Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଏବେ ସାରା ବିଶ୍ୱର ନଜର, କ'ଣ କରିବ ଭାରତ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଏବେ ସାରା ବିଶ୍ୱର ନଜର, କ'ଣ କରିବ ଭାରତ !

Key Points

ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ୪ ଡାକ୍ତରଙ୍କୁ ଗିରଫ କରାଯାଇଛି ।
ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ।

ଦିଲ୍ଲୀର ଐତିହାସିକ ଲାଲ୍ କିଲ୍ଲା ନିକଟରେ ହୋଇଥିବା ଭୟାନକ ବିସ୍ଫୋରଣକୁ ନେଇ ବିଶ୍ୱର ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି। ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି ଏବଂ ଘଟଣା ଉପରେ ନଜର ରହିଥିବାର କୁହାଯାଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଡଃ ମହମ୍ମଦ ମୁଇଜ୍ଜୁ X ରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଭାରତର ଇରାନ ଏବଂ ଜାପାନ ଦୂତାବାସ ପକ୍ଷରୁ ଏହି ଦୁଃଖଦ ବିସ୍ଫୋରଣ ପରେ ଗଭୀର ଶୋକ ପ୍ରକାଶ କରାଯାଇଛି । ବ୍ରିଟିଶ୍ ହାଇ କମିଶନର୍‌ଠୁ ଇଣ୍ଡିଆ ଲିଣ୍ଡି କାମେରନ୍ ମଧ୍ୟ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ଚିନ୍ତା ଜନକ ବୋଲି କହିଛନ୍ତି । ନଭେମ୍ବର ୧୦ ରେ ରାଜଧାନୀର ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନ୍‌ ଗେଟ୍ ୧ ନିକଟରେ ଘଟିଥିବା ଶକ୍ତିଶାଳୀ ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଅନ୍ୟ ଲୋକ ଆହତ ହୋଇଛନ୍ତି ।

ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ NIA ତନାଘନା ଆରମ୍ଭ କରିଦେଇଛି । ଫରିଦାବାଦର ଡାକ୍ତରଙ୍କ ଠାରୁ ଆରମ୍ଭ କରି କାଶ୍ମୀରର ମୌଲବୀ ପର୍ଯ୍ୟନ୍ତ ସମସ୍ତେ ଏବେ NIAର ସ୍କାନରରେ । ମେଡିକାଲ କଲେଜ ଆଢୁଆଳରେ କଟରପନ୍ଥି ବିଚାରଧାରାର ଚାଲିଥିଲା କି ପ୍ରଚାର ? ଗିରଫ ୫ ଜଣ ହେଉଛନ୍ତି ସେହି ଡାକ୍ତର ଯେଉଁମାନେ ରଚିଥିଲେ ଏହି ସାଂଘାତିକ ଷଡୟନ୍ତ୍ର । ସେମାନେ ହେଲେ ଡକ୍ଟର ମୁଜାମିଲ ଗାନାଇ, ଡକ୍ଟର ଅଦିଲ ଅହମ୍ମଦ ରାଠୋର, ଡକ୍ଟର ସାହିନ ସୟିଦ, ଉମର ମହମ୍ମଦ, ଅହମ୍ମଦ ମୋହିୟୁଦିନ ସାଇଦ ।

ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ଏହି ଡାକ୍ତରମାନଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ । ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନାରୋଦା ବଜାରରେ ବିସ୍ଫୋରଣ ପାଇଁ ହୋଇଥିଲା ଷଡଯନ୍ତ୍ର । ଲକ୍ଷ୍ନୌର ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ଭଳି ଜନଗହଳି ସ୍ଥାନରେ ରାସାୟନିକ ଆକ୍ରମଣ ପାଇଁ ଅଙ୍କାଯାଇଥିଲା ବ୍ଲୁପ୍ରିଣ୍ଟ । ଭୟଙ୍କର ଆତଙ୍କୀ ନେଟ୍‌ୱର୍କର ସ୍ଲିପର ଏଜେଣ୍ଟ ଭାବେ ଡାକ୍ତରମାନେ କାର୍ଯ୍ୟ କରୁଥିଲେ । ଆଉ ୩ ଜଣ ଡାକ୍ତରଙ୍କୁ ଅଟକ ରଖାଯାଇଛି ।

ସେପଟେ ଫରିଦାବାଦରୁ ପୁଣି ଜବତ ହେଲା ୫୦ରୁ ୬୦ କେଜି ବିସ୍ଫୋରକ। ଦିଲ୍ଲୀ ବିସ୍ଫୋରଣର ଦିନକ ପରେ ଏହା ଜବତ ହୋଇଛି । ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ବିସ୍ଫୋରଣର ପୁଲଓ୍ବାମା ଲିଙ୍କ ରହିଥିବା ଜଣାପଡ଼ିଛି । ଡାକ୍ତର ସଜ୍ଜାଦ ଅହମ୍ମଦ ମାଲାକୁ କାଶ୍ମୀରର ପୁଲଓ୍ବାମାରୁ ଧରିଲା ପୋଲିସ୍ । ଗିରଫ ଡାକ୍ତର ଉମରର ବନ୍ଧୁ ହେଉଛନ୍ତି ସଜ୍ଜାଦ ଅହମଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast | World Reacts to Delhi Blast, Nations Stand in Solidarity with India | Argus News