Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମ୍ବ ବ୍ୟବସାୟ କରନ୍ତି ମୁକେଶ ଅମ୍ବାନୀ, ପାଆନ୍ତି କୋଟି କୋଟି ଟଙ୍କା...

National

ଆମ୍ବ ବ୍ୟବସାୟ କରନ୍ତି ମୁକେଶ ଅମ୍ବାନୀ, ପାଆନ୍ତି କୋଟି କୋଟି ଟଙ୍କା...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଆମ୍ବ ବ୍ୟବସାୟ କରନ୍ତି ମୁକେଶ ଅମ୍ବାନୀ, ପାଆନ୍ତି କୋଟି କୋଟି ଟଙ୍କା...

Key Points

ମୁକେଶ ଅମ୍ବାନୀଙ୍କର ରହିଛି ବଡ ଆମ୍ୱ ବ୍ୟବସାୟ

ପାଖାପାଖି ୬୦୦ ଏକର ଜମି ଉପରେ ରହିଛି ବଗିଚା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କର ରହିଛି ବଡ ଆମ୍ୱ ବ୍ୟବସାୟ। ଏହି ବଗିଚା ପାଖାପାଖି ୬୦୦ ଏକର ଜମି ଉପରେ ରହିଛି। ଏହି ବଗିଚାରେ ଦେଢ ଲକ୍ଷରୁ ଅଧିକ ଆମ୍ବଗଛ ଥିବା ବେଳେ ଏଠାରେ ଦେଶ ବିଦେଶର ୨୦୦ କିସମ ଆମ୍ବ ଚାଷ ହୋଇଛି। ଏହି ବଗିଚାର ସବୁଠୁ ଯାହା ଖାସ କଥା ତାହା ହେଉଛି ଉଚ୍ଚମାନ ଓ ବିଭିନ୍ନ ଭେରାଇଟିର ଆମ୍ବ ଏଠାରୁ ମିଳିଥାଏ। ଏହି ବଗିଚାର ଆମ୍ବ ଚାହିଦା ଆମେରିକା ଓ ୟୁରେପୀୟ ଦେଶମାନଙ୍କରେ ରହିଛି। ରିପୋର୍ଟ ଅନୁସାରେ ଏହି ବଗିଚାରୁ ପ୍ରତିବର୍ଷ ହଜାର ହଜାର ଟନ ପ୍ରିମିୟମ କ୍ୱାଲିଟି ଆମ୍ବ ଆମେରିକା, ୟୁରୋପ ଓ ଉପସାଗରୀୟ ଦେଶଙ୍କୁ ରପ୍ତାନୀ କରାଯାଏ। 

ମୁକେଶ ଅମ୍ବାନୀ ଭାରତରେ ଆମ୍ବ ର ସବୁଠୁ ବଡ଼ ବ୍ୟବସାୟୀ ଓ ରପ୍ତାନୀକାରୀ ବୋଲି ଖୁବ୍ କ୍ୱଚିତ ଜାଣିଥିବେ। କାରଣ ସେ ଦୀର୍ଘ ବର୍ଷରୁ ଏହି କାରବାର ବେଶ୍ ନିରବରେ ଚଳାଇ ଆସୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଆମ୍ବ ବଗିଚା ରହିଛି। ଯାହାକୁ ସ୍ଥାନୀୟ ଲୋକେ ‘ଧିରୁଭାଇ ଅମ୍ବାନୀ ଲଖିବାଗ ଆମରାଈ’ ଭାବେ ଜାଣନ୍ତି।

ଏହି ଆମ୍ବ କିସମର ବିଶେଷତା ହେଉଛି ଅତୁଳନୀୟ ସ୍ୱାଦ ଓ ଅନନ୍ୟ ସୁଗନ୍ଧ ଯାହା ବିଦେଶରେ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଧିରୁଭାଇ ଅମ୍ବାନୀ ଲଖିବାଗ ଆମରାଈ ଏକ ପରମ୍ପରାଗତ ଆମ୍ବ ବଗିଚା ନୁହେଁ, ବରଂ ଏକ ବୈଷୟିକ ଆଧାରିତ ଅତ୍ୟାଧୁନିକ କୃଷିର ଏକ ପ୍ରୟୋଗଶାଳା। ଏଠାରେ ଡ୍ରିପ ଇରିଗେସନ, ସୟେଲ ହେଲଥ୍ ମନିଟରିଂ ଓ ଅର୍ଗାନିକ ଫାର୍ମିଂ ଭଳି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ହୋଇଥାଏ। ଫଳରେ ଏଠରୁ ଉତ୍କୃଷ୍ଟ ଓ ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ଆମ୍ବ ଉତ୍ପାଦନ ହେଉଛି।

ମୁକେଶ ଅମ୍ବାନୀ ଏହି ଆମ୍ବ ବଗିଚାକୁ ୧୯୯୮ ମସିହାରେ ପରିବେଶ ଆବଶ୍ୟକତା ପୂରଣ ନିମନ୍ତେ ଆରମ୍ଭ କରିଥିଲେ। ଜାମନଗର ରିଫାଇନାରୀର ପ୍ରଦୂଷଣକୁ ହ୍ରାସ କରିବା ଲାଗି ରିଲାଏନ୍ସ ଅନୁର୍ବର ଖାରିପାଣି ମାଟିକୁ ଉର୍ବର କରିବା ପାଇଁ ଏହି ବଗିଚା ସ୍ଥାପନା କରିଥିଲା। ସେବେଠାରୁ ଏହି ବଗିଚା ପରିବେଶ ସୁରକ୍ଷା ଓ ଜୈବ ବିବିଧତା ପାଇଁ ଉଦାହରଣ ହୋଇ ରହିଛି। ଏହି ଆମ୍ବ ବଗିଚାର ଦେଖରେଖ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ନିଜେ କରନ୍ତି।

ରିଲାଏନ୍ସ ଏହି ଆମ୍ବ ବଗିଚାକୁ ନେଇ ନା କେବଳ ବ୍ୟବସାୟ କରୁଛି, ଆଖପାଖ ଅଞ୍ଚଳର ଚାଷୀଙ୍କୁ ଏଠାକୁ ଡକାଇ ଆଧୁନିକ କୃଷିପ୍ରଣାଳୀର ପ୍ରଶିକ୍ଷଣ ମଧ୍ୟ ଦେଉଛି। ଏହି ଅର୍କିଡ ପ୍ରତିବର୍ଷ ଚାଷୀଙ୍କୁ ୧ଲକ୍ଷରୁ ଅଧିକ ପ୍ଲାଣ୍ଟ କୃଷକଙ୍କ ମଧ୍ୟରେ ବିତରଣ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yes-mukesh-ambanis-reliance-industries-limited-is-indeed-involved-in-the-mango-business | Argus News