Videos
|
National

Shocking Woman Assault / ସୁଧ ଟଙ୍କା ନଦେବାରୁ ମହିଳାଙ୍କୁ ବନ୍ଧକ ରଖି ଉଲଗ୍ନ କରି ଭିଡିଓ ଭାଇରାଲ୍ ଧମକ: ୪ ଗିରଫ

Ritu Das
Browse all articles by Ritu Das
·1 hour ago·2 min read
ସୁଧ ଟଙ୍କା ନଦେବାରୁ ମହିଳାଙ୍କୁ ବନ୍ଧକ ରଖି ଉଲଗ୍ନ କରି ଭିଡିଓ ଭାଇରାଲ୍ ଧମକ: ୪ ଗିରଫ
India

Key Points

ଋଣର ସୁଧ ଦେଇନପାରିବାରୁ ମହିଳାଙ୍କୁ ବନ୍ଧକ ରଖି ନିର୍ଯାତନା ଅଭିଯୋଗ
ଭିଡିଓ ଭାଇରାଲ୍ ଧମକ ଦେଇଥିଲେ ଅଭିଯୁକ୍ତ
ଋଣ ଟଙ୍କା ସୁଝି ନପାରିବାରୁ ଜଣେ ମହିଳାଙ୍କ ସହ ଅମାନବୀୟ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ସୁଧ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଜୋରଜବରଦସ୍ତି ଘରକୁ ନେଇ ବନ୍ଧକ ରଖିବା, ଉଲଗ୍ନ କରି ଆକ୍ରମଣ କରିବାସହ ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ୍ କରିବାକୁ ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ନଜରତ, ରେଶମା, ସୁହେଲ ଏବଂ ସୈଫ ନାମକ ଅଭିଯୁକ୍ତ ଭିଡିଓଟିକୁ ଭାଇରାଲ କରିବାକୁ ଧମକ ଦେଇଥିଲେ।

ଏହାସହ ପଢ଼ନ୍ତୁ: ଟାଇମ୍ସ ସ୍କୋୟାରରେ ଛୁରି ଭୁସି ବ୍ୟାଙ୍କ ଅଧିକାରୀଙ୍କୁ ହତ୍ୟା, ପୋଲିସ ଗୁଳିରେ ମହିଳା ଆକ୍ରମଣକାରୀ ମୃତ

ଘଟଣାକ୍ରମ ଅନୁଯାୟୀ, “ଜଣେ ପୀଡିତା ଦୁଇ ବର୍ଷ ପୂର୍ବେ ରେଶମାଙ୍କଠାରୁ ୧୦୦,୦୦୦ ଋଣ ନେଇଥିଲେ ଏବଂ ଗତ ଛଅ ମାସ ଧରି ସୁଧ ପରିଶୋଧ କରିପାରି ନଥିଲେ।“ ସେ ନଜରତଙ୍କଠାରୁ ୫୦,୦୦୦ ମଧ୍ୟ ଋଣ ନେଇଥିଲେ। ସେ ରେଶମାଙ୍କ ମାଧ୍ୟମରେ ନଜରତଙ୍କୁ ଜାଣିଥିଲେ ଏବଂ ସପ୍ତାହରେ ୫,୦୦୦ ଲେଖାଁଏ ଟଙ୍କା ଦେଉଥିଲେ। କିନ୍ତୁ, ଆର୍ଥିକ ଅଭାବ ଯୋଗୁଁ, ସେ ଗତ ଚାରି ସପ୍ତାହ ଧରି ଦେୟ ଦେଇପାରି ନଥିଲେ। ଯେଉଁଥିପାଇଁ ନଜରତ ଆଉ ରେଶମା ରାଗିଯାଇ ପ୍ରତିଶୋଧ ନେବେ ବୋଲି ଯୋଜନା କରିଥିଲେ।

ମହିଳା ଜଣକ କହିଛନ୍ତି ଯେ ସେ ପରେ ରେଶମାଙ୍କ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଆହୁରି ହଇରାଣ ଭୟରେ ସେ ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ। ତା’ପରେ, ଗୋଟିଏ ଦିନ ନଜରତ ତାଙ୍କୁ ଫୋନ୍ କରି କାମ ଏବଂ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯେତେବେଳେ ପୀଡିତା ନଜରତଙ୍କ ଘରକୁ ଯାଇଥିଲେ, ସୁହେଲ ତାଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୀଡିତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜୋର ଜବରଦସ୍ତି ଏକ ଅଟୋ-ରିକ୍ସାରେ ବସାଇ ଦିଆଯାଇଥିଲା। ରେଶମା ଏବଂ ନଜରତ ତାଙ୍କ ପାଖରେ ବସିଥିଲେ, ଯେତେବେଳେ ସୁହେଲ ଏବଂ ଅନ୍ୟ ଦୁଇଜଣ ସେମାନଙ୍କ ସହିତ ଥିଲେ। ସେମାନେ ମହିଳାଙ୍କୁ ବେଙ୍ଗାଲୁରୁର ଉପକଣ୍ଠରେ କୁମ୍ଭଲଗୋଡୁ ନିକଟସ୍ଥ ଏକ ଘରେ ତାଙ୍କୁ ବନ୍ଧକ ରଖିବାସହ ଉଲଗ୍ନ କରି ଆକ୍ରମଣ କରିଥିଲେ। ପୀଡିତାଙ୍କ ମାଆ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ପୋଲିସ ଅଧିକାରୀମାନେ ପୀଡିତାଙ୍କୁ ଖୋଜି ଉଦ୍ଧାର କରିଥିଲେ ଏବଂ ଅଭିଯୁକ୍ତକୁ ଗିରଫ କରିଥିଲେ। ପୋଲିସ ଏବେ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।