Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ମହିଳାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

National

ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ମହିଳାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ମହିଳାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଅର୍ଗସ ବ୍ୟୁରୋ:  ରାଜଧାନୀ ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣା । ମହିଳାଙ୍କୁ ଦିଲ୍ଲୀ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଦିଲ୍ଲୀ ପୋଲିସ ମହିଳାଙ୍କୁ ନୋଇଡ଼ା ଏଲ ଆଣ୍ଡ ଟି ରାସ୍ତା ପାର୍ଶ୍ବରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏଯାଏ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ ।

୩୪ ବର୍ଷୀୟ ମହିଳାଙ୍କ ପରିବାର ଲୋକଙ୍କ ସହ ପୋଲିସ ଯୋଗାଯୋଗ କରିଛି । ପୋଲିସ ସୂଚନା ଅନୁସାରେ ଗତବର୍ଷ ଓଡ଼ିଶାରୁ ଦିଲ୍ଲୀ ଆସିଥିଲେ ମହିଳା । ଏମ୍ସରେ ଚିକିତ୍ସିତ ହେଉଥିବା ମହିଳା ଜଣଙ୍କ ବାରମ୍ବାର ତାଙ୍କ ବୟାନ ବଦଳାଉଥିବା ପୋଲିସ ପକ୍ଷରୁ କୁହଯାଉଛି। ଓଡ଼ିଶାରୁ ଦିଲ୍ଲୀ ଆସିବା ପରେ କଟୱାରିଆ ସରାଇରେ ସେ ନିଜର ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
women misbehaving, women admitted to Delhi AIIMS | Argus News