Thrown her Baby / ନିଜ ପ୍ରେମକୁ ପାଇବାକୁ ମା' ସାଜିଲା ରାକ୍ଷସୀ: ୩ବର୍ଷର ଛୁଆକୁ ହ୍ରଦକୁ ଫିଙ୍ଗିଦେଲା

Key Points
ରାଜସ୍ଥାନର ଆଜମେରରେ ଘଟିଛି ଅଭାବନୀୟ ଘଟଣା
ନିଜ ସନ୍ତାନକୁ ହ୍ରଦରେ ଫିଙ୍ଗିଦେଲା ମା'
ନିଜ ପ୍ରେମକୁ ପାଇବାକୁ ମା' ସାଜିଲା ରାକ୍ଷସୀ
ମା’ ଟିଏ ନିଜ ଛୁଆ ପାଇଁ କିଛି ବି କରିପାରେ। ମା' ଶବ୍ଦର କୌଣସି ବିକଳ୍ପ ନାହିଁ। କିନ୍ତୁ ଆଜି ଆମେ ଏମିତି ଜଣେ ମା'ଙ୍କ ବିଷୟରେ କହିବା ସେ ମା' ନୁହେଁ ରାକ୍ଷସୀର କାମ କରିଛନ୍ତି। ଘଟଣାଟି ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ। ଜଣେ ମା' ଏମିତି କେମିତି କରିବ।
ଜଣେ ମହିଳା ଲୋରି ଶୁଣାଣି ନିଜର ୩ ବର୍ଷର ଝିଅକୁ କୋଳରେ ଶୁଆଇ ଦେଇଥିଲା। ଝିଅ ମଧ୍ୟ ମା’ କୋଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଥିଲା। କୁନି ଝିଅ ଶୋଇ ଯିବା ପରେ ମା’ ଜଣକ ତାଙ୍କୁ କାନ୍ଧରେ ପକାଇ ଗୋଟିଏ ହ୍ରଦ ନିକଟକୁ ଚାଲିବା ପାଇଁ ବାହାରି ଯାଇଥିଲା। ସେ ଯାଏ ସବୁ କିଛି ଠିକ ଥିଲା। ପିଲାଟି ମଧ୍ୟ ମା’ କାନ୍ଧରେ ନିଶ୍ଚିତ ହୋଇ ଶୋଇ ରହିଥିଲା। କିନ୍ତୁ ହଠାତ୍ ଜନ୍ମ କଲା ମା’ ଜଣକ ନିଜର କୁନି ଝିଅକୁ ପାଣିକୁ ଫିଙ୍ଗି ଦେଇଥିଲା। ଝିଅକୁ ପାଣିକୁ ଫିଙ୍ଗିବା ପରେ ସେ ନିଖୋଜ ହୋଇଯାଇଥିବାର ନାଟକ କରିବାକୁ ମଧ୍ୟ ପଛାଇ ନଥିଲା। କେବଳ ପ୍ରେମ ସୁଖ ପାଇବା ପାଇଁ ନିଜର କୁନି ଝିଅ ସହ ଏପରି କାଣ୍ଡ ଘଟାଇଛି ଜଣେ ମା’।
ମହିଳା ଜଣକ ରାଜସ୍ଥାନର ଆଜମେରରେ ନିଜର ଲିଭ ଇନ ପାର୍ଟନର ସହ ରହୁଥିଲା। ପ୍ରଥମ ବିବାହରୁ ମହିଳାଙ୍କର ୩ ବର୍ଷର ଝିଅଟିଏ ଥିବାରୁ ଏହାକୁ ସହଜରେ ଗ୍ରହଣ କରୁ ନଥିଲା ଲିଭ ଇନ ପାର୍ଟନର। ଏଥିପାଇଁ ସେ ମହିଳାଙ୍କୁ ସବୁ ବେଳେ କଟାକ୍ଷ କରୁଥିଲା। ଏଥିରେ ଅପମାନିତବୋଧ କରୁଥିବା ମହିଳା ଜଣକ ଶେଷରେ ଏତେ ବଡ଼ କାଣ୍ଡ ଘଟାଇଛି।
ମଙ୍ଗଳବାର ବିଳମ୍ବିତ ରାତି ପ୍ୟାଟ୍ରୋଲିଂ ବେଳେ ହେଡ କନଷ୍ଟେବଲ ଗୋବିନ୍ଦ ଶର୍ମା ଦେଖିବାକୁ ପାଇଥିଲେ ଜଣେ ବ୍ୟକ୍ତି ଓ ଜଣେ ମହିଳା ବୈଶାଳୀ ନଗରରୁ ଆଜମେରର ବଜରଙ୍ଗ ଗଡ଼ ଆଡ଼େ ଯାଉଛନ୍ତି। ଉଭୟ ବିଳମ୍ବିତ ରାତିରେ ଚାଲି ଯାଉଥିବାରୁ କନଷ୍ଟେବଲ ଶର୍ମା ସେମାନଙ୍କୁ ଅଟକାଇଥିଲେ। ପଚରାଉଚରା କରାଯିବାରୁ ମହିଳା ଜଣଙ୍କ ନିଜର ନାଁ ଅଞ୍ଜଳୀ ବୋଲି କହିଥିଲା।
