Yashasvi Dating Rumours / ୧୦ ବର୍ଷ ସାନ କ୍ରିକେଟର ଯଶସ୍ୱୀ ଜୟସୱାଲଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତ୍ରୀ ଜଣକ! କିଏ ଏହି ଅଭିନେତ୍ରୀ
·2 weeks ago·2 min read

Key Points
ଚର୍ଚ୍ଚାରେ ଯଶସ୍ୱୀ- ମୃଣାଲଙ୍କ ଡେଟିଂ
ମୃଣାଲଙ୍କ ଠାରୁ ୧୦ ବର୍ଷ ସାନ କ୍ରିକେଟର ଯଶସ୍ୱୀ
ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି

ମୁମ୍ବାଇ, ୦୯/୦୮: ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁର ଓ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ କଥିତ ଡେଟିଂକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ମୁମ୍ବାଇର ବାନ୍ଦ୍ରାର ଏକ କାଫେରେ ଉଭୟଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଥିଲା। ତେବେ ଏହି ଗୁଜବ ଉପରେ ଏବେ ନିଜେ ପ୍ରତିକ୍ରିୟା ରଖିଛନ୍ତି ମୃଣାଳ ଠାକୁର। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦାବିକୁ ନେଇ ମୃଣାଳ ଠାକୁର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ଭାଇ ଆରାମ କରନ୍ତୁ।” ମୃଣାଳଙ୍କ ଏହି ପ୍ରତିକ୍ରିୟା ପରେ ଡେଟିଂକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନୂଆ ମୋଡ଼ ମିଳିଛି। ତେବେ ସେ ଯଶସ୍ୱୀଙ୍କ ସହ ନିଜ ସମ୍ପର୍କକୁ ନେଇ କୌଣସି ସ୍ପଷ୍ଟ ସ୍ୱୀକାରୋକ୍ତି କରିନାହାନ୍ତି।
କେମିତି ଆରମ୍ଭ ହେଲା ଚର୍ଚ୍ଚା?
ଜୁଲାଇ ଶେଷ ଭାଗରୁ ମୃଣାଳ ଓ ଯଶସ୍ୱୀଙ୍କ କଥିତ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବାନ୍ଦ୍ରା ୱେଷ୍ଟର ଏକ କାଫେରେ ଏକ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ଯଶସ୍ୱୀଙ୍କ ସହ ଯୋଡ଼ି ବିଭିନ୍ନ ଦାବି କରାଯାଇଥିଲା। କିଛି ୟୁଜର ତ ଏହାକୁ ଉଭୟଙ୍କ ଡେଟିଂର ପ୍ରମାଣ ବୋଲି ମଧ୍ୟ ଦାବି କରିଥିଲେ। ଭାଇରାଲ୍ କ୍ଲିପ୍କୁ ନେଇ ଏହା ମଧ୍ୟ ଦାବି ହୋଇଥିଲା ଯେ, ମୃଣାଳ ଓ ଯଶସ୍ୱୀ ଏକାଠି ସେଠାକୁ ଆସିଥିଲେ ଏବଂ ପରେ ଅଲଗା ଅଲଗା ବାହାରିଥିଲେ। ଏହା ପରେ ଗୁଜବ ଆହୁରି ବଢ଼ିଥିଲା। ଅନ୍ୟପଟେ, କିଛି ସୋସିଆଲ ମିଡିଆ ଆଲୋଚନାରେ ଭିଡିଓଟି ବିଭିନ୍ନ କ୍ଲିପ୍କୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଦାବି ମଧ୍ୟ ହୋଇଛି।
ପଢନ୍ତୁ ଏହି ଖବର: ଛାଡପତ୍ରପ୍ରାପ୍ତ ଓ ଗୋଟିଏ ଝିଅର ମାଆଙ୍କୁ ଡେଟ୍ କରୁଛନ୍ତି ହର୍ଷବର୍ଦ୍ଧନ? କିଏ ସେହି ମହିଳା?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଶସ୍ୱୀ ମୃଣାଳଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ
ମୃଣାଳ ଠାକୁରଙ୍କ ଜନ୍ମ ୧୯୯୨ ମସିହାରେ ହୋଇଥିବାବେଳେ ଯଶସ୍ୱୀ ଜୟସ୍ୱାଲ ୨୦୦୧ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ଅର୍ଥାତ୍ ଉଭୟଙ୍କ ମଧ୍ୟରେ ପ୍ରାୟ ୯ ବର୍ଷର ବୟସ ପାର୍ଥକ୍ୟ ରହିଛି। ଏହି ବୟସ ପାର୍ଥକ୍ୟକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ବୟସ ପାର୍ଥକ୍ୟ ଅପେକ୍ଷା ଏଠାରେ ବଡ଼ କଥା ହେଉଛି ମୃଣାଳ କିମ୍ବା ଯଶସ୍ୱୀ, କେହି ମଧ୍ୟ ନିଜ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଏପରି ସ୍ଥିତିରେ ଭାଇରାଲ୍ ଭିଡିଓ ଓ ସୋସିଆଲ ମିଡିଆ ଚର୍ଚ୍ଚାକୁ ଆଧାର କରି ଉଭୟଙ୍କ ସମ୍ପର୍କକୁ ନେଇ ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ।
ମୃଣାଳଙ୍କ “ଭାଇ ଆରାମ କରନ୍ତୁ” ପ୍ରତିକ୍ରିୟା ମଧ୍ୟ ଏହି ଗୁଜବକୁ ନେଇ ତାଙ୍କ ମନୋଭାବକୁ ସ୍ପଷ୍ଟ କରିଛି।

Related Topics
Explore more stories