Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦ୍ରୁତ ଗତିରେ ଚାଲିଛି କାମ: ଆସନ୍ତା ବର୍ଷ ଟ୍ରାଏଲ୍ ରନ୍, ୨୦୨୯ରୁ ଦୌଡିବ ବୁଲେଟ୍ ଟ୍ରେନ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଦ୍ରୁତ ଗତିରେ ଚାଲିଛି କାମ: ଆସନ୍ତା ବର୍ଷ ଟ୍ରାଏଲ୍ ରନ୍, ୨୦୨୯ରୁ ଦୌଡିବ ବୁଲେଟ୍ ଟ୍ରେନ୍

Key Points

ଦୀର୍ଘ ଅପେକ୍ଷାର ଅନ୍ତ ହେବାକୁ ଯାଉଛି
ଦ୍ରୁତ ଗତିରେ ଚାଲିଛି ଦେଶର ପ୍ରଥମ ବୁଲେଟ୍ ରେଲୱେ ଷ୍ଟେସନ କାମ
ଆସନ୍ତା ବର୍ଷ ଟ୍ରାଏଲ୍ ରନ୍, ୨୦୨୯ରୁ ଦୌଡିବ ବୁଲେଟ୍ ଟ୍ରେନ୍
୩୦୦ କିମି ଷ୍ଟ୍ରକଚରେ ୨୫୭.୪ କିମିର ପୂର୍ଣ୍ଣ ସ୍ପାନ୍ ଲଞ୍ଚିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଷ୍ଟେସନ୍ ନିର୍ମାଣ

ଦୀର୍ଘ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦ୍ରୁତ ଗତିରେ ଚାଲିଥିବା ଦେଶର ପ୍ରଥମ ବୁଲେଟ୍ ରେଲୱେ ଷ୍ଟେସନ ନିର୍ମାଣ କାମ ସରିବା ଉପରେ । ଆସନ୍ତା ବର୍ଷ ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ୨୦୨୯ ମସିହାରୁ ଦୌଡିବ ବୁଲେଟ୍ ଟ୍ରେନ୍ । ୩୦୦ କିମି ଷ୍ଟ୍ରକଚରେ ୨୫୭.୪ କିମିର ପୂର୍ଣ୍ଣ ସ୍ପାନ୍ ଲଞ୍ଚିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଜୋରସୋରରେ ଚାଲିଛି ଷ୍ଟେସନ୍ ନିର୍ମାଣ କାମ ।

ଏହି ସମୟ ମଧ୍ୟରେ ଅନେକ ନଦୀ ସେତୁ, ଷ୍ଟିଲ୍, PSC ସେତୁ ଏବଂ ଷ୍ଟେସନ କୋଠା ନିର୍ମାଣ କରାଯାଇଛି । ଏବେ ସୁଦ୍ଧା ଏହି ପ୍ରକଳ୍ପରେ ୩୮୩ କିମିର ପିୟର, ୪୦୧ କିମିର ଫାଉଣ୍ଡେସନ ଏବଂ ୩୨୬ କିମି ଗାର୍ଡର କାଷ୍ଟିଂ କାମ ସରିଛି । ଭାରତର ପ୍ରଥମ ବୁଲେଟ୍ ଟ୍ରେନର କାମ ଦ୍ରୁତ ଗତିରେ ଚାଲିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଯେ- ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ୩୦୦ କିଲୋମିଟର ଲମ୍ବା ଭାୟାଡକ୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହା ବ୍ୟତୀତ, ଗୁଜରାଟର ସୁରଟ ନିକଟରେ ୪୦ ମିଟର ଲମ୍ବା ବକ୍ସ ଗାର୍ଡର କାମ ମଧ୍ୟ ସମାପ୍ତ ହୋଇଛି । ରେଳମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟ ପରିବହନ ମନ୍ତ୍ରୀ ମଧ୍ୟ କିଛି ଫଟୋ ଏବଂ ସୂଚନା ସେୟାର କରିଛନ୍ତି । ଏହି ବୁଲେଟ୍ ଟ୍ରେନ୍ ରୁଟରେ ମୋଟ ୧୨ଟି ଷ୍ଟେସନ୍ ନିର୍ମାଣ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
work-is-progressing-at-a-rapid-pace-trial-run-next-year-bullet-train-from-2029 | Argus News