World Rose Day / ଆଜି ବିଶ୍ଵ ଗୋଲାପ ଦିବସ

Key Points
କ୍ୟାନସର ପୀଡିତଙ୍କ ପାଇଁ ସ୍ନେହ ଶ୍ରଦ୍ଧା କରୁଣାର ଦିନ ଟିଏ
କ୍ୟାନସର ରୋଗୀଙ୍କୁ ଦିଅନ୍ତୁ ଗୋଲାପ ଟିଏ
ସଚେତନତା କରିବ ଅସର, ଦୂରହେବ କ୍ୟାନସର
ଆଜି ୱାର୍ଲ୍ଡ ରୋଜ ଡେ' । କ୍ୟାନସର ପୀଡିତ କାନାଡାର ୧୨ ବର୍ଷିୟା ମେଲିଣ୍ଡା ରୋଜଙ୍କ ସଙ୍ଘର୍ଷର ସ୍ମୃତିଚାରଣ କରିବାର ଦିନ ଟିଏ । ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ମେଲିଣ୍ଡା ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଦୁଇ ସପ୍ତାହର ସମୟ ଦେଇଥିଲେ ।
କିନ୍ତୁ ମିଲିଣ୍ଡା ମୃତ୍ୟୁକୁ ଭୟ ନକରି ବେଶ ଖୁସିରେ ରହିବାକୁ ଚେଷ୍ଟା କରିଥିଲେ । ବଞ୍ଚିବା ପାଇଁ ସକରାତ୍ମକ ସଂଘର୍ଷ କରୁଥିଲେ । ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷକୁ ୬ ମାସ ବଢାଇ ଦେଇଥିଲା । ଶେଷରେ ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମିଲିଣ୍ଡା ରୋଜ । ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋବଳକୁ ପ୍ରତିଟି କ୍ୟାନସର ପୀଡିତଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ଏହି ଦିନକୁ ସାରା ବିଶ୍ୱରେ ‘ରୋଜ ଡେ’ ଭାବେ ପାଳନ କରାଯାଉଛି ।
ସାରା ବିଶ୍ୱରେ ଏବେ କାୟା ବିସ୍ତାର କରୁଛି ମାରାତ୍ମକ କ୍ୟାନସର । ଦି ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର ୨୦୨୦ ରିପୋର୍ଟ ଅନୁସାରେ ଏବେ ସାରା ବିଶ୍ୱରେ ବଢି ଚାଲିଛି କ୍ୟାନସର ବ୍ୟାଧି । ବିଶ୍ୱରେ ବିଭିନ୍ନ ରୋଗରେ ମୃତ୍ୟୁ ସଂଖ୍ୟା ଯଦି ୭୩ ପ୍ରତିଶତ ହୁଏ ଏଥିରୁ କେବଳ କ୍ୟାନସରରେ 9 ପ୍ରତିଶତ ପ୍ରାଣ ହରାଉଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ 2022 ରେ ସାରା ବିଶ୍ୱରେ 20 ମିଲିୟନ ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ, ପ୍ରାୟ 97 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ICMR ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତି 1 ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ 100 ଜଣ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି । ICMR ରିପୋର୍ଟ କହୁଛି 2023 ପର୍ଯ୍ୟନ୍ତ ଭାରତରେ 14 ଲକ୍ଷରୁ ଅଧିକ କ୍ୟାନସର ରୋଗୀ ଅଛନ୍ତି ।
ICMR ଅଧିନରେ1982 ରୁ NCRP (National Cancer Report Programme) ସାରା ଦେଶରେ କ୍ୟାନସର ରୋଗୀଙ୍କ ଉପରେ ଡାଟା ସଂଗ୍ରହ ସହ ବିଶ୍ଲେଷଣ କରି ସରକାରଙ୍କୁ ନୀତିଗତ ରିପୋର୍ଟ ଦେଇଆସୁଛି । 2014 ମସିହା ପରଠାରୁ ପ୍ରଧାନମନ୍ତ୍ରୀ ମୋଦି କ୍ୟାନସର ମୁକାବିଲା ପାଇଁ ବ୍ୟାପକ ସରକାରୀ ଅଭିଯାନ ଆରମ୍ଭ କରିଛନ୍ତି। ଦେଶର ପ୍ରତି ଜିଲ୍ଲାରେ ନୂଆ ମେଡିକାଲ ଆରମ୍ଭ ସହ, ଭିତ୍ତିଭୂମି, ଗବେଷଣା ଓ କ୍ୟାନସରର ରୋଗୀଙ୍କ ପାଇଁ ଆର୍ଥିକ ସହଯୋଗ ଭଳି କାର୍ଯ୍ୟକ୍ରମ ଜାରି ରହିଛି ।
ସାମ୍ପ୍ରତିକ ସମୟର ବର୍ଦ୍ଧିତ ଜନସଂଖ୍ୟା , ପରିବେଶ ପ୍ରଦୂଷଣ, ମାଦକ ଦ୍ରବ୍ୟ ସେବନ, ଅପମିଶ୍ରିତ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ, ପ୍ରତିକୂଳ ପରିବେଶ କ୍ୟାନସର ବୃଦ୍ଧିର କାରଣ ହୋଇଛି । ଏହାର ମୁକାବିଲା ପାଇଁ ପ୍ରତିବର୍ଷ ଫେବୃୟାରୀ 4 ରେ ବିଶ୍ସ କର୍ଟକ ଦିବସ ପାଳନ ହେଉଥିବା ବେଳେ ଆଜି ବିଶ୍ୱ ରୋଜ ଡେ ପାଳନ କ୍ୟାନସର ଲଢେଇରେ ବିଜୟ ଆଣିବାରେ ସହାୟକ ହେବ ନିଶ୍ଚିତ ।
📱 Get Argus News App
✨Related Topics
Explore more stories