Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·1 year ago
ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ:  ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାରର ଅନ୍ତିମ ଦିନରେ ପଲାମୁରେ ପ୍ରଚାର ବେଳେ ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ହୁସେନାବାଦର କର୍ପୁରୀ ମୈଦାନରେ ଜନସଭାକୁ ସମ୍ବୋଧିତ ବେଳେ ଯୋଗୀ କହିଛନ୍ତି, ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ବଦନାମ କରିସାରିଛନ୍ତି ହେମନ୍ତ ସୋରେନ୍ ସରକାର। ଝାଡଖଣ୍ଡର ସନ୍ଥାଳ ପ୍ରଗଣାରେ ଆଦିବାସୀଙ୍କ ଜନସଂଖ୍ୟା କମୁଛି। ଏଠାରେ ମାଟି , ରୋଟି ଓ ବେଟି କେହି ବି ସୁରକ୍ଷିତ ନଥିବା କହିଛନ୍ତି ଯୋଗୀ ।  ହୁସେନାବାଦରେ କମଳେଶ ସିଂହ ଶତାଧିକ ମନ୍ଦିର ନିର୍ମାଣ କରିଛନ୍ତି। ଏତେ ସଂଖ୍ୟାରେ ମନ୍ଦିର ଯେ ଏହାର ନାମ ରାମନଗର ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଯୋଗୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi Adityanath has announced to change the name of Hussainabad to Ramnagar | Argus News