Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା: ପୋଲିସ ଧରିବା ପରେ ଅଭିଯୁକ୍ତ କହିଲେ...

National

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା: ପୋଲିସ ଧରିବା ପରେ ଅଭିଯୁକ୍ତ କହିଲେ...

Ritu Das
Browse all articles by Ritu Das
·1 year ago·1 min read
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା: ପୋଲିସ ଧରିବା ପରେ ଅଭିଯୁକ୍ତ କହିଲେ...

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ତାଙ୍କ ନାମ ସଞ୍ଜୟ ରାୟ, ଯିଏ କି ହସ୍ପିଟାଲର କର୍ମଚାରୀ ନଥିଲେ। କିନ୍ତୁ ତାଙ୍କୁ ବାରମ୍ବାର କ୍ୟାମ୍ପସ ବିଲ୍ଡିଂକୁ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଥିଲା। ଅଗଷ୍ଟ ୧୦ରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ବର୍ତ୍ତମାନ ସେ ୧୪ ଦିନ ପାଇଁ ରିମାଣ୍ଡ ଅବଧିରେ ଅଛି।

ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୟ ରାୟ ହସ୍ପିଟାଲରେ ଚାଲିଥିବା ଏକ ରାକେଟରେ ସାମିଲ ଥିଲା, ଯେଉଁଥିରେ ରୋଗୀଙ୍କୁ ଭର୍ତ୍ତି କରିବା ବାହାନାରେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରାଯାଉଥିଲା। ସରକାରୀ ହସ୍ପିଟାଲରେ ବେଡ୍ ନ ମିଳିବାରୁ ସଞ୍ଜୟ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେଇ ନିକଟସ୍ଥ ନର୍ସିଂହୋମରେ ବେଡ୍ ଖୋଜିଦେଉଥିଲା। ଯଦିଓ ସେ ପୋଲିସ କର୍ମଚାରୀ ନୁହଁନ୍ତି, ସଞ୍ଜୟ ବେଳେବେଳେ ନିଜ ସମ୍ପର୍କୀୟଙ୍କୁ ବ୍ୟବହାର କରି ପୋଲିସ ବ୍ୟାରେକରେ ରହୁଥିଲା।

ପୋଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ନିଜର ଅପରାଧ ସ୍ୱୀକାର କରିଛି। ଏହି ଜଘନ୍ୟ ଅପରାଧ ପାଇଁ ସେ କୌଣସି ଅନୁତାପ ଦେଖାଇ ନ ଥିଲା। ସେ ପୋଲିସକୁ କହିଛି, ଆପଣ ଚାହିଁଲେ ମୋତେ ଫାଶୀ ଦିଅନ୍ତୁ ଏବଂ ତା ମୋବାଇଲ୍ ଫୋନରେ ଅଶ୍ଳୀଳ ବିଷୟବସ୍ତୁ ମଧ୍ୟ ମିଳିଥିଲା। ସିସିଟିଭି କ୍ୟାମେରା ଫୁଟେଜ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus Whatsapp Channel Mobile Top
Sponsored
Woman doctor | Argus News