ସ୍ତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଆବଶ୍ୟକ: ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ସମାଜ କହେ ସ୍ବାମୀର ଅର୍ଦ୍ଧାଙ୍ଗିନୀ ହେଉଛି ସ୍ତ୍ରୀ। ପୁରୁଷର ସୁଖ ଦୁଃଖରେ ପ୍ରତିଟି ଆବଶ୍ୟକତା ଜଣେ ନାରୀ ବୁଝିଥାଏ। କିନ୍ତୁ ଭାରତବର୍ଷରେ ଅନେକ କ୍ଷେତ୍ରରେ ଦେଖାଯାଏ ସ୍ବାମୀଟି ସେତିକି ମାାତ୍ରାରେ ସ୍ତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଦିଗରେ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଏକ୍ଷେତ୍ରରେ ସମାଜରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳେ।
ଗୃହିଣୀଙ୍କୁ ଆର୍ଥିକ ଦିଗରେ ସଶକ୍ତ କରନ୍ତୁ ସ୍ୱାମୀ । ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ନେଇ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀ ବହୁତ କିଛି ତ୍ୟାଗ କରିଥାଏ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ କହିଛନ୍ତି।
କୋର୍ଟ କହିଛନ୍ତି ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ କେବେବି ପରିବାର ସହ ଝଗଡ଼ା କରନ୍ତି ନାହିଁ। ବରଂ ସେହି ଆୟରୁ ସେମାନେ କିଛି ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଖର୍ଚ୍ଚରୁ ମଧ୍ୟ ଗୃହିଣୀ ଘରର ଭବିଷ୍ୟତ ପାଇଁ ସଞ୍ଚୟ କରିଥାନ୍ତି। କିନ୍ତୁ ଅଧିକାଂଶ ବିବାହିତ ପୁରୁଷ ଏହା ବୁଝିପାରନ୍ତି ନାହିଁ। ଏଭଳି କ୍ଷେତ୍ରରେ ମହିଳାମାନେ ବହୁତ ହଇରାଣ ହୁଅନ୍ତି। ଏବଂ ଚିନ୍ତାଗ୍ରସ୍ତ ରୁହନ୍ତି। ସେଥିପାଇଁ ପତ୍ନୀମାନେ ଆର୍ଥିକସ୍ତରରେ ସଶକ୍ତ ହେବା ନିହାତି ଆବଶ୍ୟକ।
📱 Get Argus News App
✨କିଛି ସ୍ବାମୀ ଏହା ମଧ୍ୟ ଜାଣି ନ ଥାନ୍ତି ଯେ ତାଙ୍କ ପତ୍ନୀ କେବଳ ଆବେଗପୂର୍ଣ୍ଣ ଭାବେ ନୁହେଁ ଆର୍ଥିକ ସ୍ତରରେ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ। ଗୃହିଣୀଙ୍କର ନିଜସ୍ବ ଆୟ ନଥିବାରୁ ତେଣୁ ବିବାହିତ ପୁରୁଷମାନେ ତାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାରର ଆବଶ୍ୟକତା ରହିଛି। ପତ୍ନିଙ୍କୁ ଭରଣପୋଷଣ ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହମ୍ମଦ ସମାଦ। ମମଲାର ଶୁଶାଣି କରି କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏଭଳି ବୟାନ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର