ମୁଡ ଅଫ୍ ଦ ନେସନ ସର୍ଭେ, ଯୋଗୀ ଆଦିତ୍ୟନାଥ ନମ୍ୱର ୧ ମୁଖ୍ୟମନ୍ତ୍ରୀ

୨୦୨୪ ସାଧାରଣ ନିର୍ବାଚନ ପରଠୁ ଦେଶରେ ବଢୁଛି ବିଜେପିର ଲୋକପ୍ରିୟତା। ଯଦି ଆଜି ନିର୍ବାଚନ ହୁଏ ତାହାଲେ ବିଜେପି ନିଜ ଦମରେ ଏକାକୀ କେନ୍ଦ୍ରରେ ଗଢିପାରିବ ସରକାର। ସି-ଭୋଟର, ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ମୁଡ ଅଫ୍ ଦ ନେସନ ସର୍ଭେରେ ଏହା ଜଣାପଡ଼ିଛି। ଯଦି ଆଜି ଦିନରେ ଦେଶରେ ଲୋକସଭା ନିର୍ବାଚନ ହୁଏ ବିଜେପି ଏକାକୀ ଜିତିପାରେ ୨୮୧ ଆସନ। ଅନ୍ୟପକ୍ଷରେ କଂଗ୍ରେସ ୭୮ଟି ଆସନ ପାଇବାରେ ସକ୍ଷମ ହୋଇପାରେ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଏବଂ କଂଗ୍ରେସ ୯୯ଟି ଆସନରେ ବିଜୟ ହାସଲ କରିଥିଲେ।ମୁଡ୍ ଅଫ ଦ ନେସନ ସର୍ଭେ ଅନୁଯାୟୀ ଏବେ ନିର୍ବାଚନ ହେଲେ ଅନ୍ୟ ଦଳଗୁଡ଼ିକୁ ୧୮୪ଟି ଆସନ ମିଳିପାରେ। ଆଉ ମେଣ୍ଟ ହିସାବରେ ଯଦି ଦେଖାଯାଏ ଏନଡିଏ ୩୪୩ ଏବଂ ଇଣ୍ଡି ମେଣ୍ଟ ୧୮୮ ଟି ଆସନ ଜିତିବା ନେଇ ଏହି ସର୍ଭେରେ ଆକଳନ କରାଯାଇଛି।
📱 Get Argus News App
✨ସେହିପରି ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କିଏ ସେ ନେଇ ମୁଡ ଅପ ଦ ନେସନରେ କରାଯାଇଛି ସର୍ଭେ। ଆଉ ଏଥର ବି ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୩୫.୩ % ଲୋକପ୍ରିୟତା ସହ ଯୋଗୀ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦ୍ବୀଙ୍କୁଠାରୁ ଢେର ଆଗରେ ଅଛନ୍ତି। ଦ୍ବିତୀୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୧୦.୬ % ସହ ତାଲିକାଲେ ସ୍ଥାନ ପାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ୫.୨ % ସହ ତୃତୀୟରେ। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ୫.୧ % ସହ ଚତୁର୍ଥ, ୪ % ଲୋକପ୍ରିୟତା ସହ ମହାରାଷ୍ଟ୍ର ଦେବେନ୍ଦ୍ର ଫଡନାଭିସ୍ ପଞ୍ଚମରେ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ୩.୫ % ସହ ଷଷ୍ଠ ସ୍ଥାନରେ। ଆସାମ ସିଏମ୍ ହିମନ୍ତ ବିଶ୍ବଶର୍ମା ୩.୪ % ସହିତ ସପ୍ତମ। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ୩.୪ % ସହ ଅଷ୍ଟମ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୨.୨ % ଲୋକପ୍ରିୟତା ସହ ନବମ ସ୍ଥାନରେ ରହିଛନ୍ତି।