Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମେହେନ୍ଦୀରେ ଡିଭୋର୍ସର କାହାଣୀ ଲେଖିଲେ ମହିଳା

National

ମେହେନ୍ଦୀରେ ଡିଭୋର୍ସର କାହାଣୀ ଲେଖିଲେ ମହିଳା

Smruti Parija
Browse all articles by Smruti Parija
·1 year ago·2 min read
ମେହେନ୍ଦୀରେ  ଡିଭୋର୍ସର କାହାଣୀ ଲେଖିଲେ ମହିଳା

ଅର୍ଗସ ବ୍ୟୁରୋ : ଡିଭୋର୍ସ । ନାଁ ଟା ଶୁଣିଲେ ଏକ ନକରାତ୍ମକ ଭାବନା ଆସେ ।ଏ ଶବ୍ଦଟାକୁ ସହଜରେ ଗ୍ରହଣ କରି ହୁଏନି । କେହି କେବେ ବି ବିବାହ ପରେ ଡିଭୋର୍ସ ଭଳି ଶବ୍ଦକୁ ନିଜ ଜୀବନରେ ଆଣିବାକୁ ଚାହେଁନି । ବିବାହ ପରି ଏତେ ପବିତ୍ର ବନ୍ଧନରେ ଯୋଡି ହେବାପରେ ଡିଭୋର୍ସ ଭଳି ଶବ୍ଦଟା ଏହି ପବିତ୍ର ବନ୍ଧନରେ ଏକ ପୂର୍ଣ୍ଣଛେଦ ପକାଇଦିଏ । କିଏ ନିଜ ସ୍ବଇଚ୍ଛାରେ ମୁକ୍ତ ଆକାଶର ବିହଙ୍ଗ ହୋଇ ଉଡି ବୁଲିବାକୁ ଡିଭୋର୍ସ ନିଅନ୍ତି, ତ ପୁଣି କିଏ ବିବାହ ପରେ ନିର୍ଯ୍ୟାତନା , ଅସହ୍ୟ ଯନ୍ତ୍ରଣାକୁ ସହି ନପାରି ଡିଭୋର୍ସ ନେବାର ନିଷ୍ପତ୍ତି ନିଅନ୍ତି । ସେ ଯାହାବି ହେଉ ରିପୋର୍ଟ ମୁତାବକ ଭାରତରେ ଡିଭୋର୍ସ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଡିଭୋର୍ସ ଯେ ଏକ ଟ୍ରେଣ୍ଡ ହୋଇଯିବ, ଡିଭୋର୍ସ ପାଇଁ ମେହେନ୍ଦୀ, ଡିଭୋର୍ସ ପାଇଁ ବି ଫଟୋସୁଟ ଚାଲିବ ଏହା ଶୁଣିବା କାନକୁ ଟିକେ ଅସହଜ ଲାଗିଲେ ମଧ୍ୟ ସମାଜରେ ଏହି ଟ୍ରେଣ୍ଡ ବି ଧିରେ ଧିରେ ଆଗେଇବାରେ ଲାଗିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଡିଭୋର୍ସର ଫଟୋସୁଟ ହୋଇଥିବା ଆପଣ ଆଗରୁ ଦେଖିଥିବେ, ଏବେ ଡିଭୋର୍ସର ମେହେନ୍ଦୀ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳା ଜଣକ ହାତରେ ମେହେନ୍ଦୀ ଲଗାଇ "ଫାଇନାଲି ଡିଭୋର୍ସ" ବୋଲି ଲେଖିଛନ୍ତି । ଏହି ଭିଡିଓକୁ ମେହେନ୍ଦୀ ଡିଜାଇନ କରିଥିବା ଉର୍ବଶୀ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ବିବାହ ପରେ କିପରି ସେହି ମହିଳାଙ୍କର ସଂଘର୍ଷମୟ ଯାତ୍ରା ରହିଥିଲା ତାହା ଦର୍ଶାଇଛନ୍ତି । ସେହି ମେହେନ୍ଦୀରେ ସେ ଦର୍ଶାଇଛନ୍ତି ତାଙ୍କ ବିବାହ ପରର ସଂଘର୍ଷମୟ କାହାଣୀ । ଯେଉଁଥିରେ ତାଙ୍କ ଶାଶୂଘର ଲୋକେ ତାଙ୍କୁ କିପରି ନିର୍ଯ୍ୟାତନା ଦେଉଥିଲେ, ତାହା ସେ ଲେଖିଛନ୍ତି । ବିବାହ ପରେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରାଯାଉଥିଲା । ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଅନେକ ପ୍ରତିବାଦ, ଅନେକ ବିବାଦ ପରେ ସେ ଡିଭୋର୍ସ ଦେବାକୁ ନିଷ୍ପତ୍ତି ନେଇଥିଲେ । ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବାପରେ ଅନେକ ୟୁଜର୍ସ ତାଙ୍କୁ ସପୋର୍ଟ କରିଥିଲେ ।


ସେହି ମେହେନ୍ଦୀରେ ସେ ଦର୍ଶାଇଛନ୍ତି ତାଙ୍କ ବିବାହ ପରର ସଂଘର୍ଷମୟ କାହାଣୀ । ଯେଉଁଥିରେ ତାଙ୍କ ଶାଶୂଘର ଲୋକେ ତାଙ୍କୁ କିପରି ନିର୍ଯ୍ୟାତନା ଦେଉଥିଲେ, ତାହା ସେ ଲେଖିଛନ୍ତି । ବିବାହ ପରେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରାଯାଉଥିଲା । ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଅନେକ ପ୍ରତିବାଦ, ଅନେକ ବିବାଦ ପରେ ସେ ଡିଭୋର୍ସ ଦେବାକୁ ନିଷ୍ପତ୍ତି ନେଇଥିଲେ । ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବାପରେ ଅନେକ ୟୁଜର୍ସ ତାଙ୍କୁ ସପୋର୍ଟ କରିଥିଲେ । କିଛିଜଣ ଲେଖିଛନ୍ତି, ନିଜର ନିର୍ଯ୍ୟାତନା କାହାଣୀକୁ ମେହେନ୍ଦୀ ମାଧ୍ୟମରେ ଲୋକଲୋଚନକୁ ଆଣିଥିବାରୁ , ଆପଣଙ୍କ ସାହାସକୁ ମାନିବାକୁ ପଡିବ । ଆହୁରି ନିଜେ ସଶକ୍ତ ହୁଅ । ସେହିପରି ଆଉ ଜଣେ ଲେଖିଛନ୍ତି, ଏହି ମେହେନ୍ଦୀ ପଛରେ ଥିବା କଷ୍ଟକୁ ଆମେ ଦେଖିପାରୁଛି । ଭଗବାନ ତୁମକୁ ଧୈର୍ଯ୍ୟ ଦିଅନ୍ତୁ ।

Sponsored
woman narrates her marraige story through divorce mehendi design | Argus News