Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ନୁହେଁ ଦୁନିଆର କେଉଁ ଦେଶରେ ଅଛନ୍ତି ସର୍ବାଧିକ କୁକୁର ? କ'ଣ ରହିଛି ନିୟମ ?

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଭାରତ ନୁହେଁ ଦୁନିଆର କେଉଁ ଦେଶରେ ଅଛନ୍ତି ସର୍ବାଧିକ କୁକୁର ? କ'ଣ ରହିଛି ନିୟମ ?

Key Points

ସରକାରୀ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୧.୫୩ କୋଟି ବୁଲା କୁକୁର ଅଛନ୍ତି । ଆଗାମୀ ବର୍ଷକ ଭିତରେ ୭୦ ପ୍ରତିଶତ କୁକୁରଙ୍କୁ ଟିକା ଦେବା ସହ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନୂଆଦିଲ୍ଲୀ: ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ଚାଲିଛି । ଖାଲି ସଂଖ୍ୟା ବଢ଼ୁଛି ତା' ନୁହେଁ ବୁଲା କୁକୁରଙ୍କ ଯୋଗୁଁ ରାସ୍ତାରେ ଦୁର୍ଘଟଣା ବଢ଼ୁଥିବା ବେଳେ ଅନେକ କୁକୁର କାମୁଡ଼ାର ଶିକାର ହେଉଛନ୍ତି । ଏଭଳି ମାମଲା ବଢ଼ୁଥିବା ବେଳେ ଦିଲ୍ଲୀ-ଏନସିଆରର ସଡ଼କରୁ ବୁଲା କୁକୁରଙ୍କୁ ନେଇ ସେଲ୍ଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାରୀ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୧.୫୩ କୋଟି ବୁଲା କୁକୁର ଅଛନ୍ତି । ଆଗାମୀ ବର୍ଷକ ଭିତରେ ୭୦ ପ୍ରତିଶତ କୁକୁରଙ୍କୁ ଟିକା ଦେବା ସହ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହା ଫଳରେ କୁକୁର ସଂଖ୍ୟା ନିୟନ୍ତ୍ରଣ ହେବା ସହ ଲୋକଙ୍କୁ କ୍ଷତି ପହଞ୍ଚିବ ନାହିଁ । ଆସନ୍ତୁ ନଜର ପକାଇବା ଦୁନିଆର ୫ଟି ଦେଶ ଯେଉଁଠି ଅଛନ୍ତି ସବୁଠୁ ଅଧିକ କୁକୁର...


୧) ଆମେରିକା: ଦୁନିଆରେ ସର୍ବାଧିକ କୁକୁର ଆମେରିକାରେ ଅଛନ୍ତି । ଏଠାରେ ୭.୫୮ କୋଟି କୁକୁର ଅଛନ୍ତି । ଏହାଛଡ଼ା ଆମେରିକାର ପ୍ରତ୍ୟେକଟି ବଡ଼ ସହରରେ ରହିଛି କୁକୁର ପାର୍କ ଓ ଗ୍ରୁମିଙ୍ଗ ପାର୍ଲର ରହିଛି । ବ୍ରିଡ୍ ସ୍ପେସିଫିକ୍ ଆଇନ୍ ଓ ବୁଲା କୁକୁରଙ୍କ ପାଇଁ କଠୋର ନିୟମ ରହିଛି । ଆମେରିକାରେ କୁକୁରଙ୍କ ପ୍ରତି ହିଂସା ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଏ ।


୨) ବ୍ରାଜିଲ୍: ଏହି ଦେଶରେ ପ୍ରାୟ ଦୁଇଟି ଘରେ ଗୋଟିଏ କୁକୁର ଅଛି । ମଧ୍ୟବିତ୍ତ ଶ୍ରେଣୀରେ ବଢ଼ୁଥିବା ଲୋକସଂଖ୍ୟା ଓ ବଦଳୁଥିବା ଜୀବନଶୈଳୀ କାରଣରୁ ଲୋକେ ଏବେ ପାଳିତ କୁକୁରଙ୍କ ଆପଣାଉଛନ୍ତି । ସେଠାରେ ପାଳିତ କୁକୁରଙ୍କ ସୁରକ୍ଷା ଓ ଟୀକାକରଣ ଲାଗି ସରକାର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ବ୍ରାଜିଲ୍‌ରେ ମୋଟ ୩.୫୭ କୋଟି କୁକୁର ରହିଛନ୍ତି ।


୩) ଚୀନ: ପଡ଼ୋଶୀ ଚୀନ ମଧ୍ୟରେ ପୋଷା କୁକୁରଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । ଅନେକ ଲୋକ ବୁଲା କୁକୁରଙ୍କ ଦେଖାଶୁଣା ମଧ୍ୟ କରୁଛନ୍ତି । ପୂର୍ବରୁ ବେଜିଂରେ କୁକୁର ପାଳିବା ବେଆଇନ୍ ହୋଇଥିବା ବେଳେ ଏବେ ନିୟମ କୋହଳ ହେବା ପରେ ପାଳିତ କୁକୁରଙ୍କ ବଜାର ବଢ଼ିଛି । ଚୀନରେ ୨.୭୪ କୋଟି କୁକୁର ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୪) ଭାରତ: ଆମ ଦେଶ ଭାରତରେ ୧.୫୩ କୋଟି ବୁଲା କୁକୁର ରହିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ଓ ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରୀ ମନ୍ତ୍ରଣାଳୟ ବୁଲା ପଶୁଙ୍କୁ ନିୟନ୍ତ୍ରଣ କରିବାକୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ତିନି ମନ୍ତ୍ରଣାଳଯ ମିଶି ସମସ୍ତ ରାଜ୍ୟକୁ ଆଡଭାଇଜରି ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ଆଗାମୀ ବର୍ଷକ ଭିତରେ ୭୦ ପ୍ରତିଶତ କୁକୁରଙ୍କୁ ଟିକା ଦେବା ସହ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।


୫) ଋଷ: ସେହିଭଳି ଋଷରେ ମଧ୍ୟ ବଢ଼ିବାରେ ଲାଗିଛି ବୁଲା କୁକୁର । 'ମେଟ୍ରୋ ଡଗ୍' ଭଳି କୁକୁର ମେଟ୍ରୋରେ ବୁଲିବା ଶୈଳୀ ମଧ୍ୟ ଶିଖିଛନ୍ତି । ଋଷରେ ୧.୫ କୋଟି କୁକୁର ଅଛନ୍ତି ।


ଦେଶ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
India Plans to Control Stray Dog Population Amid Rising Attacks and Accidents | Argus News | Argus News