ଟ୍ରେନ ସ୍ପିଡରେ ଦୌଡିଲେ ମହିଳା, ସୋସିଆଲ ମିଡିଆରେ ଗାଳି ଦେଲେ ୟୁଜର୍ସ...

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ ଟ୍ରେଣ୍ଡିଂ ଭିଡିଓ ଦେଖିବାକୁ ମିଳୁଛି । ଫେମସ ହେବା ପାଇଁ ୟୁଜର୍ସମାନେ ଅନେକ ଅଜବ ପ୍ରକାରର ଜିନିଷ କରୁଛନ୍ତି । କିଏ ଗାଡି ଚକା ଧରି ଗା଼ଡି ସ୍ପିଡରେ ଯାଉଛି , ତ କିଏ ରାସ୍ତା ମଝିରେ ଡ୍ୟାନ୍ସ କରୁଛି । ସମସ୍ତେ ନିଜ ନିଜର ସ୍କିଲ ଜରିଆରେ ଫେମସ ହେବାପାଇଁ ସୋସିଆଲ ମିଡିଆରେ ଚେଷ୍ଟା କରିଥାନ୍ତି । ଏବେ ସେମିତି ଜଣେ ସୋସିଆଲ ମିଡିଆ ଫିଟନେସ୍ ଇନଫ୍ଲ୍ୟୁଏନସର ଫେମସ ହେବାପାଇଁ ଟ୍ରେନର ପାର୍ଶ୍ଵରେ ଟ୍ରେନ ସ୍ପିଡ୍ରେ ଦୌଡୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଭିଡିଓକୁ ନେଇ ଖୁବ ଖରାପ କମେଣ୍ଟ ମଧ୍ୟ ଦେଇଛନ୍ତି ।
ଏହି ଭିଡିଓରେ ପିକୁ ସିଂ ନାମକ ଜଣେ ଇନଫ୍ଲ୍ୟୁନସର ରେଳ ଧାରଣା ନିକଟରେ ଦୌଡୁଛନ୍ତି । ପାର୍ଶ୍ଵରେ ଟ୍ରେନ ଯେତେ ସ୍ପିଡରେ ଗତି କରୁଛି, ସେ ସେତିକି ସ୍ପିଡରେ ଦୌଡିବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଭିଡିଓର କ୍ୟାପସନ୍ରେ ସେ "ରନିଂ ୱିଇଥ୍ ଟ୍ରେନ" ବୋଲି ଲେଖିଥିଲେ । କିଛିଜଣ ଏହି ମହିଳାଙ୍କ ଫିଟ୍ନେସ୍କୁ ନେଇ ପ୍ରଶଂସା କରିଥିବା ବେଳେ ଆଉ କିଛିଜଣ ତାଙ୍କର ମଜାକ ଉଡାଇଛନ୍ତି ।
📱 Get Argus News App
✨ଜଣେ ଲେଖିଛନ୍ତି, "ଏହି ମହିଳାଜଣକ ମରିଯିବେ... କେବଳ ଲୋକପ୍ରିୟତା ପାଇଁ ଏମିତି ଭିଡିଓ କରିବା କଥା ନୁହେଁ । ଯଦି ତମେ ସତରେ ଭଲ ଦୌଡିପାର, ତେବେ ଏମିତି ରିସ୍କ ନେଇକି ଦୌଡିବା କଣ ଜରୁରୀ ? ତୁମେ ଏବେ ଯେଉଁ ରାସ୍ତାରେ ଅଛି, ଦିନ ଆସିବ ତମେ ଫସିଯିବ, ନହେଲେ ଚାଲିଯିବ । " ସେହିପରି ଆଉ ଜଣେ ଲେଖିଛନ୍ତି, "ସତରେ କଣ ତାଙ୍କୁ ଲାଗୁଛି ଆଉ ପାଦେ ଏପରି ଭୁଲ ପଦକ୍ଷେପ ତାଙ୍କୁ ବିପଦ ଆଡକୁ ଟାଣିନେବ ?"
ତେବେ ଆମେ ଏଇଠି ଆପଣଙ୍କୁ କହି ରଖିବାକୁ ଚାହୁଁଛୁ, କେବଳ ଲୋକପ୍ରିୟାତା ପାଇବା ଆଶାରେ ଏପରି କୌଣସି ବିପଦପୂର୍ଣ୍ଣ ଷ୍ଟଣ୍ଟ କରନ୍ତୁ ନାହିଁ । କେଉଁ ମୁହୁର୍ତ୍ତ ଆପଣଙ୍କ ଜୀବନର ଶେଷ ମୁହୁର୍ତ୍ତ ହୋଇଯିବ ତାହା ଆପଣ ଜାଣିପାରିବେନି । ତେଣୁ ଏପରି ଷ୍ଟଣ୍ଟ କରି ବିପଦକୁ ନିଜ ଆଢକୁ ଡାକନ୍ତୁ ନାହିଁ ।