Videos
|
National

Corporate Life / ଚାକିରିର ପ୍ରଥମ ଦିନରେ ହିଁ ଛଟେଇ: ସତ କହିବା ମହିଳାଙ୍କୁ ପଡ଼ିଲା ମହଙ୍ଗା

Rashmita Mishra
Browse all articles by Rashmita Mishra
·1 hour ago·3 min read
ଚାକିରିର ପ୍ରଥମ ଦିନରେ ହିଁ ଛଟେଇ: ସତ କହିବା ମହିଳାଙ୍କୁ ପଡ଼ିଲା ମହଙ୍ଗା
Corporate Life

Key Points

ସତ କହିବା ମହିଳାଙ୍କୁ ପଡ଼ିଲା ମହଙ୍ଗା । 
ଚାକିରିର ପ୍ରଥମ ଦିନରେ ହିଁ ଛଟେଇ । 
ଅଫିସରେ ପ୍ରଥମ ଦିନ... ସତ କହିଲେ, ଚାକିରି ଗଲା

ଆମେ ସମସ୍ତେ ଶୁଣିଛୁ ସତ୍ୟର ସବୁବେଳେ ବିଜୟ ହୁଏ । କିନ୍ତୁ ଆଜିର କର୍ପୋରେଟ୍ ଦୁନିଆରେ ବେଳେବେଳେ ସତ କହିବା ମଧ୍ୟ ଭାରି ପଡ଼ିଯାଏ । ସୋସିଆଲ୍ ମିଡିଆରେ ଏବେ ଏକ ଏଭଳି ଘଟଣା ଭାଇରାଲ୍ ହେଉଛି, ଯାହାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି ଆଜିର ସମୟରେ ସଚ୍ଚୋଟ ହେବା କ’ଣ ସତରେ ଭୁଲ୍ ?

ଚାକିରିର ପ୍ରଥମ ଦିନରେ ହିଁ ମିଳିଲା ବଡ଼ ଝଟକା

ଆଜିର ସମୟରେ ଭଲ ଚାକିରି ପାଇବା ଏବଂ ତାହାକୁ ବଜାୟ ରଖିବା ଅନେକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି । ଭାଇରାଲ୍ ହେଉଥିବା ଏହି ଘଟଣା ଅନୁସାରେ, ଜଣେ ମହିଳା ନୂଆ ଚାକିରିରେ ଯୋଗଦେବାର ମାତ୍ର ୪ ଘଣ୍ଟା ପରେ, ଅର୍ଥାତ୍ ଲଞ୍ଚ୍ ବ୍ରେକ୍ ସମୟରେ ହିଁ ଚାକିରି ହରାଇଥିଲେ ।

ମହିଳା ଜଣକ ଇଣ୍ଟରଭ୍ୟୁ ସମୟରେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ସୋମବାରରୁ ଶୁକ୍ରବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରିପାରିବେ । କାରଣ ସେ ପୂର୍ବରୁ ଏକ ହସ୍ପିଟାଲରେ ସନ୍ଧ୍ୟା ଶିଫ୍ଟରେ କାମ କରୁଥିଲେ । ନିଜ ଖର୍ଚ୍ଚ ଓ ସଞ୍ଚୟ ପାଇଁ ସେ ଏହି ସକାଳର ଚାକିରିଟି କରୁଥିଲେ ।

ହଠାତ୍ ବଦଳିଗଲା କାମର ସମୟ
ଚାକିରିର ପ୍ରଥମ ଦିନ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ କମ୍ପାନୀ ପକ୍ଷରୁ ନୂଆ କାର୍ଯ୍ୟ ସୂଚୀ ଘୋଷଣା କରାଗଲା । କର୍ମଚାରୀମାନଙ୍କୁ କୁହାଗଲା ଯେ ଏଣିକି ସପ୍ତାହରେ ୬ରୁ ୭ ଦିନ, ପ୍ରତିଦିନ ୧୨ ଘଣ୍ଟା କାମ କରିବାକୁ ପଡ଼ିବ । ଏହା ପରେ କମ୍ପାନୀ ଏକ ବୈଠକ ଡାକି କର୍ମଚାରୀମାନଙ୍କୁ ପଚାରିଲା ଏହି ନୂଆ ସିଡ୍ୟୁଲ୍‌କୁ ନେଇ କାହାର କୌଣସି ସମସ୍ୟା ଅଛି କି ? କିମ୍ବା କାହାକୁ କୌଣସି ପ୍ରକାରର ସହାୟତା ଦରକାର କି ?

