Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟନେଲ୍ ଭିତରେ ୯ ଦିନ ହେଲା ଫସି ରହିଛନ୍ତି ୪୧ ଶ୍ରମିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟନେଲ୍ ଭିତରେ ୯ ଦିନ ହେଲା ଫସି ରହିଛନ୍ତି ୪୧ ଶ୍ରମିକ

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ଟନେଲ୍ ଭିତରେ 9 ଦିନ ହେଲା ଫସି ରହିଛନ୍ତି 41 ଶ୍ରମିକ । ଯେଉଁଥିରେ ୫ଜଣ ଓଡ଼ିଆ ଅଛନ୍ତି । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ ସହ କେନ୍ଦ୍ର ସରକାର ଏବଂ ସମସ୍ତ ଉଦ୍ଧାରକାରୀ ଏଜେନ୍ସୀ ଜୋରଦାର ପ୍ରୟାସ କରୁଛନ୍ତି । ଖୁବଶୀଘ୍ର ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟ ସଚିବ ।

ଅଧିକ ପଢନ୍ତୁ: ଆଶଙ୍କା ଭିତରେ ଉତ୍ତରକାଶୀ ଟନେଲରୁ ଆସିଛି ଆଶ୍ବସ୍ତିର ଖବର

ସେପଟେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ପୁଷ୍କର ସିଂ ଧାମୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଯଦି ଆଗର୍ ମେସିନ୍ ସଠିକ୍ ଭାବରେ କାମ କରେ ତେବେ ଆମେ ଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିବା ବୋଲି କହିଛନ୍ତି ନୀତିନ ଗଡକରୀ । ଯଥାଶୀଘ୍ର ସେମାନଙ୍କୁ ବାହାର କରିବା ଉତ୍ତରାଖଣ୍ଡ ସରକାର ଏବଂ ଭାରତ ସରକାରଙ୍କ ପ୍ରାଥମିକତା । ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ସହ ଗତକାଲି ବୈଠକ ହୋଇଥିଲା । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ଖୁବ ଶୀଘ୍ର ଶ୍ରମିକଙ୍କୁ ଉଦ୍ଧାର କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Workers' Tunnel Nightmare Stretches To Day 9 | Argus News