ନାଚୁଥିବା ବେଳେ ଟଳିପଡିଲେ ଯୁବତୀ

ଜୀବନର ନିୟମ ଜନ୍ମର ନିଶ୍ଚିନ୍ତ ମୃତ୍ୟୁ ଦୁଃଖ ପରେ ସୁଖ । ମୃତ୍ୟୁ କେତେବେଳେ କାହାକୁ କେଉଁ ସମୟରେ ଆସିବ ତାହା କିଏ ବା କହିବ । ଠିକ ଏହିପରି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ନାଚୁଥିବା ବେଳେ ଟଳିପଡିଲେ ଯୁବତୀ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଜଣେ ଯୁବତୀ ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ନୃତ୍ୟ କରୁଥିଲେ । ସାମ୍ନାରେ ଥିବା ଦୁଇ ଶହରୁ ଅଧିକ ପ୍ରିୟ ପରିଜନ ଓ ଅତିଥିମାନେ ଏହାକୁ ଦେଖୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ନାଚୁଥିଲେ ୨୩ ବର୍ଷୀୟା ପରିଣୀତା ଜୈନ୍ । କିନ୍ତୁ ହଠାତ୍ ସେ ଷ୍ଟେଜ ଉପରେ ଖସି ପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପରିଣୀତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିବାହ ପାଇଁ ଯେଉଁଠି ଉତ୍ସବର ମାହୋଲ ଥିଲା ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏକ ଖୁସିର ସମୟ ଚାଲିଥିବାବେଳେ ପରିବାର ଉପରେ ଏକ ବଡ ଦୁଃଖର ପାହାଡ ପଡିଯାଇଛି।