ସଚ୍ଚୋଟ ଭାବେ ନିଜ ସମସ୍ୟା କହିବା ପଡ଼ିଲା ମହଙ୍ଗା
ମହିଳା ଓ ତାଙ୍କ କିଛି ସହକର୍ମୀ ଭାବିଥିଲେ ଯେ କମ୍ପାନୀ ବୋଧହୁଏ ସେମାନଙ୍କ ସମସ୍ୟା ବୁଝିବାକୁ ଚାହୁଁଛି । ତେଣୁ ମହିଳା ଜଣକ ନିଜ ପରିସ୍ଥିତି ବିଷୟରେ ଖୋଲାଖୋଲି ଭାବେ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ନିଜର ନିର୍ଦ୍ଧାରିତ ଛୁଟି ଦିନରେ ଆବଶ୍ୟକ ହେଲେ ସେ ୧୨ ଘଣ୍ଟିଆ ଶିଫ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି । କମ୍ପାନୀର ଅଧିକାରୀମାନେ ହସି ହସି ସମସ୍ତଙ୍କ କଥା ଶୁଣିଲେ ଏବଂ ନାମ ଲେଖି ରଖିଲେ। ଲାଗୁଥିଲା ଯେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ପରବର୍ତ୍ତୀ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ଲଞ୍ଚ୍ ବ୍ରେକ୍‌ରେ ଫୋନ୍ ଆସିଲା, ଦେଖାଇଦେଲେ ବାହାର ରାସ୍ତା
ଲଞ୍ଚ୍ ବ୍ରେକ୍ ସମୟରେ ମହିଳାଙ୍କ ଫୋନ୍ ବାଜିଲା । ଫୋନ୍‌ଟି ତାଙ୍କ ରିକ୍ରୁଟମେଣ୍ଟ ଏଜେନ୍ସିରୁ ଆସିଥିଲା । ଫୋନ୍‌ରେ ତାଙ୍କୁ ଜଣାଇ ଦିଆଗଲା ଯେ ଯେଉଁ କର୍ମଚାରୀମାନେ ନିଜର ପ୍ରକୃତ ସମସ୍ୟା ବିଷୟରେ କହିଥିଲେ, ସେମାନଙ୍କୁ ଚାକିରିରୁ ବାହାର କରାଯାଇଛି ।

ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କ ସହ ସିଧାସଳଖ କଥା ହେବା ବଦଳରେ ସିକ୍ୟୁରିଟି ଗାର୍ଡଙ୍କ ମାଧ୍ୟମରେ ସେମାନଙ୍କୁ ବାହାରକୁ ପଠାଇ ଦିଆଯାଇଥିବା ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଛି ।

ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା
ଘଟଣାଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ୟୁଜର୍ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଉଛନ୍ତି । କିଛି ୟୁଜରଙ୍କ ମତରେ, ମହିଳା ହୁଏତ ଏକ ଅସୁବିଧାଜନକ କାର୍ଯ୍ୟ ପରିବେଶରୁ ଆଗୁଆ ମୁକ୍ତି ପାଇଗଲେ । ଆଉ କିଛି ଲୋକ ଏହି ଘଟଣାକୁ ନେଇ ଲେବର୍ ଲ’ କିମ୍ବା ଏମ୍ପ୍ଲୟମେଣ୍ଟ୍ ଲୟରଙ୍କ ପରାମର୍ଶ ନେବାକୁ କହିଛନ୍ତି ।

ତେବେ ଏହି ଘଟଣା ସମ୍ପର୍କରେ ଅନଲାଇନ୍‌ରେ ଭାଇରାଲ୍ ହେଉଥିବା ଦାବିଗୁଡ଼ିକର ସ୍ୱାଧୀନ ଯାଞ୍ଚ ହୋଇଛି କି ନାହିଁ, ତାହା ସ୍ପଷ୍ଟ ନୁହେଁ । ତେଣୁ ଘଟଣାଟିକୁ ଏକ ଭାଇରାଲ୍ ସୋସିଆଲ୍ ମିଡିଆ ଦାବି ଭାବେ ଦେଖିବା ଉଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: