Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar / ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ୧୦ ହଜାର

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ୧୦ ହଜାର

Key Points

ପ୍ରତି ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ କ୍ରେଡିଟ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା ।

୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୭ହଜାର ୫୦୦ କୋଟି । ପ୍ରତି ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ କ୍ରେଡିଟ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା ।


ବିହାରରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାମାନେ କିପରି ନିଜେ ରୋଜଗାର କରିବା ସହ ସ୍ଵାବଲମ୍ବୀ ହୋଇପାରିବେ, ସେ ନେଇ ଏପରି ଏକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଛି ।


ବିହାରର ପ୍ରତି ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିବ ୧୦ ହଜାର ଲେଖାଏଁ ଟଙ୍କା । ୭୫ ଲକ୍ଷ ମହିଳାଙ୍କୁ ଏହି ଯୋଜନା ଯୋଗାଇ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଔପଚାରିକ ଭାବେ ଘୋଷଣା କରାଯାଇଛି । ଭିଡିଓ କନଫରେନ୍ସିଂ ଯୋଗେ ସେ ଏହି ଯୋଜନାର ଶୁଭାରମ୍ଭ କରିବେ ।

ଯୋଜନାର ମୂଳ ଲକ୍ଷ

ବିହାରର ପ୍ରତ୍ୟେକ ପରିବାରର ମହିଳା କିପରି ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ସେମାନଙ୍କୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ପ୍ରଥମେ ୧୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଛି । ପୁଣି କାମ କରିବାର ୬ ମାସ ପରେ, ମୂଲ୍ୟାଙ୍କ ଆଧାରରେ ସେମାନଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ : ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କୁ ଟଙ୍କା ସହ ଚାକିରି ପାଇଁ କାମ ଶିଖିବାର ତାଲିମ ମଧ୍ୟ ଯୋଗାଇ ଦିଆଯିବ । ଏହି ଯୋଜନା ଦ୍ଵାରା କୌଣସି ସାମଗ୍ରୀକୁ ତିଆରି ତଥା ଉତ୍ପାଦନ ପରେ କିପରି ବିକ୍ରି ହୋଇପାରିବ ସେ ନେଇ ଗାଁର ହାଟ ବଜାରକୁ ବିକଶିତ କରାଯିବ । ଯାହାଦ୍ଵାରା ମହିଳାମାନେ ନିଜର ସାମଗ୍ରୀକୁ ବଜାରରେ ପହଞ୍ଚାଇ ବିକ୍ରି କରିବା ନିଡର ଜୀବିକା ନିର୍ବାହ କରିପାରିବେ ।

କେଉଁ ମହିଳା ଉଠାଇପାରିବେ ଯୋଜନାର ଲାଭ ?


ଏହି ଯୋଜନାର ଲାଭ ଉଠାଇବା ପାଇଁ ବିହାରର ସ୍ଥାୟୀ ନିବାସୀ ହୋଇଥିବା ଅତ୍ୟନ୍ତ ଜରୁରୀ । ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତ ୨, ଆଇଟିଆଇ(ITI), ପଲିଟେକ୍‌ନିକ୍ ଡିପ୍ଲୋମାର ସମକକ୍ଷ ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସସୀମା ୧୮ରୁ ୬୦ ବର୍ଷ ଭିତରେ ହୋଇଥିବା ଦରକାର । ଏହି ଯୋଜନାରେ ସବୁ ଧର୍ମର ଏମିତି ଟ୍ରାନ୍ସଜେଣ୍ଡର ମଧ୍ୟ ସାମିଲ ହୋଇପାରିବେ । ଆବେଦନକାରୀଙ୍କ ପରିବାରରେ କୌଣସି ବି ସଦସ୍ୟ ସରକାରୀ ଚାକିରିରେ ନ ରହିଥିବା ଦରକାର । କୌଣସି ଆୟକର ଦାତା ମଧ୍ୟ ହୋଇନଥିବା ଦରକାର ।


ଆହୁରି ପଢନ୍ତୁ : PM Narendra Modi: ବିକଶିତ ଭାରତ ରୋଜଗାର ଯୋଜନା, ୩ କୋଟି ୫୦ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିବ ଲାଭ


ଏପର୍ଯ୍ୟନ୍ତ ଗ୍ରାମୀଣ ବିକାଶ ବିଭାଗ ମହିଳାଙ୍କଠାରୁ 1.11 କୋଟିରୁ ଅଧିକ ଆବେଦନ ଗ୍ରହଣ କରିଛି ।

Sponsored
Women will get 10 thousand under 'Mukhya Mantri Mahila Rozgar Yojana' in Bihar | Argus News