Woman Jumps Off Roof / ମରିବାକୁ ଉସୁକାଉଥିଲେ ସ୍ଵାମୀ, ରାଗରେ ଛାତରୁ ଡେଇଁପଡିଲେ ସ୍ତ୍ରୀ

Key Points
୨ ମହଲା ଛାତରୁ ଡେଇଁ ପଡିଲେ ସ୍ତ୍ରୀ
ନିର୍ଯାତନାକୁ ସହି ନପାରି କରିଲେ ଆତ୍ମହତ୍ୟାର ଉଦ୍ୟମ
ତଳେ ପଡିବା ପରେ ପୁଣି ପିଟିଥିଲେ ସ୍ଵାମୀ
୨ ମହଲାର ଛାତ ଉପରେ ଚଢିଥିଲେ ମହିଳା, ଆଉ ସେପଟୁ ସ୍ଵାମୀ ବଡ ପାଟିରେ କହି ଚାଲିଥିଲେ, "କୁଦିପଡ ଛାତରୁ..କୁଦ୍" । ଯେମିତି ମରିବା ପାଇଁ ସ୍ତ୍ରୀକୁ ଉତ୍ସାହିତ କରୁଥିଲେ ସ୍ଵାମୀ । ଆଉ ରାଗରେ ଛାତ ଉପରୁ ଡ଼େଇଁ ପଡିଥିଲେ ସ୍ତ୍ରୀ ।
ଏମିତି ବିଭତ୍ସ ଅମାନବୀୟ ଘଟଣା, ଯାହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳର ଡାକୁଲି ଗାଁରେ । ଭିଡିଓରେ ୨ ମହଲା ଛାତ ଉପରେ ଛିଡା ହୋଇଛନ୍ତି ସ୍ତ୍ରୀ , ତଳକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି । ଆଉ ତଳୁ ସ୍ଵାମୀ ଖୁବ ଜୋରରେ ଚିତ୍କାର କରି କୁଦିପଡ ବୋଲି ଉତ୍ସାହିତ କରୁଛନ୍ତି । ସ୍ତ୍ରୀ କୁଦିପଡିବା ପରେ , ପୁଣି ସ୍ତ୍ରୀ କୁ ଯାଇ ଆହୁରି ପିଟିବାରେ ଲାଗିଛନ୍ତି । ସେପଟେ ତାଙ୍କର କୁନିପୁଅ ମମ୍ମି, ମମ୍ମି ବୋଲି ଚିତ୍କାର କରୁଥିବା ମଧ୍ୟ ଶୁଣିବାକୁ ମିଳିଛି । ତଳେ ପଡିବା ପରେ ଗୁରୁତର ଆହତ ହୋଇଥିବା ସ୍ତ୍ରୀଙ୍କୁ ଆଲିଗଡ ମେଡିକାଲକୁ ସ୍ଥାନାନ୍ତର କରଯାଇଛି । ପୋଲିସ ରିପୋର୍ଟ ମୁତାବକ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ବୟାନ ରେକର୍ଡ କରାଯାଇ ସ୍ଵାମୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ତେବେ ଆହତ ହୋଇଥିବା ପତ୍ନୀଙ୍କ ନାଁ ଅର୍ଚ୍ଚନା ଏବଂ ସ୍ଵାମୀ ସୋନୁ ବୋଲି କୁହାଯାଉଛି । ଉଭୟଙ୍କ ବିବାହ ୬ ବର୍ଷ ପୂର୍ବରୁ ହୋଇଥିଲା । ତାଙ୍କର ୨ଟି ଛୁଆ ମଧ୍ୟ ଅଛନ୍ତି । ମହିଳାଙ୍କ ବୟାନ ଅନୁଯାୟୀ , ତାଙ୍କୁ ତାଙ୍କ ଶଶୁରଘର ଲୋକେ ୫ ଲକ୍ଷ ଟଙ୍କା ଏବଂ ବୁଲେଟ୍ ମୋଟର ସାଇକେଲ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨Related Topics
Explore more stories