'ବିଧାୟକଙ୍କ ପ୍ରସ୍ତାବକୁ ଦିଆଯିବ ଅଗ୍ରାଧିକାର'

Key Points
ପ୍ରୟାଗରାଜରେ ମୋଟ୍ ୧୭୦୦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ଯାହା ମଧ୍ୟରେ ୬୭୦୦ କୋଟି ଟଙ୍କାର ନୂଆ କାର୍ଯ୍ୟ ହେବ ।
ବିଧାୟକମାନଙ୍କ ପ୍ରସ୍ତାବ ଉପରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ହେବ । ପ୍ରୟାଗରାଜ ଗସ୍ତରେ ଥିବା ବେଳେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଜନ ପ୍ରତିନିଧିଙ୍କ ସହ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଯାହା ମଧ୍ୟରେ ପୂର୍ତ୍ତ ବିଭାଗର କୋଟି କୋଟି ଟଙ୍କାର କାର୍ଯ୍ୟ ଅନ୍ତର୍ଭୁକ୍ତ ।
ପର୍ଯ୍ୟାୟ ଭିତ୍ତିରେ ଏସବୁ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ପ୍ରୟାଗରାଜରେ ମୋଟ୍ ୧୭୦୦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଯାହା ମଧ୍ୟରେ ୬୭୦୦ କୋଟି ଟଙ୍କାର ନୂଆ କାର୍ଯ୍ୟ ହେବ । ଜର୍ଜର ରେଲୱେ ଫ୍ଲାଇଓଭର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ୮୦ କୋଟି ଟଙ୍କାରେ ଖର୍ଚ୍ଚରେ ଏହି ଓଭରବ୍ରିଜକୁ ନୂଆ ସ୍ୱରୂପ ମିଳିବ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସଭା ସ୍ଥଳର ନୀରିକ୍ଷଣ କରିଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବାପୁରୀର ବନୌଲି ଗାଁରେ ହେବାକୁ ଥିବା ଜନସଭାସ୍ଥଳରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ପିଏମ ମୋଦିଙ୍କ ପାଇଁ ତିଆରି ହୋଇଥିବା ହେଲିପ୍ୟାଡର ନୀରିକ୍ଷଣ କରିଛନ୍ତି। ଏହି ଅବସରରେ ସେ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାରଣ ପ୍ରଧାନମନ୍ତ୍ରୀ ମୋଦି ଏହି ଜନସଭାରେ କିଛି ଦିବ୍ୟାଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସଭାସ୍ଥଳରେ ପାନୀୟ ଜଳର ବ୍ୟବସ୍ଥା ସହ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ଅଧିକାରୀଙ୍କୁ ପଚାରି ବୁଝିଥିଲେ ।