁ ଚିକିତ୍ସା କରିଥିବା ନ୍ୟୁରୋସର୍ଜନ ଡାକ୍ତର ରାକେଶ ସିଂହଙ୍କୁ ନେଇ ଏବେ ଅନେକ ଆଲୋଚନା ହେଉଛି । ଡାକ୍ତର ସିଂହ କହିଛନ୍ତି ଯେ ରୋଗୀଙ୍କଠାରେ ସାପ କାମୁଡ଼ାର ଲକ୍ଷଣ ଥିବା ସେ ସନ୍ଦେହ କରୁଛନ୍ତି । ଏହା ଆଧାରରେ, ସେ ଏକ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ ଏବଂ ଆବଶ୍ୟକୀୟ ଔଷଧ ଦେଇଥିଲେ ।
୨୪ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥାରେ ଉନ୍ନତି ହେବା ଆରମ୍ଭ ହୋଇଥିଲା । ଲକ୍ଷ୍ନୌର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ସହ ୧୩ ଦିନ ଧରି ଚିକିତ୍ସା କରିବା ପରେ, ବିନୀତା ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
'ଭଗବାନ ଯାହାକୁ ରକ୍ଷା କରନ୍ତି, ତାଙ୍କୁ କେହି କ୍ଷତି କରିପାରିବେ ନାହିଁ'
ଡାକ୍ତରଙ୍କ ମତରେ, କେତେକ ସମୟରେ ସ୍ନାୟୁଗତ ଅବସ୍ଥା କିମ୍ବା ସାପ କାମୁଡ଼ା ରୋଗୀଙ୍କୁ ବ୍ରେନ୍ ଡେଡ୍ ହୋଇପାରେ । । ବିନିତାଙ୍କ କ୍ଷେତ୍ରରେ, ସେହି ଗାତ ଜୀବନ ରକ୍ଷାକାରୀ ଭାବରେ କାମ କରିଛି । ଆଉ ଆଜି ବିନିତାଙ୍କ ଘରେ ଏବଂ ନ୍ୟାୟିକ ବିଭାଗରେ ଆନନ୍ଦର ଲହରୀ ଖେଳିଯାଇଛି । ଲୋକମାନେ ଏହାକୁ ଏକ ଚମତ୍କାରଠାରୁ କମ୍ ନୁହେଁ ବୋଲି କହୁନାହାଁନ୍ତି । କାରଣ ଯେଉଁଠାରେ ମୃତ୍ୟୁ ନିଶ୍ଚିତ ବୋଲି କୁଯାଉଥିଲା, ସେଠାରେ ଜୀବନ ଏବେ ହସୁଛି ।
📱 Get Argus News App
✨Related Topics
Explore more stories