Videos
|
National

କାଲି ଉଦଘାଟିତ ହେବ ବିଶ୍ବର ସବୁଠୁ ଉଚ୍ଚ ରେଳ ସେତୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାଲି ଉଦଘାଟିତ ହେବ ବିଶ୍ବର ସବୁଠୁ ଉଚ୍ଚ ରେଳ ସେତୁ

Key Points

ଯଦି ୨୬୬ କିଲୋମିଟର ବେଗରେ ପବନ ବହିବ ତଥାପି ଏହି ସେତୁର କୌଣସି କ୍ଷତି ହେବ ନାହିଁ

ଏହା ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପ ସହ୍ୟ କରିବାକୁ ସକ୍ଷମ

ସାମରିକ ଋଣନୀତି ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଅପରେସନ ସିନ୍ଦୂର ପରେ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୬ ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ 'ଚେନାବ ରେଳ ସେତୁ'କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଐତିହାସିକ ସେତୁ କେବଳ କାଶ୍ମୀର ଉପତ୍ୟକାକୁ ସମଗ୍ର ଭାରତ ସହିତ ସଂଯୋଗ କରିବ ନାହିଁ, ବରଂ ଏହି ଅଞ୍ଚଳରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିଳ୍ପ ବିକାଶକୁ ଏକ ନୂଆମୋଡ ଦେବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର। ଏହା ବିଶ୍ବର ସବୁଠାରୁ ଉଚ୍ଚ ରେଳସେତୁ।


ଏହି ସେତୁ ପ୍ୟାରିସର ପ୍ରସିଦ୍ଧ ଆଇଫେଲ୍ ଟାୱାର ଠାରୁ ୩୫ ମିଟର ,କୁତୁବ ମୀନାର ଠାରୁ ପ୍ରାୟ ୨୮୭ ମିଟର ଉଚ୍ଚ।ଯାହାକୁ ବହୁ ଅତ୍ୟାଧୁନିକ ଇଂଜିନିୟରିଂ ଢାଞ୍ଚାରେ ନିର୍ମାଣ କରାଯାଇଅଛି ଯାହା ଭୂକମ୍ପ ଭଳି ସ୍ଥିତିରେ ସୁରକ୍ଷିତ ରହିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ସାମରିକ ଋଣନୀତି ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅସ୍ତ୍ରଶସ୍ତ୍ର ପରିବହନକୁ ସହଜ ଓ ସରଳ କରିବ।


ଜାଣନ୍ତୁ ଚେନାବ ସେତୁ ସହ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ କଥା -


- ଏହି ସେତୁ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚତାରେ ରହିଛି

- ଏହି ସେତୁର ଲମ୍ବ ରହିଛି ୧୩୧୫ ମିଟର

- ଏହାର ନିର୍ମାଣରେ ଖର୍ଚ୍ଚ କରାଯାଇଛି ୧୪୮୬ କୋଟି

- ଯଦି ୨୬୬ କିଲୋମିଟର ବେଗରେ ପବନ ବହିବ ତଥାପି ଏହି ସେତୁର କୌଣସି କ୍ଷତି ହେବ ନାହିଁ

- ଏହା ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପ ସହ୍ୟ କରିବାକୁ ସକ୍ଷମ।

- 'ଚେନାବ ରେଳ ସେତୁ' ଯୋଗୁଁ, କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ

-ଦିଲ୍ଲୀ-ଶ୍ରୀନଗର ଯାତ୍ରା ସମୟକୁ ୧୩ ଘଣ୍ଟାକୁ ହ୍ରାସ କରିବ।


World's highest Chenab railway bridge to be inaugurated tomorrow | Argus News