Videos
|
National

Brutal Murder / ସହିପାରୁ ନ ଥିଲେ ଆଉ କାହାର ସୁନ୍ଦର ଚେହେରା: ନିଜ ଛୁଆ ସହ ୪ଜଣଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ

Ritu Das
Browse all articles by Ritu Das
·9 months ago·2 min read
ସହିପାରୁ ନ ଥିଲେ ଆଉ କାହାର ସୁନ୍ଦର ଚେହେରା: ନିଜ ଛୁଆ ସହ ୪ଜଣଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ
drowning incident

Key Points

ପୋଲିସ ବୁଧବାର କହିଛି ଯେ, "ପାଣିପତରେ ଜଣେ ମହିଳା ତାଙ୍କ ଭାଣିଜୀଙ୍କ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି।" କାରଣ: ସେ ଚାହୁଁ ନଥିଲେ ଯେ ତାଙ୍କଠାରୁ କେହି "ଅଧିକ ସୁନ୍ଦର" ଦେଖାଯାନ୍ତୁ।
ହରିୟାଣାର ପାନିପତର ଏକ ଗାଁରେ ବିବାହ କାର୍ଯ୍ୟକ୍ରମରେ ବଡ଼ ଅଘଟଣ ଘଟିଛି। ଯେଉଁଥିରେ ଏକ କୁନି ଝିଅର ଜୀବନ ଚାଲିଯାଇଛି। ଆଉ ଛୁଆଟିକୁ ନିଜ ମାଇଁ ହତ୍ୟା କରିଛି କାରଣ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଭାଣିଜୀ କାଳେ ମାଇଁ ଠୁ ସୁନ୍ଦର ଦିଶିବ ସେଥିପାଇଁ ନିଷ୍ଠୁର ମାଇଁ ଛୁଆଟିକୁ ପାଣିରେ ବୁଡ଼ାଇ ହତ୍ୟା କରିଛି। ଉତ୍ସବ ପାଇଁ ସଜେଇ ହୋଇଥିଲା ଘର କିନ୍ତୁ କିଏ ଜାଣିଥିଲା କିଛି ସମୟ ମଧ୍ୟରେ ଘରୁ କେବଳ ହୃଦୟ ଫଟା କାନ୍ଦ ହିଁ ଶୁଭିବ। ଆହାରେ ଦଇବ କୁନି ଛୁଆଟି କାହାର କି ଦୋଷ କରିଥିଲା। ସିଏ ସୁନ୍ଦର ହେବା କଣ ପାପ ଥିଲା। ପୋଲିସ ଏକ ଭୟଙ୍କର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି। ଯେଉଁଥିରେ ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତି ଜର୍ମାନ ପରୀ କାହାଣୀ ସ୍ନୋ ହ୍ୱାଇଟ୍ ର ଏଭିଲ୍ ରାଣୀଙ୍କ କଥା ମନେ ପକାଇଲା ଭଳି ଲାଗୁଛି।

ପୋଲିସ ବୁଧବାର କହିଛି ଯେ, "ପାଣିପତରେ ଜଣେ ମହିଳା ତାଙ୍କ ଭାଣିଜୀଙ୍କ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି।" କାରଣ: ସେ ଚାହୁଁ ନଥିଲେ ଯେ ତାଙ୍କଠାରୁ କେହି "ଅଧିକ ସୁନ୍ଦର" ଦେଖାଯାନ୍ତୁ।

ସୋମବାର ଦିନ ଯେତେବେଳେ ସମଗ୍ର ପରିବାର ସୋନିପତରେ ଏକ ବିବାହ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ, ଅଭିଯୁକ୍ତ ପୁନମ ତାଙ୍କ 6 ବର୍ଷର ଭାଣିଜୀକୁ ପାଣି ଟବ୍‌ରେ ବୁଡ଼ାଇ ହତ୍ୟା କରିଥିଲେ।

ପୋଲିସର ସୂଚନା ଅନୁଯାୟୀ, ପୁନମ ପୂର୍ବରୁ 2023 ମସିହାରେ ତାଙ୍କ ପୁଅ ସମେତ ତିନି ଜଣ ପିଲାଙ୍କୁ ଠିକ ଏହିଭଳି ହତ୍ୟା କରିଥିଲେ। ଆଉ ଏବେ ପୁଣି ଭାଣିଜୀଙ୍କୁ ସେହିଭଳି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୀଡିତା, ବିଧୀ ବାପା ମା'ଙ୍କ ସହ ସୋନିପତରେ ରହୁଥିଲେ।  ପାନିପତର ଇସରାନା ଅଞ୍ଚଳର ନୌଲଥା ଗାଁକୁ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ଆସିଥିଲେ। ତାଙ୍କ ସହିତ ତାଙ୍କ ଜେଜେବାପା ପାଲ ସିଂହ, ଜେଜେମା ଓମବତୀ, ବାପା ସନ୍ଦୀପ, ମାଆ ଏବଂ ୧୦ ମାସର ସାନ ଭାଇ ମଧ୍ୟ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ସମୟ ପରେ, ବିଧୀର ବାପାଙ୍କୁ ଏକ ଫୋନ୍ କଲ୍ ଆସିଲା ଯେଉଁଥିରେ ସେ ନିଖୋଜ ଥିବା ସୂଚନା ଦିଆଯାଇଥିଲା, ଏବଂ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ ଗୋଟିଏ ଘଣ୍ଟା ପରେ, ତାଙ୍କ ଜେଜେମା ଓମୱାତି ସେମାନଙ୍କ ସମ୍ପର୍କୀୟଙ୍କ ଘରର ପ୍ରଥମ ମହଲାରେ ଥିବା ଏକ ଷ୍ଟୋରରୁମକୁ ଯାଇଥିଲେ। ଷ୍ଟୋରରୁମର ଦ୍ୱାର ବାହାରୁ ବନ୍ଦ ଥିଲା। ଯେତେବେଳେ ସେ ଏହାକୁ ଖୋଲିଲେ, ସେତେବେଳେ ବିଧିଙ୍କ ମୁଣ୍ଡ ପାଣି ଟବରେ ବୁଡ଼ି ରହିଥିବା ଏବଂ ପାଦ ତଳେ ପଡ଼ିଥିବାର ସେ ଦେଖିଲେ।

ଶିଶୁକୁ ତୁରନ୍ତ ଏନସି ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଧିର ବାପା ପରେ ଏକ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ରୁଜୁ କରିଥିଲେ, ଯେଉଁଥିରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା।

ପୋଲିସ କହିଛି ଯେ ସେ ବିଶେଷ ଭାବେ ଯୁବତୀ ଜଣକ ସୁନ୍ଦରୀ ଝିଅମାନଙ୍କୁ ଟାର୍ଗେଟ କରିଥିଲେ। ପୁନମ ସମାନ ଭଳି ଆଗରୁ ଚାରି ଜଣ ପିଲାଙ୍କ ସହ ନିଜ ପୁଅର ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ପ୍ରଥମେ କିନ୍ତୁ ଘର ଲୋକ ଭାବୁଥିଲେ ଛୁଆ ମାନେ ବୋଧହୁଏ ପାଣିରେ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବୁଥିଲେ କିନ୍ତୁ କିଏ ଜାଣିଥିଲା ଯେ, ଦୁନିଆଁରେ ଏଭଳି ରାକ୍ଷସୀମାନେ ବି ଅଛନ୍ତି।

Woman Allegedly Drowns Four childrens Including her Child | Argus News