Videos
|
National

ସ୍ତ୍ରୀର ସମ୍ପତ୍ତି ଉପରେ କାହାର ଅଧିକାର ଅଛି ? ଜାଣନ୍ତୁ .... 

Manini Pattanayak
Browse all articles by Manini Pattanayak
·2 years ago·2 min read
ସ୍ତ୍ରୀର ସମ୍ପତ୍ତି ଉପରେ କାହାର ଅଧିକାର ଅଛି ? ଜାଣନ୍ତୁ .... 

ନୂଆଦିଲ୍ଲୀ: ସ୍ତ୍ରୀର ସମ୍ପତ୍ତି ଅର୍ଥାତ ସ୍ତ୍ରୀ ର ଧନ ଉପରେ  ସ୍ୱାମୀ ଏବଂ ଶାଶୂ  ଘର ଲୋକଙ୍କ କୌଣସି ଅଧିକାର ନାହିଁ।  ଏପରି ଏକ  ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।  ସୁପ୍ରିମକୋର୍ଟ କହିଛନ୍ତି  କୌଣସି ବି ମହିଳାଙ୍କୁ ତାଙ୍କର ପିଲାବେଳରୁ ନେଇ ବିବହା ପର୍ଯ୍ୟନ୍ତ ମିଳିଥିବା ଜିନିଷ ଯାହା ସ୍ତ୍ରୀଧନ ବା ସମ୍ପତ୍ତିରେ  ଯାଉଛି।   ଏଥିରେ  ନଗଦ ଟଙ୍କା ଠାରୁ ଆରମ୍ଭ କରି ସୁନାଗହଣା, ସମସ୍ତ ପ୍ରକାରର ଉପହାର, ସମ୍ପତ୍ତି ଏବଂ ସଞ୍ଚୟ ଅନ୍ତର୍ଭୁକ୍ତ ।   କୋର୍ଟ କହିଛନ୍ତି ସ୍ତ୍ରୀ ଧନ ଜଣେ ସ୍ତ୍ରୀର ପୂର୍ଣ୍ଣ ସମ୍ପତ୍ତି। ଯାହା ସେ ତାଙ୍କ ଇଛା ଅନୁସାରେ  ଖର୍ଚ୍ଚ କରିବାର ସମ୍ପୂର୍ଣ୍ଣ ଅଧିକାର ପାଇଛନ୍ତି ।   ତେବେ  ସ୍ତ୍ରୀର ସମ୍ପତ୍ତିରେ  ସ୍ୱାମୀ କେବେ ବି ଭାଗ ବସେଇପାରିବନି। କିନ୍ତୁ ସଙ୍କଟ ସମୟରେ ଅର୍ଥାତ ସ୍ୱାମୀର ଅତ୍ୟନ୍ତ ଜରୁରୀ ସମୟରେ  ସ୍ତ୍ରୀର ଅନୁମତିରେ ଏହା ବ୍ୟବହାର କରିପାରିବେ। 

ଜଷ୍ଟିସ୍‌  ସଞ୍ଜୀବ  ଖାନା ଏବଂ ଜଷ୍ଟିସ  ଦିପାଙ୍କର  ଦତ୍ତା ଙ୍କ ଖଣ୍ଡପିଠରେ ସ୍ତ୍ରୀର  ସମ୍ପତ୍ତି କୁ ନେଇ ଏକ ବୈବାହିକ  ବିବାଦ  ଉପରେ  ଶୁଣାଣି କରି କହିଥିଲେ  ମହିଳାଙ୍କୁ ନିଜ ସମ୍ପତ୍ତି  ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି  ଯାହା ବିବାହ ପରେ, ବିବାହ ପୂର୍ବରୁ ଏବଂ ବିବାହ ସମୟରେ  ମିଳିଥିବା ସମସ୍ତ ଜିନିଷ ସାମିଲ ଅଛି। ଯାହା କି ମାତା ପିତା, ଶାଶୂଘର,  ସମ୍ପର୍କୀୟ, ସାଙ୍ଗସାଥିଙ୍କ ଠୁ ମିଳିଥିବା  ଧନ, ଗହଣା, ଜମି ଏବଂ  ବାସକୁସନ ସାମିଲ ଅଛି। 

ଏହି ସ୍ତ୍ରୀ ଧନ କଣ ? 

ଏହା ନିହାତି ଜାଣିବା କଥା ଯେ ଏହି ସ୍ତ୍ରୀ ଧନ ଅର୍ଥାତ ସ୍ତ୍ରୀ ର ସମ୍ପତ୍ତି କଣ ? ଏବଂ ଏହାର ପରିସରରେ କଣ କଣ ସବୁ ଆସିଥାଏ।  ସ୍ତ୍ରୀ ସମ୍ପତ୍ତି ଏକ ଆଇନଗତ ଶଦ୍ଦ।  ଯାହା ବିଷୟରେ ହିନ୍ଦୁ ଧର୍ମରେ ଦେଖିବାକୁ ମିଳେ। ସ୍ତ୍ରୀ ଧର ଅର୍ଥ ମହିଳାଙ୍କ ଭାଗର ସମ୍ପତ୍ତି, ସୁନାଗହଣା, କାଗଜପତ୍ର ଏବଂ ଅନ୍ୟାନ୍ୟ ବସ୍ତୁ ମଧ୍ୟ ସାମିଲ ଅଛି।  ଆମର ଏକ  ଚିନ୍ତାଧାରା ରହିଛି ଯେ, ମହିଳାମାନେ ବିବାହ ସମୟରେ ଉପହାର ରୂପେ ଗ୍ରହଣ କରୁଥିବା ଜିନିଷଗୁଡ଼ିକ  ସ୍ତ୍ରୀ ଧନ  ଭାବରେ ବିବେଚନା କରାଯାଏ  କିନ୍ତୁ ଏହା  ସ୍ତ୍ରୀ  ଧନରେ ଯାଏ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର