Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ:  ସମ୍ବିଧାନ ଦିବସରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ନେଇ ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ଲୁଚିଛପି ସମାଜବାଦ ଏବଂ ଧର୍ମନିରପେକ୍ଷ ଭଳି ଶବ୍ଦ ସମ୍ବିଧାନରେ ଯୋଡ଼ିଥିଲା। ମୂଳ ସମ୍ବିଧାନରେ ଏହି ଶବ୍ଦ ନଥିଲା । ଯେଉଁ ଲୋକମାନେ ସମ୍ବିଧାନ ସହ ଏମିତି ଖେଳିଛନ୍ତି ଜନତା ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଯୋଗୀ ।  ବାବା ସାହେବଙ୍କ ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କୁ ମତାଧିକାରୀ ସାବ୍ୟସ୍ତ କରିବାର ଅଧିକାର ପ୍ରଦାନ କରିଥାଏ। ସମ୍ବିଧାନସଭାରେ ଯେଉଁ ବିଷୟରେ ତର୍କ ହୋଇଥିଲା ତାକୁ ମଧ୍ୟ ଶିକ୍ଷାନୁଷ୍ଠାନର ପଢାଯିବା ଉଚିତ୍ ବୋଲି କହିଛନ୍ତି ଯୋଗୀ ।

ୟସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନକୁ ଖାରିଜ୍ କରିଛନ୍ତି। ଯେଉଁ ଆବେଦନରେ ସମାଜବାଦୀ ଏବଂ ଧର୍ମନିରେପକ୍ଷ ଏବଂ ଅଖଣ୍ଡତା ଭଳି ଶବ୍ଦକୁ ହଟାଇବାକୁ ଦାବି ହୋଇଥିଲା । ୧୯୭୬ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନେତୃତାଧୀନ ସରକାର ୪୨ତମ ସଂଶୋଧନ ଜରିଆରେ ଏହି ସବୁ ଶବ୍ଦକୁ ସମ୍ବିଧାନରେ  ଯୋଡ଼ିଥିବା ଅଭିଯୋଗ କରିଛନ୍ତି ଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi Adityanath has lashed out at the Congress government | Argus News