ଦିନ ଥିଲା ମଣିଷର ବନ୍ଧୁଥିଲା ହାତୀ , ହେଲେ ଏବେ ....

Key Points
- ହାତୀ ଦିବସ ରେ ହାତୀ ସୁରକ୍ଷା ଚିନ୍ତା
- ବାସହରା ହେଉଛି କି ପୃଥିବୀ ର ସବୁଠୁ ବଡ ପ୍ରାଣୀ !
- କାହିଁକି ବଢ଼ୁଛି ହାତୀ ମଣିଷ ଭିତରେ ତିକ୍ତତା ?
- ହାତୀ ସୁରକ୍ଷା ପାଇଁ ଟ୍ବିଟ କରି ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦିନ ଥିଲା ମଣିଷର ବନ୍ଧୁଥିଲା ହାତୀ । ହାତୀ କିପରି ପ୍ରକୃତ ସାଥୀ ସେ କାହାଣୀ ଫିଲ୍ମ ରେ ବର୍ଣ୍ଣନା କରାଯାଉଥିଲା । ହେଲେ ସମୟ ସ୍ରୋତରେ ଭାରତର ସଂସ୍କୃତି ଓ ଐତିହ୍ୟ ସହ ଜଡିତ ଥିବା ହାତୀ ଯେପରି ମଣିଷ ର ଶତ୍ରୁ ପାଲଟିଗଲା । ସାରା ଦେଶ ଆଜି ବିଶ୍ବ ହାତୀ ଦିବସ ପାଳନ କରୁଥିବା ବେଳେ ହାତୀ ର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି । କେତେବେଳେ ଶୀକାରୀଙ୍କ ହାବୁଡରେ ପଡି ମୃତ୍ୟୁ ମୁଖରେ ପଡୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢ଼େଇ ରେ ଜୀବନ ହାରୁଛି । ବିଶ୍ବ ହସ୍ତୀ ଦିବସରେ ଟ୍ବିଟ୍ କରି ହାତୀଙ୍କ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପରିବେଶକୁ ସୁରକ୍ଷା ଦେବାରେ ହାତୀଙ୍କ ଭୂମିକା କଥା ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହାତୀଙ୍କ ପ୍ରତି ଘୃଣାର ଭାବ ନରଖିବାକୁ ଟ୍ବିଟ କରି ଆହ୍ବାନ ଦେଇଛନ୍ତି।
ସେପଟେ ସବୁ ବର୍ଷ ଭଳି ନନ୍ଦନକାନନ ରେ ଏହି ଦିବସ କୁ ପାଳନ କରାଯାଇଛି..ଦୁଇ ହାତୀ ବାସନ୍ତୀ ଓ ହୀରା ସହ 3 କୁନି ହାତୀ ଅଭି, ଆଶା ଓ ନିଶା ଙ୍କୁ ତରଭୁଜ, ଆଖୁ, ନଡ଼ିଆ, କଦଳୀ ଖାଇବାକୁ ଦିଆଯାଇଛି.. ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ହାତୀ ଙ୍କୁ ନିଜ ହାତ ରେ ଖୁଆଇ ଦେବା ସହ ମାହୁନ୍ତ ମାନଙ୍କୁ ସମ୍ମାନିତ କରିଥିଲେ । ଆଗକୁ ପର୍ଯ୍ୟାଟକ ଙ୍କ ପାଇଁ ନନ୍ଦନକାନନରେ ଥିବା ହାତୀ ଖୁଆଡ କୁ ବଡ କରାଯିବା କୁୂ ଯୋଜନା କରାଯାଉଥିବା କହିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ।
୨୦୧୭ ହାତୀ ଗଣନା ଅନୁସାରେ ଦେଶରେ ମୋଟ ୨୯, ୯୬୪ ଟି ହାତୀ ଥିବା ବେଳେ ଓଡିଶାରେ ଥିଲେ ୧ ହଜାର ୯୭୬ ହାତୀ । ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ତରଫରୁ ହୋଇଥିବା ହାତୀ ଗଣନାରେ ଏହି ସଂଖ୍ୟା ବଢ଼ି ୨୦୯୮ ଟି ପହଂଚିଛି । ତେବେ ସରକାରୀ ତଥ୍ୟ କହୁଛି ଗତ ୫ ବର୍ଷ ରେ ବିଭିନ୍ନ କାରଣରୁ ୪୦୩ ହାତୀଙ୍କ ଜୀବନ ଯାଇଛି । ହାତୀ ମଣିଷ ଲଢ଼େଇ ରେ ସରା ଦେଶ ରେ ଓଡିଶାରେ ସବୁଠୁ ଅଧୀକ ଜୀବନ ଯାଉଥିବା ବେଳେ ବନ ବିଭାଗ ତରଫରୁ ନିଆ ଯାଉଥିବା ପଦକ୍ଷେପ ଏହାକୁ କେତେ ପ୍ରତିହତ କରିପାରୁଛି ତାହା ସମୟ କହିବ।