ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରାଟ ବିଜୟ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଯୋଗୀ ଆଦିତ୍ୟନାଥ
·2 years ago

ଅର୍ଗସ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରାଟ ବିଜୟ। ଏହାକୁ ଐତିହାସିକ କହିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପର୍ବାଣୀ ସମୟରେ ଭାରତର ଏହି ବିଜୟ ଏହି ଖୁସିକୁ ଦ୍ୱିଗୁଣିତ କରିଦେଇଛି। ଏଥିପାଇଁ ଭାରତୀୟ ଖେଳାଳିଙ୍କୁ ହୃଦୟର ସହ ଅଭିନନ୍ଦନ କରିବା ସହ ଫାଇନାଲ୍ ପାଇଁ ଶୁଭକାମନା ଜଣାଇଛନ୍ତି ଯୋଗୀ।
ସେହିପରି ଦିନିକିଆ କ୍ରିକେଟରେ ସର୍ବାଧିକ ୫୦ ଶତକ ବନାଇବାର ରେକର୍ଡ ପାଇଁ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୋଗୀ। ଭାରତକୁ ଗୌରବାନ୍ୱିତ କରିଥିବା ଏହି ରେକର୍ଡ ବିରାଟଙ୍କ ପରିଶ୍ରମ, ଅନୁଶାସନ ଏବଂ ନିଷ୍ଠାର ପ୍ରତିଫଳ ବୋଲି କହିଛନ୍ତି ଯୋଗୀ। ଗତକାଲିର ମ୍ୟାଚ ଖୁବ ରୋମାଞ୍ଚକର ଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: