Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

World AIDS Day / ଡିସେମ୍ବର ୧ରେ ବିଶ୍ୱବ୍ୟାପୀ ପାଳିତ 'ବିଶ୍ୱ ଏଡସ ଦିବସ୍'

Rashmita Mishra
Browse all articles by Rashmita Mishra
·7 months ago·3 min read
ଡିସେମ୍ବର ୧ରେ ବିଶ୍ୱବ୍ୟାପୀ ପାଳିତ 'ବିଶ୍ୱ ଏଡସ ଦିବସ୍'
AIDS Day

Key Points

ଆଜି ହେଉଛି ବିଶ୍ୱ ଏଡସ ଦିବସ୍
ଡିସେମ୍ବର ୧ରେ ବିଶ୍ୱବ୍ୟାପୀ ପାଳିତ 'ବିଶ୍ୱ ଏଡସ ଦିବସ୍'
ଏହାର ଉଦ୍ଦେଶ୍ୟ ଦିବସ୍ ବିଷୟରେ ଅଧିକ ଜନସଚେନତା ସୃଷ୍ଟି କରିବା
ସାରା ବିଶ୍ୱରେ ଏଡସକୁ ନେଇ ଆଜି ଏକାଧିକ କାର୍ଯ୍ୟକ୍ରମ

ଆଜି ହେଉଛି ବିଶ୍ୱ ଦିବସ୍ ଦିବସ । AIDS ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହି ରୋଗରେ ପୀଡିତ ଲୋକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତଥା ଆଜିର ଦିନରେ ବିଶ୍ୱବ୍ୟାପୀ ପାଳିତ ହେଉଛି 'ବିଶ୍ୱ ଏଡସ ଦିବସ୍' । ଚଳିତ ବର୍ଷର ଥିମ ରହିଛି Overcoming disruption, transforming the AIDS response." ତଥା ଦିବସ୍ ପାଇଁ ଥିବା ଲଜ୍ୟା ଭୟ ଓ ସାମାଜିକ ଦୂରତାକୁ ନାଶ କରିବା କେତେ ଜରୁରୀ ।

ବିଶ୍ୱରେ HIV ସଂକ୍ରମଣ ବା ଦିବସ୍ ଏକ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଏଡସ ସଂକ୍ରମିତଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଛୁଞ୍ଚି ପୁନଃବ୍ୟବହାର କରିବା ଦ୍ୱାରା ବି ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ ।

ଯେକୌଣସି ବୟସର ଲୋକଙ୍କୁ ଏଡସ ହୋଇପାରେ । ଏଡସ ସଂକ୍ରମିତ କେବଳ ଶାରିରୀକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ସାମାଜିକ ବିଭେଦର ମଧ୍ୟ ଶିକାର ହୋଇଥାନ୍ତି । ଦିବସ୍ ବିଷୟରେ ଅଧିକ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ 'ବିଶ୍ୱ ଦିବସ୍ ଦିବସ' ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଏଡସକୁ ନେଇ ଆଜି ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।

୨୦୨୨ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଏବେ ୨୪ ହଜାରରୁ ଅଧିକ ଦିବସ୍ କେସ ଆକ୍ଟିଭ ରହିଛି । ସଂକ୍ରମିତଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଡସକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ସରକାର ୨୦୩୦ ସୁଧା ୮୦ ପ୍ରତିଶତ ସଂକ୍ରମଣ କମେଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୫ ସୁଦ୍ଧା ମାଆଠୁ ସଂକ୍ରମଣ ଯେମିତି ପିଲାକୁ ନ ବ୍ୟାପେ ସେନେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକଟ କରଯାଇଥାଏ । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୯ହଜାର ୪୦ଟି ଏଚଆଇଭି ପଜିଟିଭ ରହିଛି । ସେଥି ମଧ୍ୟରୁ ପୁରୁଷ ୧୦ହଜାର ୯୮୮ଜଣ ଏଚଆଇଭି ପଜିଟିଭ ରହିଥିବା ବେଳେ ୫ହଜାର ୮୧୯ଜଣ ମହିଳା, ୯୯୨ଜଣ ଶିଶୁ ଓ ୧୬୪ଜଣ କିନ୍ନର ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ବେଳେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଯାହା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟା ପାଇଁ ଆଶ୍ବସ୍ତ ଆଣିଛି ।

୨୦୨୦ ମସିହାରୁ୨୦୨୫ ଅକ୍ଟୋବର ସୁଦ୍ଧା ଗଞ୍ଜାମରେ ୧୦ଲକ୍ଷ ୭ହଜାର ୭୯୫ଙ୍କର କାଉନସେଲିଂ କରାଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫ହଜାର ୯୨୧ ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଛି । ସେଥିରୁ ୨ହଜାର ୮୫୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛି ।

ସେହିପର ୨୦୨୫ ନଭେମ୍ବର ସୁଦ୍ଧା ପୁରୀ ଜିଲ୍ଲାରେ ପଞ୍ଜିକୃତ ଦିବସ୍ ରୋଗୀ ସଂଖ୍ୟା ୧୦୫୩ ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ କିନ୍ନର ଥିବାବେଳେ ୨୮ ଶିଶୁ ରହିଛନ୍ତି । ଅନ୍ୟ ଜିଲ୍ଲାରୁ ୪୯ ଓ ଅନ୍ୟ ରାଜ୍ୟ ରୁ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ପୁରୀରେ । ତେବେ ୧୦୫୩ ପଞ୍ଜିକୃତ ରୋଗୀଙ୍କ ମଧ୍ୟରେ ୬୮୯ ପୁରୁଷ ଓ ୩୧୨ ମହିଳା ଅଛନ୍ତି ।

ଭାରତରେ ପ୍ରଥମ ଥର ପାଇଁ ୧୯୮୬ ମସିହାରେ ଦିବସ୍ ସଂକ୍ରମିତ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲାଟେଷ୍ଟ ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ସାରା ବିଶ୍ୱରେ ୪୦.୮ ମିଲିୟନ ଏଡସ ସଂକ୍ରମିତ ଅଛନ୍ତି । ୨୦୨୪ ଗୋଟିଏ ବର୍ଷରେ କେବଳ ସାରା ବିଶ୍ୱରେ ୧.୩ ମିଲିୟନ ଲୋକ HIV AID ସଂକ୍ରମିତ ହୋଇଛନ୍ତି । ଆଉ ଚିନ୍ତାଜନକ କଥା ହେଲା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦୨୪ରେ କେବଳ ୬୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । HIV AIDS ର ମୂଳତ୍ପାଟନ ପାଇଁ ସାମୂହିକ ପ୍ରୟାସ, ସୁରକ୍ଷିତ ଯୌନ ସମ୍ପର୍କ, ଆବଶ୍ୟକ ଥିବାବେଳେ, ଜନସଚେତନା ଓ ସଠିକ ସ୍ୱାସ୍ଥ୍ୟସେବା ମଧ୍ୟ ଜରୁରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World AIDS Day | World AIDS Day Observed Globally on December 1 | Argus News