Videos
|
National

Yasin Malik / ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ୟାସିନ୍ ମଲ୍ଲିକ ଦାବି କଲା ଏମିତି...

Banajyotshna Ray
Browse all articles by Banajyotshna Ray
·10 months ago·1 min read
ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ୟାସିନ୍ ମଲ୍ଲିକ ଦାବି କଲା ଏମିତି...

Key Points

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ନିଜର ସଦ୍ୟତମ ସତ୍ୟପାଠରେ ଅନେକ ଚାଞ୍ଚଲ୍ୟକର ଦାବି କରିଛି। କହିଲା...

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ନିଜର ସଦ୍ୟତମ ସତ୍ୟପାଠରେ ଅନେକ ଚାଞ୍ଚଲ୍ୟକର ଦାବି କରିଛି। ମଲ୍ଲିକ ଦାବି କରିଛି ପାକିସ୍ତାନରେ ଲସ୍କର-ଏ-ତୈବା ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ସହ ତାଙ୍କର ସାକ୍ଷାତ ଭାରତୀୟ ଗୁଇନ୍ଦା ସଂସ୍ଥା, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶରେ ଆୟୋଜନ କରାଯାଇଥିଲା। ସେ ଆହୁରି ମଧ୍ୟ ଦାବି କରିଛି ଏହି ସାକ୍ଷାତ ପରେ ଯେତେବେଳେ ସେ ଭାରତ ଫେରିଥିଲା ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାକୁ ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ ।


ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ୮୫ ପୃଷ୍ଠାର ଏକ ସତ୍ୟପାଠରେ, ୟାସିନ୍ ମଲ୍ଲିକ ଦାବି କରିଛି। ୧୯୯୪ ମସିହାରେ ସଶସ୍ତ୍ର ସଂଘର୍ଷ ପରିତ୍ୟାଗ ଏବଂ ଯୁଦ୍ଧବିରତି ଘୋଷଣା କରିବା ପରେ ସେ ଭାରତ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିଥିଲେ। ଏହା ସହିତ ୨୦୦୫ ପରେ, ଯେତେବେଳେ ତାଙ୍କୁ ଭୂମିକମ୍ପ ପୀଡିତଙ୍କୁ ସାହାଯ୍ୟ କରିବା ଏବଂ ସେଠାକାର ମୌଳବାଦୀ ଏବଂ ଆତଙ୍କବାଦୀ ସଂଗଠନର ନେତାମାନଙ୍କ ସହିତ ସାକ୍ଷାତ କରିବା ବାହାନାରେ ପାକିସ୍ତାନ ଯିବାକୁ କୁହାଯାଇଥିଲା। ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭିକେ ଜୋଶୀଙ୍କ ଅନୁରୋଧରେ ଏହି ସାକ୍ଷାତ କରିଥିଲା। ଏହି ବୈଠକରେ ହାଫିଜ୍ ସଇଦ ମଧ୍ୟ ସାମିଲ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Yasin Malik Claims IB Arranged His Meeting with Hafiz Saeed, Mentions Manmohan Singh’s Thanks | Argus News | Argus News