Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିନା ଅସ୍ତ୍ରୋପଚାରରେ ୫ଟି ଛୁଆ ଜନ୍ମ ଦେଲେ ମହିଳା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିନା ଅସ୍ତ୍ରୋପଚାରରେ ୫ଟି ଛୁଆ ଜନ୍ମ ଦେଲେ ମହିଳା

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଜଣେ ମହିଳା। ଏକା ସଙ୍ଗେ ୫ଜଣଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହିଳା ଜଣଙ୍କ। ବିନା ଅସ୍ତ୍ରୋପଚାରରେ ଏହି ସମସ୍ତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା ଜଣଙ୍କ । ଶିଶୁମାନେ ସମସ୍ତେ ଏବେ ସୁସ୍ଥ ରହିଥିବା ବେଳେ ସେମାନଙ୍କର ଓଜନ ଏକ କେଜିରୁ କମ୍ ରହିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଗୋଟିଏ ପରେ ଗୋଟିଏ ଏପରି ଭାବେ ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ଦେଖି ନର୍ସିଂହୋମର ଡାକ୍ତର ଓ କର୍ମଚାରୀମାନେ ଚକିତ ହୋଇଯାଇଥିଲେ । ମହିଳାଙ୍କର ଘର କନକପୁର ପଞ୍ଚାୟତ ଅନ୍ତର୍ଗତ ଜାଲ ମିଲିକ ଗାଁରେ । ପୂର୍ବରୁ ତାହେରାଙ୍କ ଗୋଟିଏ ପୁଅ ଥିବା ତାଙ୍କର ସମ୍ପର୍କୀୟ କହିଛନ୍ତି ।

ତାହେରା ପୂର୍ବରୁ ଅଲଟ୍ରାସାଉଣ୍ଡ କରିଥିବା ବେଳେ ତାଙ୍କ ଗର୍ଭରେ ୪ ଶିଶୁ ରହିଥିବା ଡାକ୍ତର କହିଥିଲେ । ମହିଳାଙ୍କର ବୟସ ଏବେ ୨୭ ବର୍ଷ ହୋଇଥିବା ବେଳେ ପ୍ରସବ ବେଦନା ହେବାରୁ ତାଙ୍କୁ କିଶନଗଞ୍ଜ ନିକଟସ୍ଥ ଏକ ନର୍ସିଂହେମାରେ ଭର୍ତ୍ତ କରାଯାଇଥିଲା । ତେବେ ୫ କନ୍ୟା ସନ୍ତାନଙ୍କୁ ପରିବାରବର୍ଗ ସ୍ୱାଗତ କରିବା ସହିତ ଖୁସି ମନାଇଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman gave birth to 5 babies without surgery | Argus News