Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ 

National

ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ 

ନୂଆଦିଲ୍ଲୀ:  ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ । ପ୍ରତିବର୍ଷ ଏପ୍ରିଲ ୨୫ ତାରିଖ ଦିନ ବିଶ୍ଵ ମ୍ୟାଲେରିଆ ଦିବସ ତଥା ମ୍ୟାଲେରିଆରୁ ମୁକ୍ତ ରହିବା ପାଇଁ ସର୍ବଭାରତୀୟ ସ୍ତରରେ ଏହି ଦିନକୁ ସ୍ୱୀକୃତି ମିଳିଛି । ବିଶ୍ଵରେ ମ୍ୟାଲେରିଆକୁ ଦୂର କରିବା ପାଇଁ ଏହି ଦିନରେ ମ୍ୟାଲେରିଆ ସଂପର୍କିତ ସୂଚନା ଓ ମୁକ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ବାର୍ତ୍ତା ଦିଆଯାଏ । 

ଆସନ୍ତୁ ଜାଣିବା କିପରି ମ୍ୟାଲେରିଆ ସଂକ୍ରମିତ ହୁଏ ?

ମ୍ୟାଲେରିଆ ଏକ ପରଜୀବୀ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗ ଆନ୍ଫେଲସ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ। ଏହି ରୋଗ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ଜ୍ୱରରେ  ଅସୁସ୍ଥ କରିପକାଏ। ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଥକାପଣ ବ୍ୟତୀତ ଅନ୍ୟ କିଛି ଲକ୍ଷଣ ଦେଖାଯାଇଥାଏ।
WHO ମୁତାବକ ଚଳିତବର୍ଷ  ମ୍ୟାଲେରିଆ ଦିବସର ବିଷୟଵସ୍ତୁ ହେଉଛି "ଏକ ସମାନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢେଇ କରିବା" ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମ୍ୟାଲେରିଆ ଦ୍ଵର କରିବାର ଉପାୟ : 

୧ ମଶା ନକାମୁଡିବା ପାଇଁ ଔଷଧ ଵ୍ୟଵହାର କରନ୍ତୁ ।
୨ ମଶାରୀ ଟାଙ୍ଗି ଶୋଇବା ଦ୍ଵାରା ମ୍ୟାଲେରିଆ ହେବାର ସମ୍ଭାବନା କମ ରହିଥାଏ।
୩. ସଂପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ ।
୪. ଘର ଆଖ ପାଖରେ ଅନାବଶ୍ୟକ ପାଣି ଜମା କରନ୍ତୁ ନାହିଁ।
୫. ରୋଗର ମାତ୍ରା ଅଧିକ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।

ଅଧିକ ପଢନ୍ତୁ ଭାରତ ଖବର

Argus Whatsapp Channel Mobile Top
Sponsored
Every year, the world celebrates World Malaria Day on April 25, 2024 | Argus News