Videos
|
National

ହାତରେ ଦୀପ ଥାଳି, ଫୁଲ ବର୍ଷା କରି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କଲେ ଅଯୋଧ୍ୟାବାସୀ

Smruti Parija
Browse all articles by Smruti Parija
·2 years ago·1 min read
ହାତରେ ଦୀପ ଥାଳି, ଫୁଲ ବର୍ଷା କରି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କଲେ ଅଯୋଧ୍ୟାବାସୀ

ଅର୍ଗସ ବ୍ୟୁରୋ: ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ କରିଛନ୍ତି ।

ରାମଲାଲାଙ୍କୁ ପୂଜା କରିବା ପରେ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଏକ ରୋଡ ଶୋ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେ ୧୪ରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମଙ୍କର ଏହି ଦର୍ଶନ କରିଛନ୍ତି । 

ବ୍ୟସ୍ତବହୁଳ ନିର୍ବାଚନ ପ୍ରଚାର କାର୍ଯ୍ୟସୂଚୀ ମଧ୍ୟରେ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟା ସମ୍ପୂର୍ଣ୍ଣ ରୂପେ ସଜାଯାଇଥିଲା।

ପ୍ରଧାନମନ୍ତ୍ରୀ ପ୍ରଭୁ ରାମ ଲାଲାଙ୍କ ମୂର୍ତ୍ତିକୁ ‘ସାଷ୍ଟାଙ୍ଗ ଦଣ୍ଡବତ’ ରେ ପ୍ରଣାମ କରି ପ୍ରାର୍ଥନା କରିଥିଲେ ।

ଏହା ପରେ ସେ ଦୁଇ କିଲୋମିଟର ଲମ୍ବା ରୋଡ ଶୋ କରିଥିଲେ ।

ଯେଉଁଠାରେ ଲୋକମାନେ ନରେନ୍ଦ୍ର ମୋଦିଙ୍କ ଝଲକ ଦେଖିବାକୁ ସବୁଆଡେ ଏକାଠି ହୋଇଥିଲେ ।

ହାତରେ ଦୀପ ଥାଳି ଓ ଫୁଲ ପକାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଅଯୋଧ୍ୟାବାସୀ ।

ଲୋକଙ୍କ ମଧ୍ୟରେ ଖେଳି ଯାଇଥିଲା ଅପୂର୍ବ ଆନନ୍ଦ । 


 

wonderful-pictures-of-pm-modi-during-ayodhya-visit | Argus News