Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟ୍ରେଡିଙ୍ଗ କରିବା ପଡିଲା ଭାରି

National

ଟ୍ରେଡିଙ୍ଗ କରିବା ପଡିଲା ଭାରି

Arpita Mohanty
Browse all articles by Arpita Mohanty
·1 year ago·2 min read
ଟ୍ରେଡିଙ୍ଗ କରିବା ପଡିଲା ଭାରି

ଅର୍ଗସ ବ୍ୟୁରୋ: ସେୟାର ମାର୍କେଟରେ ଟ୍ରେଡିଙ୍ଗ କରିବା ପଡିଲା ଭାରି। ସାଇବର ଠକାମିର ଶିକାର ହେଲେ ମହିଳା। ପଇସା ଡବଲ ହେବା ଚକ୍କରରେ ହରାଇଲେ ୨୪ ଲକ୍ଷ ଟଙ୍କା। ଦିଲ୍ଲୀରୁ ସାଇବର ଠକାମିର ଆଉ ଏକ ନୂଆ କେସ୍ ସାମନାକୁ ଆସିଛି। ଅନଲାଇନ ଟ୍ରେଡ଼ିଙ୍ଗ କରିବାକୁ ଯାଇ ହରାଇଲେ ଲକ୍ଷ ଲକ୍ଷ ଟଙ୍କା। ସୂଚନା ଅନୁଯାୟୀ ମହିଳା ଜଣକ ଫେସବୁକ୍ ବ୍ୟବହାର କରୁଥିବା ସମୟରେ ଷ୍ଟକ୍ ମାର୍କେଟରେ ଇନଭେଷ୍ଟ କରିବା ପାଇଁ ଏକ ବିଜ୍ଞାପନ ଦେଖିଲେ। ସେଥିରେ ଦିଆଯାଇଥିବା ଏକ ଲିଙ୍କ୍ ଉପରେ କ୍ଲିକ୍ କରି ସେ ଏକ ହ୍ବାଟସଆପ ଗ୍ରୁପ ଭିତରକୁ ପଳାଇଲେ ଯାହାର ନାମ ଥିଲା V5VIP Upstox Services Group। ସେହି ଗ୍ରୁପରେ ଟ୍ରେଡ଼ିଙ୍ଗ ସମ୍ବନ୍ଧିତ ଟିପ୍ସ ଆସିଥିଲା। ଏହାପରେ ସିଏ ଗ୍ରୁପ୍ ଆଡ଼ମିନ ସହିତ କଥା ହୋଇଥିଲେ।

ଗ୍ରୁପ୍ ଆଡ଼ମିନ  ମହିଳା ଜଣଙ୍କୁ କହିଲେ ଯେ ଆପଣ ଏମିତି ଜାଗାରେ ଇନଭେଷ୍ଟ କରନ୍ତୁ ଯେଉଁଠାରୁ ଆପଣଙ୍କୁ ଭଲ ରିଟର୍ନ ମିଳିବ। ଏହାପରେ ଲିଙ୍କ୍ ପଠାଇ ତାଙ୍କୁ ଆପ୍ ଡାଉନଲୋଡ଼ କରିବାକୁ କୁହାଗଲା। ପ୍ୟାନ୍ କାର୍ଡ଼ ଏବଂ ଆଧାରକାର୍ଡ଼ ସବମିଟ୍ କରିବାକୁ କୁହାଗଲା। ୪ ଜୁଲାଇରୁ ୧୭ ଜୁଲାଇ ମଧ୍ୟରେ ମହିଳା ଜଣକ ୧୯ ଥର ଟ୍ରାନଜାକସନ୍ କରିଥିଲେ। ଏହି ଟ୍ରାନଜାକସନ ଦ୍ବାରା ମହିଳା ଜଣକ ସମୁଦାୟ ୨୪ ଲକ୍ଷ ୩୫ ହଜାର ଇନଭେଷ୍ଟ କରିଥିଲେ। ଏହି ଟଙ୍କା ଅଲଗା ଅଲଗା ବ୍ୟାଙ୍କ୍ ଆକାଉଣ୍ଟକୁ  ପଠାଯାଇଥିଲା। ପରେ ତାଙ୍କ ପଇସା ଡ଼ବଲ ହୋଇଯିବାର ଏକ ଫେକ୍ ଆପ୍ ମାଧ୍ୟମରେ ଦେଖାଯାଇଥିଲା। ଏହାପରେ ଯେତେବେଳେ ମହିଳା ଜଣକ ସେୟାର ବିକ୍ରି କରିବାକୁ କହିଲେ ସେମାନେ ମନାକରିଦେଲେ। ତାପରେ ମହିଳା ଜଣକ ତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କଲେ କିନ୍ତୁ ତାହା ହୋଇପାରିଲା ନାହିଁ। ଠକମାନେ ଯେଉଁ କମ୍ପାନି ଗୁଡ଼ିକ ସହିତ ଜଡ଼ିତ ଅଛନ୍ତି ବୋଲି ଜଣାଇଥିଲେ ତାଙ୍କ ସହିତ ମହିଳା ଜଣକ ସମ୍ପର୍କ କରିଥିଲେ କିନ୍ତୁ ସେମାନେ ଏମିତି କୌଣସି ଗ୍ରୁପ ଚଲାଉ ନାହାଁନ୍ତି ବୋଲି କହଥିଲେ। ପରେ ସିଏ ପୋଲିସକୁ ଘଟଣା ସମ୍ପନ୍ଧରେ ଜଣାଇଥିଲେ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman got scammed by trading | Argus News