Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆଦିଲ୍ଲୀରେ ଟେକ୍ନିକାଲ ଓ ଉଚ୍ଚତର ଶିକ୍ଷାର ମାନ ବୃଦ୍ଧି ପାଇଁ କର୍ମଶାଳା

Rashmita Mishra
Browse all articles by Rashmita Mishra
·1 year ago·2 min read
ନୂଆଦିଲ୍ଲୀରେ ଟେକ୍ନିକାଲ ଓ ଉଚ୍ଚତର ଶିକ୍ଷାର ମାନ ବୃଦ୍ଧି ପାଇଁ କର୍ମଶାଳା

ଅର୍ଗସ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ଭାରତ ବନିବ ବିଶ୍ବଗୁରୁ । ଏଥିପାଇଁ ନୂଆଦିଲ୍ଲୀରେ ଟେକନିକାଲ ଓ ଉଚ୍ଚତର ଶିକ୍ଷାର ମାନ ବୃଦ୍ଧି ପାଇଁ କର୍ମଶାଳା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କର୍ମଶାଳାକୁ ଉଦଘାଟନ କରି ସରକାରୀ ବିଶ୍ବ ବିଦ୍ୟାଳୟ ଗୁଡିକୁ ପାଣ୍ଠି ଯୋଗାଡ ପାଇଁ ନୂଆ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି । ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଇଣ୍ଡଷ୍ଟ୍ରିର ଚାହିଦା ଅନୁଯାୟୀ ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ। ଏଥିପାଇଁ ବିଶେଷଜ୍ଞ ମାନଙ୍କ ସହାୟତା ନିଆଯିବ । ବିଶ୍ବରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କୁ ସାମିଲ କରାଯାଇ ଗବେଷଣା ଓ ସୃଜନଶୀଳତା ଉପରେ ଗୁରୁତ୍ବ। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବୃଦ୍ଧି ସହ କ୍ରୀଡା, ବିତର୍କ, ଡ୍ରାମା, କବିତା ପାଠଚକ୍ର କରାଯିବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଇଛି । ପ୍ରଦେଶିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଉଛି । 

ନୂଆଦିଲ୍ଲୀରେ ହୋଇଥିବା କର୍ମଶାଳାରେ ଉଚ୍ଚତର ଶିକ୍ଷା ଦାୟିତ୍ବରେ ଥିବା ବିଭିନ୍ନ ରାଜ୍ୟର ସଚିବ ଓ ନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ଶିକ୍ଷା ଦ୍ବାରା ଲୋକଙ୍କ ମୁଣ୍ଡପିଛା ଆୟ କିପରି ବଢିବ ସେ ଉପରେ ବିସ୍ତୃତ ଆଲୋଚନା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଜାତୀୟ ପ୍ରାଥମିକତାକୁ ପ୍ରାଧାନ୍ୟ ନେଇ ଭବିଷ୍ୟତରେ ଇଜ୍ ଅଫ୍ ଲିଭିଂରେ ସୁଧାର ଆଣିବା, ମୁଣ୍ଡପିଛା ଆୟ ବୃଦ୍ଧି କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆମ ଦେଶ ଆଗାମୀ ଦିନରେ ଜଣେ ଅର୍ଥନୈତିକ ଉତ୍ପାଦକ ରାଷ୍ଟ୍ର ଭାବରେ ପରିଗଣିତ ହେବ। ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ବମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଅଭିନବ ମଡେଲ ମାଧ୍ୟମରେ ଆମର ବିଶ୍ବବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆକାଂକ୍ଷା ଓ ଆବଶ୍ୟକତା ତଥା ଶିଳ୍ପର ଚାହିଦାନୁସାରେ ପାଠ୍ୟକ୍ରମ ତିଆରି କରିବା ଏବଂ ଥିଙ୍କ୍ ଟ୍ୟାଙ୍କ୍ ପ୍ରତିଷ୍ଠା କରିବା ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Workshop for upgradation of technical and higher education in New Delhi | Argus News