ଔରଙ୍ଗଜେବର ମହିମା ମଣ୍ଡନକୁ ନେଇ ରାଜନୈତିକ ଘମାସାନ

କବରରେ ଆରାମରେ ଶୋଇଥିବା ଆଉରଙ୍ଗଜେବ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବ ଯେ ଶତାବ୍ଦୀ ପରେ ଶତାବ୍ଦୀ ବିତିଯିବ । ହେଲେ ତାର କାରନାମାକୁ ନେଇ କୋହରାମ ଥମିବନି । ପରିସ୍ଥିତି ଏବେ ଏମିତି ହୋଇଛି ଯେ, ଜଣେ ନେତାଙ୍କ ବୟାନ ଆଧାରରେ ଦୁଇ ରାଜ୍ୟର ଆଇନ ପ୍ରଣେତାଙ୍କ ଭିତରେ ଘମାସାନ ଚାଲିଛି । ଏ ନେତା ହେଉଛନ୍ତି ଆବୁ ଆଜମୀ । ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ମୁଖିଆ । ଜଣା ନାହିଁ କାହିଁକି ସେ ଫିଲ୍ମ ଆଲୋଚନାରେ ଫସି କ୍ରୁର ମୋଗଲ ଶାସକ ଆଉରଙ୍ଗଜେବର ପ୍ରଶଂସାରେ କସିଦେ ପଢ଼ିଛନ୍ତି । ଆଉ ଯାହାର ପରିଣାମ ସ୍ବରୂପ ବିଧାନସଭାରୁ ତ ନିଲମ୍ବିତ ହୋଇଛନ୍ତି । ତା ଉପରେ ଥାନାରେ ବି ହୋଇଛି ଏଫଆଇଆର । ହେଲେ ଆଜି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଆବୁ ଆଜମୀଙ୍କୁ ଭଲକରି ଦେଇଛନ୍ତି ଅଲଟିମେଟମ୍ । ବିଧାନସଭା ଭିତରେ ହିଁ ଆଉରଙ୍ଗଜେବ ପ୍ରେମୀ ସମାଜବାଦୀ ପାର୍ଟିର ଧଜ୍ଜିଆ ଉଡ଼ାଇ ଦେଇଛନ୍ତି ୟୁପିର ଏହି ଫାୟାର ବ୍ରାଣ୍ଡ ଲିଡର୍ ।ସେପଟେ ରାଜନୈତିକ ଉପଚାରର ପ୍ରୟାସ ମହାରାଷ୍ଟ୍ରରେ ବି ଚାଲିଛି । ଆବୁ ଆଜମୀଙ୍କୁ ପୂରା ବଜେଟ୍ ଅଧିବେଶନ ପାଇଁ ନିଲମ୍ବିତ କରାଯାଇସାରିଛି ।
ଆବୁ ଆଜମୀଙ୍କ ମାଧ୍ୟମରେ ଅନେକ ଦଳଙ୍କର ଚେହେରା ବି ଉଜାଗର ହୋଇଛି । ୟୁପିର କଂଗ୍ରେସ ସାଂସଦ ଆବୁ ଆଜମୀଙ୍କ ବୟାନକୁ ଜଷ୍ଟିଫାଏ କରିବାକୁ ଚେଷ୍ଟା କରିଛନ୍ତି । ସେପଟେ ଦଳର ଅଧ୍ୟକ୍ଷ ଅଖିଳେଶ ୟାଦବ ସୋସିଆଲ ମିଡିଆରେ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଠାରୁ ଆରମ୍ଭ କରି ସ୍ବାଧୀନ ଚିନ୍ତାଧାରାର କଥା କହିଛନ୍ତି । ହେଲେ ମୌକା ଦେଖି ଚୌକା ମାରିବା ପରି ଧୋଇଛି ବିଜେପି । ସମଗ୍ର ମହାରାଷ୍ଟ୍ରରେ ଆଜମୀଙ୍କ ବିରୋଧରେ ଜୋରଦାର ହୋଇଛି ଆନ୍ଦୋଳନ । ଶିବସେନା ପକ୍ଷରୁ ଇଏ ହେଉଥିବା ବିକ୍ଷୋଭର ଏ ଦୃଶ୍ୟ । ବିଧାନସଭା ବାହାରେ ହିଁ ଚପଲରେ ମାଡ଼ ହେଲାଣି । ବିଜେପି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବି ତୀବ୍ର ବିରୋଧ ହୋଇଛି ।
ଆଉରଙ୍ଗଜେବ କେତେ କ୍ରୁର ଥିଲା, ତାର ପ୍ରମାଣ ସମସ୍ତେ ଜାଣିଛନ୍ତି । ଯିଏ ବାପାଙ୍କୁ ବି ଛାଡ଼ି ନଥିଲା । ଛାଭା ଫିଲ୍ମରେ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଦେଖାଯାଇଛି । ହେଲେ କିଛି ଲୋକଙ୍କୁ ଏହା ହଜମ ହେଉନାହିଁ । ସେମାନଙ୍କର ଫୋକସ ହେଉଛି ତୁଷ୍ଟିକରଣ । ମୁସଲିମ ଭୋଟବ୍ୟାଙ୍କ । ତେଣୁ ସେଥିପାଇଁ ସେମାନେ ଏବେ ଏଭଳି ବାଟ ଆପଣେଇଛନ୍ତି । ଯାହା ନିଶ୍ଚିତ ରୂପେ ଦୁର୍ଭାଗ୍ୟଜନକ ।