ଆଖୁରୁ ରସ କାଢ଼ୁ କାଢ଼ୁ ଚାଲି ଯାଇଥାନ୍ତା ମହିଳାଙ୍କ ଜୀବନ, ଦେଖନ୍ତୁ ଭାଇରାଲ୍ ଭିଡିଓ...

Key Points
ଆଖୁ ମେସିନ୍ରେ ଫସିଗଲା ଚୁଟି
୧୯ ସେକେଣ୍ଡର ଭିଡିଓ ଭାଇରାଲ୍
ଖରା ଦିନେ ସମସ୍ତଙ୍କୁ ଥଣ୍ଡା ପାନୀୟ ଲୋଡ଼ା । ଆଉ ଆଖୁ ରସ କଥା କହିଲେ ସମସ୍ତଙ୍କ ମୁହଁରୁ ଲାଳ ବୋହି ଯାଏ । ଆଉ ଏହି ଆଖୁ ରସ ପାଇଁ ଏକ ମେସିନର ବ୍ୟବହାର ହୁଏ । ଆଖୁକୁ ମେସିନ୍ରେ ଭର୍ତ୍ତି କରିବା ଦ୍ଵାରା ରସ ବା ଜୁସ୍ ବାହାରି ଥାଏ । ଏହା ଏକ ଶକ୍ତିଶାଳୀ ମେସିନ୍ ହୋଇଥିବା ବେଳେ ଏଥିରେ କିଛି ଲାଗିଗଲେ କ୍ଷତି ହେବା ଏକ ପ୍ରକାର ନିଶ୍ଚିତ ।
ଆଖୁକୁ ଭଲରେ ମୋଡ଼ି ମକଚି ସେଥିରୁ ରସ ବାହାର କରିଥାଏ ଏହି ମେସନ୍ । ଆଉ ଆଖୁ ସ୍ଥାନରେ ଅନ୍ୟ କୌଣସି ସାମଗ୍ରୀ ରଖିଲେ ବି ମେସିନ୍ ସମାନ ଭାବେ ଘୁରି ଚାଲିଥାଏ । ଏବେ ଆଖୁରୁ ରସ ବାହାର କରୁଥିବା ଏହି ମେସିନ୍କୁ ନେଇ ଏକ ଭିଡିଓ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଜଣେ ମହିଳାଙ୍କ ଚୁଟି ଆଖୁ ରସ ବାହାର କରୁଥିବା ମେସିନ୍ରେ ଫସି ଯାଇଛି ।
📱 Get Argus News App
✨
ଆଉ ଏହି ଅଘଟଣ ପରେ ସେଠାରେ ଶତାଧିକ ଲୋକ ରୁଣ୍ଡ ହେଉଛନ୍ତି । ମେସିନ୍କୁ ବନ୍ଦ କରି ସମସ୍ତେ ମହିଳାଙ୍କ ଚୁଟିକୁ ବାହାର କରିବାକୁ ପ୍ରୟାସ କରୁଛନ୍ତି । ଏହି ଅଘଟଣର ୧୯ ସେକେଣ୍ଡର ଭିଡିଓ ଗୋଟିଏ ଦିନରେ ହିଁ ୬ ଲକ୍ଷରୁ ଅଧିକ ଭ୍ୟୁ ହେଲାଣି । ମେସିନ୍କୁ ବନ୍ଦ କରି ଓଲଟା ବୁଲାଇ ମହିଳାଙ୍କ ଜୀବନକୁ ବଞ୍ଚାଇଛନ୍ତି ସ୍ଥାନୀୟ ଲୋକ ।