Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିଲା ବଡ କ୍ଷତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିଲା ବଡ କ୍ଷତି

Key Points

ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିଲା ବଡ କ୍ଷତି

ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା

ଚେତିଲା ପାକିସ୍ତାନ

ବଦଲା ନେଲା ଭାରତ

ଅପରେସନ ସିନ୍ଦୂରରେ ପାକିସ୍ତାନର ବଡ କ୍ଷତି ହୋଇଥିଲା । ପାକିସ୍ତାନ ବାୟୁସେନାର ୬ଟି ଫାଇଟର ଜେଟ୍‍, ଦୁଇଟି ଉଚ୍ଚ କ୍ଷମତାସମ୍ପନ୍ନ ସର୍ଭେଲାନ୍ସ ଏୟାରକ୍ରାଫ୍ଟ, ୧୦ଟି ସଶସ୍ତ୍ର ଡ୍ରୋନ୍ ଓ C-130 ହର୍କ୍ୟୁଲସ୍ ପରିବହନ ବିମାନ ନଷ୍ଟ କରି ଦିଆଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଜରିଆରେ ଏହାର କଡା ଜବାବ ଦେଇଥିଲା । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ।ଅପରେସନ ସିନ୍ଦୂରର ପାକିସ୍ତାନର ସ୍ଥଳ ଓ ବାୟୁସେନାର ସାମରିକ ଘାଟି କ୍ଷତିଗ୍ରସ୍ତ ହୋଇଥିଲା ।


ନଷ୍ଟ ହୋଇଥିବା ପାକିସ୍ତାନର ୬ଟି ଫାଇଟର ଜେଟ୍ ଭାରତର ଆକ୍ରମଣର ଜବାବ ଦେବାକୁ ରଖାଯାଇଥିଲା । କିନ୍ତୁ ବାୟୁସେନାର ଅପରେସନରେ ପାକିସ୍ତାନର ୬ଟି ଫାଇଟର ଜେଟ୍ ଧ୍ବଂସ ହୋଇଯାଇଛି । ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପ୍ରସ୍ତୁତ ଥିବା ପାକିସ୍ତାନର C-130 ପରିବହନ ବିମାନକୁ ଧ୍ବଂସ କରିଥିଲା ଭାରତୀୟ ବାୟୁସେନା । ମେ ୬ରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା । ବାହାବଳପୁର ସ୍ଥିତ ଜୈସ ଇ ମହମ୍ମଦର ମୁଖ୍ୟାଳୟ, ମୁରିଦକେରେ ଥିବା ଲସ୍କର ଇ ତୋଇବାର କ୍ୟାମ୍ପ ନଷ୍ଟ କରାଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yes-reports-indicate-that-pakistan-suffered-significant-losses-during-operation-sindoor | Argus News