Videos
|
National

ବିବାହର ୩ ଦିନ ପରେ ସ୍ବାମୀକୁ ବିଷ ଦେଇ ମାରିଦେଲା ସ୍ତ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ବିବାହର ୩ ଦିନ ପରେ ସ୍ବାମୀକୁ ବିଷ ଦେଇ ମାରିଦେଲା ସ୍ତ୍ରୀ

Key Points

ସମାନ୍ୟ ସୁନା ପାଇଁ ସ୍ତ୍ରୀ ଏମିତି କାଣ୍ଡ କଲା, ଯାହାକୁ ସକାଳେ ଦେଖି ଚିତ୍କାର କଲା ଭଣଜା

ବିବାହ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ବନ୍ଧନ। ବିବାହର କଥା ଉଠିଲେ ସେ ପୁଅଟିଏ ହେଉକି ଝିଅଟିଏ ମନରେ ଉଙ୍କିମାରେ ଅସୁମାରୀ ସ୍ବପ୍ନ। ଆଶା ଆଉ ଆକାଂକ୍ଷାରେ ଭରିଯାଏ ମନ। ହେଲେ କିଛି ବିହାହର ମାତ୍ର କେଇ ଘଣ୍ଟା ମଧ୍ୟରେ ଏମିତି କିଛି ଘଟଣା ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟ କରିଦିଏ ଅନେକକଙ୍କୁ।


ଠିକ୍ ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଆଗ୍ରାରୁ। ଜଣେ ନବ ବିବାହିତା ବିବାହର ୩ ଦିନ ପରେ ତାଙ୍କ ସ୍ବାମୀଙ୍କୁ ବିଷ ଦେଇ ଦେଇ ହତ୍ୟା କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାମାନ୍ୟ ନଗଦ ଟଙ୍କା ଓ ଅଳଙ୍କାର ପାଇଁ ଏମିତି ଜଘନ୍ୟ ଅପରାଧ କରିଛି ନବବିବାହିତ କନ୍ୟା। ସ୍ବାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ଫେରାର ହୋଇ ଯାଇଛନ୍ତି। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଦେବା ସହ ୭୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।


ମୃତକଙ୍କ ଭଉଣୀ ବିଶେଷା ଦେବୀ ଭିଯୋଗ କରିଥିଲେ ଯେ ତାଙ୍କ ସାନ ଭାଇ ନିର୍ମଳ ସିଂହ ୨୧ ମେରେ ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାର କୁଣ୍ଡା ଥାନା ଅଞ୍ଚଳର ବୈଲଜୁରୀ ଗ୍ରାମ ନିବାସୀ ତାରାଙ୍କୁ ବିବାହ କରିଥିଲେ।


ମାତ୍ର ୨୫ ତାରିଖ ସକାଳେ ଯେତେବେଳେ ଯୁବକଙ୍କ ଭଣଜା ତାଙ୍କ ମାମୁଁଙ୍କୁ ଡାକିବାକୁ ଯାଇ ଦେଖନ୍ତି ତ ବିଛଣାରେ ପଡିଥିଲା ମାମୁଁଙ୍କ ମୃତ ଦେହ। ଏହା ଦେଖି ସେ ଚିତ୍କାର କରିଥିଲେ, ପରେ ଘରଲୋକ ଆସି ଆମ୍ବୁଲାନ୍ସ ଡାକି ତାଙ୍କୁ ଘରକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ସ୍ବାମୀଙ୍କୁ ବିଷ ଦେଇ ନବବିବାହିତା ସ୍ତ୍ରୀ ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲା।


ପୋଲିସ ଏକ ମାମଲା ରୁଜୁ କରି ତାରାଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା। ପୋଲିସର ଜେରା ପରେ ଜଣା ପଡିଛି ତାରାର ପ୍ରକୃତ ନାମ ରୁବିନା। ସେ ପୂର୍ବରୁ ବିବାହିତ ଥିଲେ। ସେ ବୟସ୍କ ଅବିବାହିତ ପୁରୁଷମାନଙ୍କୁ ଫସାଇ ବିବାହ କରୁଥିଲେ। ସୁଯୋଗ ପାଇବା ମାତ୍ରେ ସେ ତାଙ୍କ ଶ୍ୱଶୁର ଘରୁ ଟଙ୍କା ଏବଂ ଅଳଙ୍କାର ନେଇ ଫେରାର ହୋଇ ଯାଉଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଜଣା ପଡ଼ିଛି।