ରାତିରେ ସେ ନିଜର ଝିଅ ସହ ଘରୁ ବାହାରିଥିଲେ ଓ ଅଧା ରାସ୍ତାରେ କୁନି ପିଲାଟି କେଉଁଆଡ଼େ ଚାଲି ଯାଇଥିବା ପୁଲିସ୍ ଜଣାଇଥିଲା। ଏହି ଖବର ପାଇବା ପରେ ପୁଲିସ୍ ବି ରାତି ତମାମ କୁନି ଝିଅକୁ ଖୋଜିବାରେ ଲାଗିଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ସମ୍ପର୍କିତ ଖବର
ପୋଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ପୂରା ସତ ସାମ୍ନାକୁ ଆସିଥିଲା। ସିସିଟିଭିରୁ ଜଣାପଡ଼ିଥିଲା ଯେ ଅଞ୍ଜଳୀ ନିଜର କୁନି ଝିଅକୁ କାନ୍ଧରେ ପକାଇ ଅନା ସାଗର ହ୍ରଦ ନିକଟରେ ବୁଲୁଥିଲା। ଏହାର କିଛି ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୧.୩୦ ବେଳେ ଅଞ୍ଜଳୀକୁ ଏକାକୀ ଦେଖିବାକୁ ମିଳିଥିବା ବେଳେ ସେ ମୋବାଇଲରେ ବ୍ୟସ୍ତ ରହିଛନ୍ତି। ଏହି ଦୃଶ୍ୟ ଓ ସେ ପୋଲିସ୍କୁ ଦେଇଥିବା ବୟାନରେ ତାଳମେଳ ନ ରହିବାରୁ ସନ୍ଦେହ ବଢ଼ିଥିଲା। ବୁଧବାର ସକାଳେ ପୋଲିସ୍ ହ୍ରଦରୁ କୁନି ଝିଅର ଶବକୁ ଉଦ୍ଧାର କରିଥିଲା। ଏହାପରେ ଅଞ୍ଜଳୀକୁ ଉଠାଇ ଜେରା କରିଥିଲା। ଜେରା ବେଳେ ସେ କୁନି ଝିଅକୁ କୃତ୍ରିମ ହ୍ରଦକୁ ଫିଙ୍ଗି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଅଞ୍ଜଳୀ ଏକାକୀ ପୂରା ଘଟଣା ଘଟାଇଛି। ତା’ର ଲିଭ ଇନ ପାର୍ଟନର ଅଲକେଶକୁ ପିଲାଟିର ନିଖୋଜ ଖବର ରାତି ୨ଟାରେ ମିଳିଥିଲା। ପ୍ରଥମ ବିବାହରୁ ଅଞ୍ଜଳୀଙ୍କ ଝିଅଟିଏ ଥିବାରୁ ଅଲକେଶ ତାଙ୍କୁ ସବୁବେଳେ ଝଗଡ଼ା କରିବା ସହ ଗଞ୍ଜଣା ଦେଉଥିଲେ। ଏହି କଟାକ୍ଷରୁ ବର୍ତ୍ତିବା ପାଇଁ ଓ ଅଲକେଶ ସହ ସବୁ ଦିନ ରହିବା ପାଇଁ ୨୮ ବର୍ଷୀୟ ଅଞ୍ଜଳୀ ନିଜ ଝିଅକୁ ମାରିଥିବା କହିଛି।
ଅଞ୍ଜଳୀର ମୂଳ ଘର ଉତ୍ତର ପ୍ରଦେଶର ବାରାଣସୀରେ। ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ସେ ଆଜମେର ଚାଲି ଆସିଥିଲା ଓ ଏଠାରେ ନିଜ ପ୍ରେମିକ ସହ ଲିଭ ଇନରେ ରହୁଥିଲା। ସେ ଆଜମେରର ଗୋଟିଏ ହୋଟେଲରେ ରିସେପସୋନିଷ୍ଟ ଭାବେ କାମ କରୁଥିଲେ। ଉକ୍ତ ହୋଟେଲରେ ଅଲକେଶ ମଧ୍ୟ କାମ କରେ। ଘଟଣା ପରେ ଖ୍ରୀଷ୍ଟିୟାନ ଗଞ୍ଜ ପୋଲିସ୍ ଗୋଟିଏ ହତ୍ୟା ମାମଲା ରୁଜୁ କରି ଅଞ୍ଜଳୀକୁ ଗିରଫ କରିଛି। ହତ୍ୟା ପଛରେ ଅଲକେଶର ହାତ ରହିଛି କି ନାହିଁ, ତା’ର ତଦନ୍ତ ପୋଲିସ୍ କରୁଛି।
Related Topics
Explore more stories