ଭଡାରେ ଗୁଣ୍ଡା ଆଣି ହନିମୁନରେ ହତ୍ୟା କରିଛି ସ୍ତ୍ରୀ

Key Points
ହନିମୁନରେ ଥିବା ବେଳେ ହଠାତ୍ ଦୁଇଜଣଙ୍କ ଫୋନ ସୁଇଚ୍ ଅଫ୍ ହୋଇଗଲା
ଆଉ ତାପରେ ସ୍ବାମୀ ନିଖୋଜ
ତଦନ୍ତରେ ଜଣା ପଡିଲା
ସ୍ବାମୀକୁ ମାରିବାକୁ ସ୍ତ୍ରୀ ଆଣିଥିଲେ ଭଡାଟିଆ ଗୁଣ୍ଡା
ମେଘାଳୟରେ ହନିମୁନ୍ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ଘଟଣା। ପୋଲିସକୁ ମିଳିଲା ବଡ଼ ସଫଳତା। ପୁରା ଘଟଣାର ଖୁଲାସା କଲେ ଡିଜିପି। ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଛନ୍ତ। ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରପ କରିଛି ପୋଲିସ। ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କୁ ନିଯୁକ୍ତି ଦେଇଥିଲେ ସ୍ତ୍ରୀ।
ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମଙ୍କ ସହିତ ସୋହରା ଅଞ୍ଚଳରୁ ନିଖୋଜ ହେବା ଦିନ ତାଙ୍କ ସହ ଅନ୍ୟ ତିନିଜଣ ଉପସ୍ଥିତ ଥିବା ଜଣାପଡ଼ିଛି। ଏନେଇ ପୋଲିସକୁ ସୂଚନା ଦେଇଥିଲେ ଗାଇଡ୍।
📱 Get Argus News App
✨ଗାଇଡଙ୍କ ବୟାନକୁ ନେଇ ତଦନ୍ତ ଚଳାଇଥିଲା ଏସଆଇଟି। ପ୍ରଥମେ ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶରୁ ଧରାପଡ଼ିଥିଲେ ଓ ପରେ ଅନ୍ୟ ଦୁଇଜଣଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା।
ଏମାନେ ୧୧ ମେ ରେ ଶିଲଂ ଯାଇଥିଲେ। ସେମାନେ ୨୦ ମେ’ରେ ମେଘାଳୟରେ ପହଞ୍ଚିଥିଲେ ଏବଂ ୨୩ ମେ’ରେ ଶେଷ ଥର ପାଇଁ ପରିବାର ସହିତ କଥା ହୋଇଥିଲେ। ଏହା ପରେ ହଠାତ୍ ଉଭୟଙ୍କ ଫୋନ ବନ୍ଦ ହୋଇଯାଇଥିଲା। ତା’ପରେ ୨ ଜୁନ ରେ, ଓ୍ବେଇ ସୋଡୋଙ୍ଗ ଜଳପ୍ରପାତ ନିକଟ ଏକ ନାଳରେ ରାଜା ରଘୁବଂଶୀଙ୍କ ପଚା ମୃତଦେହ ମିଳିଥିଲା। ହେଲେ ସୋନମଙ୍କର କୌଣସି ସନ୍ଧାନ ମିଳିନଥିଲା। ଯାହା ଫଳରେ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା।
ଏବେ ଏହି ମାମଲାରେ ସୋନମଙ୍କ ବାପା ଦେବୀ ସିଂହଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଝିଅକୁ ନିର୍ଦ୍ଦୋଷ ବୋଲି କହି ଶିଲଂ ପୋଲିସ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି "ବିବାହ ଉଭୟ ପରିବାରର ସମ୍ମତିରେ ହୋଇଥିଲା। ମେଘାଳୟ ସରକାର ଆରମ୍ଭରୁ ମିଛ କହୁଛି। ମୋ ଝିଅ ଗତକାଲି ରାତିରେ ଗାଜିପୁରର ଏକ ଢାବାକୁ ଆସି ତାଙ୍କ ଭାଇଙ୍କୁ ଡାକିଥିଲା। ତା'ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଢାବାରୁ ନେଇଯାଇଥିଲା। ମୁଁ ଏପର୍ଯ୍ୟନ୍ତ ମୋ ଝିଅ ସହିତ କଥା ହୋଇ ପାରିନାହିଁ। ମୋ ଝିଅ ତାଙ୍କ ସ୍ୱାମୀଙ୍କୁ କାହିଁକି ହତ୍ୟା କରିବ? ମେଘାଳୟ ପୋଲିସ ମିଛ କହୁଛି। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।