Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ କୂଳରେ ଲାଗିଲା ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ, ୪ ଫୁଟବଲ୍ ପଡ଼ିଆ ସହ ସମାନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭାରତ କୂଳରେ ଲାଗିଲା ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ, ୪ ଫୁଟବଲ୍ ପଡ଼ିଆ ସହ ସମାନ !

Key Points

ନୌବାଣିଜ୍ୟ କ୍ଷେତ୍ରରେ ଊାରତ ପାଇଁ ଗର୍ବର ମୁହୂର୍ତ୍ତ ।

କେରଳର ଭିଜିଞ୍ଜମ ପୋର୍ଟରେ ଲାଗିଛି ବିଶ୍ବର ସର୍ବବୃହତ କଣ୍ଟେନର ଜାହାଜ ।

ଯାହାର ଆକାର ଏକ ସାଧାରଣ ଫୁଟବଲ୍ ଗ୍ରାଉଣ୍ଡର ୪ ଗୁଣାରୁ ଅଧିକ ।

ଆଦାନୀ ପୋର୍ଟ ପାଇଁ ଗର୍ବର ମୁହୂର୍ତ୍ତ । କେରଳର ଭିଜିଞ୍ଜମ ଅନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦରରେ ଲାଗିଲା ବିଶ୍ବର ସବୁଠୁ ବଡ କଣ୍ଟେନର୍ ଜାହାଜ MSC IRINA । ବିଶ୍ବର ଏହି ସର୍ବବୃହତ କଣ୍ଟେନର ସିପକୁ ଗତ ମାର୍ଚ୍ଚ ୨୦୨୩ରେ ଲଞ୍ଚ କରାଯାଇଥିଲା। ଆଉ ଏହା ଏପ୍ରିଲ ୨୦୨୩ରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜ କେରଳର ଭିଜିଞ୍ଜମ ଇଣ୍ଟରନ୍ୟାସନାଲ୍ ସି ପୋର୍ଟରେ ପହଞ୍ଚିଛି । ଦକ୍ଷିଣ ଏସିଆର କୌଣସି ପୋର୍ଟକୁ ଏହି ଜାହାଜ ଆସିବା ପ୍ରଥମ । ଯେଉଁଥିପାଇଁ ଭାରତ ଲାଗି ଏହା ବଡ ସଫଳତା ବୋଲି କୁହାଯାଉଛି ।

ଟ୍ବେଣ୍ଟି ଫୁଟ୍ ଇକ୍ୟୁଭାଲାଣ୍ଟ ୟୁନିଟ୍ ହିସାବରେ ଏହି ଜାହାଜକୁ ବିଶ୍ବର ସବୁଠୁ ବଡ ଜାହାଜ ବୋଲି କୁହାଯାଉଛି । ଯାହାର ମୋଟ୍ ପରିବହନ କ୍ଷମତା ୨୪,୩୪୬ ଟିଇୟୁ । ଅର୍ଥାତ ଗୋଟିଏ ଥରରେ ଏହି ଜାହାଜରେ ୨୪,୩୪୬ ଟିଇୟୁ ପରିବହନ ହୋଇପାରିବ । ଯାହାର ଲମ୍ବ ୩୯୯.୯ ମିଟର ଏବଂ ଚୌଡା ୬୧.୩ ମିଟର । ଯାହାର ତୁଳନା ଆମେ ଏମିତି କରିପାରିବା ଯେ ଏହା ଲମ୍ବରେ ଫିଫାର ଏକ ଷ୍ଟାଣ୍ଡାର୍ଡ ଫୁଟବଲ୍ ପଡିଆଠୁ ୪ ଗୁଣା ଅଧିକ । ଏହି ଜାହାଜ ଏସିଆ ଏବଂ ୟୁରୋପ ମଧ୍ୟରେ ମାଲ ପରିବହନ ପାଇଁ ବିଶେଷ କରି ଡିଜାଇନ୍ କରାଯାଇଛି । ଯାହାଫଳରେ ଏହି ଜାହାଜରେ ଅଧିକରୁ ଅଧିକ କଣ୍ଟେନର ସହ ଲମ୍ବା ସମୁଦ୍ର ପଥରେ ପହଞ୍ଚାଇ ପାରିବ ।

ଭିଜିଞ୍ଜମ ଅନ୍ତର୍ଜାତୀୟ ସାମୁଦ୍ରିକବନ୍ଦରକୁ ଗତ ମେ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ପୋର୍ଟ ଭାରତର ପ୍ରଥମ ଗ୍ରୀନଫିଲ୍ଡ ଡିପ୍ ସି ପୋର୍ଟ ଯାହାକି ଅଲଟ୍ରା ଲାର୍ଜ କଣ୍ଟେନର୍ ଭେସେଲକୁ ମ୍ୟାନେଜ୍ କରିପାରିବ । ବିଶେଷଜ୍ଞଙ୍କ ଅନୁସାରେ MSC IRINA ଭଳି ଜାହାଜ ଭାରତର କୌଣସି ସାମୁଦ୍ରିକ ବନ୍ଦରକୁ ଆସିବା ଏହି ସଙ୍କେତ ଦେଉଛି ଯେ, ଦେଶ ସାମୁଦ୍ରିକ ବନ୍ଦର କ୍ଷେତ୍ରରେ ଏକ ନୂଆ ସଶକ୍ତ ଭୂମିକା ନିର୍ବାହ ନେଇ ଆଗକୁ ବଢୁଛି । ଯାହାଫଳରେ ଭାରତର ପୋର୍ଟ ଇନଫ୍ରାଷ୍ଟ୍ରକଚର କ୍ଷମତା ଏବଂ ବିଶ୍ବ ଲଜିଷ୍ଟିକରେ ଭାରତର ସ୍ଥିତି ମଜଭୂତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World's largest container ship, the size of 4 football fields, has landed on the shores of India! | Argus News