ଡ୍ରାଇଭିଂ ବେଳେ ଲାପ୍ଟପ୍ରେ କାମ କରି ଚର୍ଚ୍ଚାରେ ମହିଳା

ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକରେ ଫସି ରହିଥିବା କର୍ମଜୀବିମାନେ ଅନଲାଇନ୍ ବୈଠକରେ ଯୋଗଦେବାର ଦେଖିଥିବେ। ଏବେ ବେଙ୍ଗାଲୁରୁର ଜଣେ ମହିଳା ସହରର ଟ୍ରାଫିକରେ ଗାଡ଼ି ଚଲାଇବା ସମୟରେ ଲାପ୍ଟପ୍ରେ କାମ କରୁଥିବା ସମୟରେ କ୍ୟାମେରାରେ ଧରାପଡ଼ିଛନ୍ତି। ଏହି ଘଟଣା ପରେ ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ଏପରି ବିପଦପୂର୍ଣ୍ଣ ଆଚରଣ ବିରୁଦ୍ଧରେ କଡ଼ା ଚେତାବନୀ ଜାରି କରିଛି।
"work from home not from car while driving" pic.twitter.com/QhTDoaw83R
— DCP Traffic North, Bengaluru (@DCPTrNorthBCP) February 12, 2025
ଏକ୍ସ’ରେ, ଡେପୁଟି କମିଶନର ଅଫ୍ ପୋଲିସ (DCP) ଟ୍ରାଫିକ୍ ନର୍ଥ, ବେଙ୍ଗାଲୁରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ମହିଳା ଗାଡ଼ି ଚଲାଇବା ସମୟରେ ଷ୍ଟିଅରିଂ ଚକରେ ତାଙ୍କ ଲାପ୍ଟପ୍କୁ ସମ୍ଭାଳୁଥିବାର ଦେଖିବାକୁ ମିଳୁଛି। ପୋଲିସ ଏକ ଫଟୋ ମଧ୍ୟ ସେୟାର କରିଛି ଯେଉଁଥିରେ ମହିଳାଙ୍କୁ ଉଲ୍ଲଂଘନ ପାଇଁ ଦଣ୍ଡିତ କରାଯାଉଥିବା ଦେଖାଯାଉଛି। ଡିସିପି ଟ୍ରାଫିକ୍ ନର୍ଥ ଲେଖିଛନ୍ତି, “ଘରୁ କାମ କରନ୍ତୁ, ଗାଡ଼ି ଚଲାଇବା ସମୟରେ କାରରୁ ନୁହେଁ। ତେବେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକମାନେ ସେମାନଙ୍କର ମତାମତ ଦେଉଥିବା ଦେଖିବାକୁ ମିଳିଛି।