Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

National

ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

Ritu Das
Browse all articles by Ritu Das
·1 year ago·1 min read
ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଉତ୍ତରପ୍ରଦେଶର ଇଟାଓ୍ବାରେ ଏକ ଜମି ବିବାଦକୁ କେନ୍ଦ୍ରକରି ଅଞ୍ଜଳି (୨୫) ନାମ୍ନୀ ଜଣେ ମହିଳାଙ୍କୁ ଗଳାଚିପି ହତ୍ୟା ପରେ ଜାଳି ଦେଇଛନ୍ତି ୨ ଅଭିଯୁକ୍ତ। ଜମିର କାଗଜ ଦେବା ବାହାନାରେ ୨ ପ୍ରପର୍ଟି ଡିଲର ଶିବେନ୍ଦ୍ର ଯାଦବ (୨୬) ଏବଂ ଗୌରବ (୧୯) ଅଞ୍ଜଳିଙ୍କୁ ନିଜ ଅଫିସ ଡକାଇ ନିର୍ମମ ଭାବେ ହତ୍ୟା କରିଛନ୍ତି। ରବିବାର ଉଭୟ ଅଭିଯୁକ୍ତ ପ୍ରପର୍ଟି ଡିଲରଙ୍କୁ ପୋଲିସ ଗିରଫ କରିଛି। ୨ ଅଭିଯୁକ୍ତଙ୍କ ସହ ଅଞ୍ଜଳିଙ୍କର ଦୀର୍ଘ ଦିନ ଧରି ଜମି ବିବାଦ ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି। ଗତ ୭ ତାରିଖରେ ଉଭୟ ଶିବେନ୍ଦ୍ର ଓ ଗୌରବ ଜମି କାଗଜ ଦେବା ବାହାନାକରି ଅଞ୍ଜଳିଙ୍କୁ ନିଜ ଅଫିସକୁ ଡକାଇଥିଲେ। ସେଠାରେ ଉଭୟେ ଅଞ୍ଜଳିଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ।


ପରେ ଉଭୟ ସେଠାରେ ଅଞ୍ଜଳିଙ୍କ ଗଳା ଚିପି ହତ୍ୟା କରିବା ସହ ତାଙ୍କ ମୃତଦେହରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଅଞ୍ଜଳିଙ୍କ ମୃତଦେହକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ୫ ଦିନ ଧରି ଅଞ୍ଜଳି ନିଖୋଜ ରହିବା ପରେ ଶନିବାର ପୋଲିସ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିଥିଲା। ଅଞ୍ଜଳିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଶିବେନ୍ଦ୍ର ଓ ଗୌରବଙ୍କୁ ଗିରଫ କରିଛି। ପଚରାଉଚରା ସମୟରେ ଅଞ୍ଜଳିଙ୍କୁ ହତ୍ୟା କରିଥିବା ନେଇ ଉଭୟେ ସ୍ବୀକାର କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-killed-then-set-on-fire-over-land-dispute | Argus News