୮ ଦିନରେ ୧୭୦ ଘଣ୍ଟା ଭାରତନାଟ୍ୟମ୍ କରି ବିଶ୍ଵରେକର୍ଡ

Key Points
ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠାରେ ଜଣେ ଝିଅ, ରେମୋନା ଏଭରେଟ୍ ପେରେରା, ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ 170 ଘଣ୍ଟା ଧରି ଅବିରତ ଭାରତନାଟ୍ୟମ୍ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ଭାରତ କଳାର ଭୂମି ଭାବେ ପରିଚିତ । ଯେଉଁଠି ବିଭିନ୍ନ ସଂସ୍କୃତି ବିଭିନ୍ନ ପରମ୍ପରାର ଲୋକ ରହିଥାନ୍ତି । ଆଉ ସମସ୍ତେ ନିଜ ସଂସ୍କୃତି ପରମ୍ପରାକୁ ଯଥେଷ୍ଟ ସମ୍ମାନ ମଧ୍ୟ ଦେଇଥାନ୍ତି । ତେବେ ସବୁ ପରମ୍ପରାର ନୃତ୍ୟକଳା ବେଶ ମନଲୋଭା । ସେଥିମଧ୍ୟରୁ ତାମିଲ ନାଡୁର ଭାରତନାଟ୍ୟମ ନୃତ୍ୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ ଲୋକପ୍ରିୟ ହାସଲ କରିଛି । ଏହି ନୃତ୍ୟ ପାଦର ଭଙ୍ଗୀ, ମୁଖର ଭଙ୍ଗୀ , ହାତର ମୁଦ୍ରା ପାଇଁ ବେଶ ଆକର୍ଷଣୀୟ ଲାଗେ । ତେବେ ବର୍ତ୍ତମାନ ଭାରତନାଟ୍ୟମ୍ କରି ଚର୍ଚ୍ଚାରେ ରହିଥିବା ଜଣେ ଝିଅ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠାରେ ଜଣେ ଝିଅ, ରେମୋନା ଏଭରେଟ୍ ପେରେରା, ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ 170 ଘଣ୍ଟା ଧରି ଅବିରତ ଭାରତନାଟ୍ୟମ୍ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ରେମୋନାଙ୍କର ଏପରି ଅସାଧାରାଣ ନୃତ୍ୟୁ ପ୍ରଦର୍ଶନକୁ ସାରା ଭାରତର ଲୋକେ ବେଶ ପ୍ରଶଂସା କରିଛନ୍ତି । ବିଭିନ୍ନ ସ୍ଥାନରୁ ତାଙ୍କପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।
ରେମୋନା ୮ ଦିନରେ ୧୭୦ ଘଣ୍ଟା ଧରି ନୃତ୍ୟ କରିଥିଲେ । ଏବଂ ପ୍ରତି ଘଣ୍ଟାରେ ମାତ୍ର ୫ ମିନିଟ୍ ପାଇଁ ବ୍ରେକ ନେଉଥିଲେ । ଆଉ ପୁଣି ଅନବରତ ନାଚୁଥିଲେ। ଜୁଲାଇ ୨୧ ରେ ସେ କଲେଜ ଅଡିଟୋରିୟମରେ ନୃତ୍ୟ ଆରମ୍ଭ କରିଥିଲେ । ଆଉ ଆରମ୍ଭ ସମୟରେ ଗଣେଶଙ୍କ ପ୍ରାର୍ଥନା ଥିଲା । ଆଉ ସୋମବାର ଅପରାହ୍ନ ବେଳେ ତାଙ୍କର ନୃତ୍ୟ ଶେଷ ହୋଇଥିଲା , ଏବଂ ଶେଷରେ ମା ଦୁର୍ଗାଙ୍କର ପ୍ରାର୍ଥନା ଥିଲା ।
ରେମୋନାଙ୍କ ନୃତ୍ୟରେ ସଂଯମତା ଭରି ରହିଥିଲା । ତାଙ୍କର ଅଙ୍ଗଭଙ୍ଗୀ, ତାଙ୍କର ହାତର ମୁଦ୍ରା ବେଶ ମନମୁଗ୍ଧକର ଥିଲା, ଯାହା ଦର୍ଶକଙ୍କୁ ତଙ୍କ ନୃତ୍ୟରେ ବାନ୍ଧି ରଖୁଥିଲା । ତାଙ୍କର ଏପରି ତ୍ୟାଗ ନିଷ୍ଠା ପାଇଁ ତାଙ୍କର ଗୁରୁ ଶ୍ରୀବିଦ୍ୟା ମୁରଲିଧର ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ରେମୋନା ଟୁଲୁନାଡୁ ଏବଂ ପୁରା ଭାରତ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି ।
ରେମୋନା ୩ ବର୍ଷ ବୟସରୁ ହିଁ ତାଙ୍କର ନୃତ୍ୟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଭାରତନାଟ୍ୟମରେ ପିଏଚଡି କରିବାର ଇଚ୍ଛା ଥିବା ସେ କହିଛନ୍ତି । କେବଳ ଭାରତନାଟ୍ୟମ ନୁହେଁ, ହିପ୍ ହପ୍ , ବଲିଉଡ, ଲାଟିନ ଆଦି ନୃତ୍ୟରେ ବେଶ ପ୍ରବୀଣା ।