Viral Video / ଭାଇରାଲ ହେବା ପାଇଁ ପିଲାଟିର ଜୀବନକୁ ବାଜି ଲଗାଇଲେ ମହିଳା ଦେଖନ୍ତୁ ଭିଡିଓ...

Key Points
ସୋସିଆଲ ମିଡିଆ ପାଇଁ ପିଲାର ଜୀବନକୁ ବିପଦରେ ପକାଇଲେ ?
ବ୍ୟାଗରେ ପିଲା, ସ୍କୁଟରେ ମା'… ଭିଡିଓ ଦେଖି ରାଗିଗଲେ ଲୋକେ !
ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ସୋସିଆଲ ମିଡିଆରେ ଭାରାଲ ହେବା ପାଇଁ ଲୋକମାନେ କିଛିନା କିଛି ଭିନ୍ନ ପ୍ରକାରର ଭିଡିଓ ତିଆରି କରିଥାନ୍ତି । ଠିକ୍ ସେମିତି ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହ ଚର୍ଚ୍ଚାର ବିଷୟ ପାଲଟିଛି ।
ଭିଡିଓରେ ଜଣେ ମହିଳା ତାଙ୍କ ଛୋଟ ପିଲାକୁ ସ୍କୁଟର ଡିକିରେ ରଖି ସ୍କୁଟର ଚଲାଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେଉଛି, ଏବଂ ଲୋକମାନେ ଏହାକୁ ଦେଖିବା ପରେ ସେମାନଙ୍କର ରାଗ ମଧ୍ୟ ପ୍ରକାଶ କରୁଛନ୍ତି ।
ଖାଲି ସେତିକି ନୁହେଁ ଅନ୍ୟ ଏକ ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ ପ୍ରଥମେ ପିଲାଟିକୁ କୋଳରେ ନେଇ ସ୍କୁଟର ପାଖକୁ ଯାଉଛନ୍ତି । ତା'ପରେ ସେ ଏକ ବ୍ୟାଗ ଖୋଲି ପିଲାଟିକୁ ଭିତରେ ରଖୁଛନ୍ତି । ଆଶ୍ଚର୍ଯ୍ୟର କଥା, ସେ ତା'ପରେ ବ୍ୟାଗଟିକୁ ବନ୍ଦ କରି ନିଜ ପିଠିରେ ପକାଇ ସ୍କୁଟରଟି ନେଇ ଚାଲିଯାଉଛନ୍ତି । ଆଉ କେହି ଜଣେ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରିଛନ୍ତି ।
देश में रीलबाजी का नशा अगर ऐसे ही बढ़ता रहा तो वो दिन दूर नहीं जब सरकार को "रील मुक्त भारत अभियान" चलाना पड़ेगा। pic.twitter.com/rEvOhxORTY
📱 Get Argus News App
✨
ଭିଡିଓଟି ଦେଖିବା ପରେ, ରାଗରେ ଲୋକମାନେ କହିଛନ୍ତି କି ମହିଳା ଜଣକ ତାଙ୍କ ପିଲାର ଜୀବନକୁ ବିପଦରେ ପକାଇ ଭିଡିଓଟି ସୁଟିଂ କରୁଛନ୍ତି । ଅନେକ ଲୋକ ପ୍ରଶାସନକୁ ଏପରି ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ jahar_bhaiy ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଅନେକ ଲୋକ କହିଛନ୍ତି ଯେ କେବଳ ଭାଇରାଲ ହେବା ପାଇଁ ପିଲାର ଜୀବନକୁ ବିପଦରେ ପକାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଦାୟିତ୍ୱହୀନ। କେତେକ କହିଛନ୍ତି ଯେ ଏପରି ଏକ ରିଲ୍ ତିଆରି କରିବା ପାଇଁ ମହିଳା ଜଣକ ତାଙ୍କ ପିଲାର ଜୀବନକୁ ବିପଦରେ ପକାଇଛନ୍ତି ।
ଏହା ପରେ ଲୋକମାନେ ମହିଳା ଏବଂ ତାଙ୍କ ସାଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତାଙ୍କ ଆକାଉଣ୍ଟରେ ଥିବା ଅନ୍ୟ ଭିଡିଓଗୁଡ଼ିକରେ ମଧ୍ୟ ସେ ପିଲାଟି ସହିତ ଅଜବ ଏବଂ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି ।
Related Topics
Explore more stories