Videos
|
National

Train Rescue / ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ବିପଦରେ ମହିଳା, RPSF ଯବାନ ବଞ୍ଚାଇଲେ ଜୀବନ

Rashmita Mishra
Browse all articles by Rashmita Mishra
·56 mins ago·2 min read
ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ବିପଦରେ ମହିଳା, RPSF ଯବାନ ବଞ୍ଚାଇଲେ ଜୀବନ
Train Rescue

Key Points

ଚଳନ୍ତା ଟ୍ରେନରୁ ପଡ଼ିଲେ ମହିଳା ଦେବଦୂତ ସାଜିଲେ RPSF ଯବାନ
୫ ମିନିଟରେ ମିଳିଲା ଜୀବନ ଟ୍ରେନ ତଳୁ ମହିଳାଙ୍କୁ ଉଦ୍ଧାର
ଟ୍ରେନ ତଳେ ଫସିଲେ ମହିଳା ଜୀବନ ବଞ୍ଚାଇଲେ ଯବାନ ।
CCTVରେ କଏଦ୍ ଜୀବନ ରକ୍ଷା RPSF ଯବାନଙ୍କ ସାହସିକତା 

ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରି ଜଣେ ମହିଳା ଯାତ୍ରୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜ ଜଙ୍କସନର ପ୍ଲାଟଫର୍ମ ନମ୍ବର ୧ରେ ଘଟିଥିବା ଏହି ଘଟଣାରେ RPSF ଯବାନଙ୍କ ତତ୍ପରତା ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ପାଇଛି ।

ସୂଚନା ଅନୁସାରେ, ପ୍ରୟାଗରାଜ ଏକ୍ସପ୍ରେସ୍ ଷ୍ଟେସନରୁ ଛାଡ଼ୁଥିବା ସମୟରେ ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ହଠାତ୍ ତାଙ୍କର ଭାରସାମ୍ୟ ବିଗିଡ଼ି ଯିବାରୁ ସେ ପ୍ଲାଟଫର୍ମରେ ପଡ଼ିଯାଇଥିଲେ ଏବଂ ଟ୍ରେନ ତଳେ ଫସିଯାଇଥିଲେ । ମହିଳାଙ୍କୁ ଟ୍ରେନ ତଳେ ଫସିଥିବା ଦେଖି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ RPSF ଯବାନ ।

RPSF ଦ୍ୱିତୀୟ ବାଟାଲିୟନର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ମହେଶ କୁମାର ହରିତୱାଲଙ୍କ ସହ କନଷ୍ଟେବଲ୍ ପ୍ରବେଶ କୁମାର ଓ ବସନ୍ତ ତୁରନ୍ତ ଜରୁରୀକାଳୀନ ଚେନ୍ ଟାଣି ଟ୍ରେନକୁ ଅଟକାଇଥିଲେ । ଏହାପରେ ତିନିଜଣ ଯବାନ ଅତ୍ୟନ୍ତ ସାବଧାନତାର ସହ ଟ୍ରେନ ତଳେ ଫସିଥିବା ମହିଳାଙ୍କ ନିକଟରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଥିଲେ ।

ସମଗ୍ର ଉଦ୍ଧାର କାର୍ଯ୍ୟ ପ୍ରାୟ ୫ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା । ଘଟଣାର CCTV ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ RPSF ଯବାନମାନେ ଦ୍ରୁତ ଗତିରେ ଘଟଣାସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରୁଥିବା ଦେଖାଯାଉଛି ।

ରେଳବାଇ ସୂଚନା ଅନୁସାରେ, ଏହି ଉଦ୍ଧାର କାର୍ଯ୍ୟ ‘ଅପରେସନ୍ ଜୀବନ ରକ୍ଷା’ ଅଧୀନରେ କରାଯାଇଥିଲା। ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଉଦ୍ଧାର ପରେ ମହିଳା ଯାତ୍ରୀ ତାଙ୍କ ଜୀବନ ବଞ୍ଚାଇଥିବା RPSF ଯବାନମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ସାହସ ଓ ତତ୍ପରତାକୁ ପ୍ରଶଂସା କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: