Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୦ ବର୍ଷ ପରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଯୁଦ୍ଧ 

National

୨୦ ବର୍ଷ ପରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଯୁଦ୍ଧ 

Manini Pattanayak
Browse all articles by Manini Pattanayak
·2 years ago·2 min read
୨୦ ବର୍ଷ ପରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଯୁଦ୍ଧ 

ନୂଆଦିଲ୍ଲୀ: ଆଜି ବିଶ୍ୱକପ ଫାଇନାଲରେ  ଦମଦାର ଲଢେଇ । ଲଢେଇ ହେବ ଭାରତ ସହ ଅଷ୍ଟ୍ରେଲିଆର । ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଏହି ଦୁଇ ଦଳ।  2003ର ବଦଲା ନେବାକୁ ତୟାର ଭାରତ ।  କମ୍ପୁଛି ନରେନ୍ଦ୍ର ମୋଦି ଷ୍ଟାଡିୟମ । ଫାଇନାଲ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ପଡିଆକୁ ଓହ୍ଲାଇବ ଜବରଦସ୍ତ ପାଓ୍ୱାର ସହ ଟିମ୍‌ ଇଣ୍ଡିଆ।  ଷ୍ଟାଡିୟମରେ 1 ଲକ୍ଷ 32 ହଜାର ଦର୍ଶକଙ୍କ ଖଚାଖଚ ଭିଡ଼ ମଧ୍ୟରେ ଅହମ୍ମଦାବାଦର ମୋଦି ଷ୍ଟାଡିୟମରେ କଙ୍ଗାରୁ ଦଳକୁ ସାମ୍ନା କରିବ ଟିମ ବ୍ଲୁ  । ଚଳିତ ବିଶ୍ବକପ୍‌ରେ ଭାରତ ଦମ୍‌ଦାର ଫର୍ମରେ ରହିବା ସହ ଅପରାଜେୟ ଭାବେ ଫାଇନାଲ ଖେଳୁଛି ।  

ତୃତୀୟ ଥର ପାଇଁ ବିଶ୍ବବିଜେତା ହେବାକୁ  ପ୍ରସ୍ତୁତ  ରୋହିତ ବାହିନୀ ।   ମ୍ୟାଚ  ଦେଖିବା ପାଇଁ ଦେଶ ବିଦେଶର କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା  ଆଉ ଉତ୍ସାହ  ଭରି ରହିଛି। ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି ।  ଫାଇନାଲ ମ୍ୟାଚ୍‌  ଦେଖିବକୁ  ଷ୍ଟାଡିୟମରେ   ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମୋଦି ଷ୍ଟାଡିୟମରେ ମୋଦି ଉପସ୍ଥିତ ରହି   ଟିମ୍‌ ଇଣ୍ଡିଆର ମନୋବଳ ଦଢ କରିବେ। ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’  ମଧ୍ୟ କରାଯିବ । ବିଶ୍ୱକପ୍ ଫାଇନାଲରେ ଭାରତର ବିଜୟ ମନାସି ବାରାଣାସୀରେ ସ୍ୱତନ୍ତ୍ର ଆଳତି ହୋଇଛି । କାଶୀର ଗଙ୍ଗା ଘାଟରେ  ସ୍ୱତନ୍ତ୍ର ଗଙ୍ଗା ଆରତୀ କରାଯାଇଛି।   ଏହିସମୟରେ ୨୧ ଶହ ଦୀପ ଜଳାଇ ଟିମ୍ ଇଣ୍ଡିଆ ବିଜୟ ପାଇଁ ପ୍ରାର୍ଥନା କରାଯାଇଥିଲା। ହଜାର  ହଜାର ସଂଖ୍ୟାରେ ଲୋକମାନେ ଯୋଗ  ଟିମ୍‌  ଇଣ୍ଡିଆର ଶୁମ ମନାସିଛନ୍ତି।  ଆଜି ୨ଟାରେ  ହେବ ମହାଲଢେଇ.. ଅପେକ୍ଷାରେ କ୍ରିକେଟପ୍ରେମୀ ... 
 ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World Cup 2023 Final: Fans throng Narendra Modi Stadium | Argus News