Videos
|
National

ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଓ୍ବାଇ କ୍ରୋମୋଜୋମ

Ritu Das
Browse all articles by Ritu Das
·2 years ago·2 min read
ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଓ୍ବାଇ କ୍ରୋମୋଜୋମ

ଅର୍ଗସ ବ୍ୟୁରୋ: ବିଜ୍ଞାନ ସବୁବେଳେ ଆମକୁ ଚକିତ କରିଛି। ହେଲେ ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି। ଯାହା ମନୁଷ୍ୟ ଜାତିର ଅସ୍ଥିତ୍ବକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ଯ୍ୟ କଲାଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ପୁରୁଷଙ୍କ ଓ୍ବାଇ କ୍ରୋମୋଜୋମ ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିଛି । ଏଭଳି ଆଶଙ୍କା କରାଯାଉଛି ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ।

 

ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଓ୍ବାଇ କ୍ରୋମୋଜୋମ । ଆଉ ଆଗାମୀ କୋଟିଏ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇପାରେ । ପୁତ୍ର ସନ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ ଓ୍ବାଇ କ୍ରୋମୋଜୋମ୍ । ମନୁଷ୍ୟ ଓ ଅନ୍ୟ ସ୍ତନ୍ୟପାୟୀ ଶିଶୁଙ୍କର ଲିଙ୍ଗ ନିର୍ଦ୍ଧାରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଓ୍ବାଇ କ୍ରୋମୋଜୋମ୍ ଏବେ ସଙ୍କଟରେ । କାରଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଏହି କ୍ରୋମୋଜୋମ୍ । ଏହାକୁ ନେଇ ଏକ ଅଧ୍ୟୟନ ସାମ୍ନାକୁ ଆସିବା ପରେ ମଣିଷର ଅସ୍ଥିତ୍ବ କିପରି ବଜାୟ ରହିବ। ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହ୍ରାସ ପାଉଥିବା ଏହି ଓ୍ବାଇ କ୍ରୋମୋଜୋମ ଆଗାମୀ କିଛି ବର୍ଷ ଭିତରେ ଯେ, ସମ୍ପୂର୍ଣ୍ଣ ଲୋପ ପାଇଯିବ ସେଭଳି ଆଶଙ୍କା କରାଯାଉଛି।

ସଙ୍କଟରେ ପୁରୁଷଙ୍କ ଅସ୍ଥିତ୍ବ
୧.୧କୋଟି ବର୍ଷରେ ସମ୍ପୂର୍ଣ୍ଣ ଲୋପ ପାଇବ
ଆଉ କୋଟିଏ ବର୍ଷ ପରେ ପୁରୁଷଙ୍କ ଓ୍ବାଇ କ୍ରୋମୋଜୋମ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ଆକଳନରୁ ଜଣାପଡିଛି 'ଇ' କ୍ରୋମୋଜୋମ୍ ବା ଗୁଣସୂତ୍ର ସମୟାତୀତ ହେବାରେ ଲାଗିଛି। ଯଦି ଏହି ଧାରା ଜାରି ରହେ, ଆଉ ମାତ୍ର ୧.୧ କୋଟି ବର୍ଷ ମଧ୍ୟରେ ଏହି କ୍ରୋମୋଜୋମ ସମ୍ପୂର୍ଣ୍ଣ ଭାବେ ଉଭାନ ହୋଇଯିବ ।
'ଓ୍ବାଇ' କ୍ରୋମୋଜୋମ ଅପେକ୍ଷାକୃତ ଛୋଟ
'ଏକ୍ସ କ୍ରୋମୋଜୋମ ତୁଳନାରେ ଅପେକ୍ଷାକୃତ କମ୍ ଜିନ ଧାରଣ କରେ
ମାତ୍ର ପୁରୁଷ ସନ୍ତାନ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରେ
ବିଗତ ୩୦ କୋଟି ବର୍ଷରେ ଅପେକ୍ଷାକୃତ ହ୍ରାସ ପାଇଛି 'ଓ୍ବାଇ' କ୍ରୋମୋଜୋମ୍
ନିଜର ମୂଳ ୧,୪୩୮ ଜିନ ମଧ୍ୟରୁ ୧,୩୯୩ ଜିନ ହରାଇ ସାରିଛି ।
ଆଉ ମାତ୍ର ୪୫ଟି ଜିନ ରହିଛି 'ଓ୍ବାଇ' କ୍ରୋମୋଜୋମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Y chromosomes | Argus News