Bihar Election / ବିହାର ଦେଖିଲା ଯୋଗୀ ଓ ରାଜନାଥଙ୍କ ଧୂଆଁଧାର ପ୍ରଚାର
·8 months ago·2 min read

Key Points
ଦିନକ ପରେ ଶେଷ ହେବ ବିହାରର ନିର୍ବାଚନୀ ପ୍ରଚାର
ସୀତାମାଢ଼ି ଓ ବେତିୟାରେ ବର୍ଷିଲେ ମୋଦି
କହିଲେ ବିରୋଧୀଙ୍କୁ ବିହାରବାସୀ ଦେଇଛନ୍ତି 65 ଭୋଲ୍ଟର ଝଟକା
ପୁର୍ଣ୍ଣିୟା ଏବଂ କଟିହାରରେ ଶାହଙ୍କ ରଣହୁଙ୍କାର
ବିହାର ଦେଖିଲା ଯୋଗୀ ଓ ରାଜନାଥଙ୍କ ଧୂଆଁଧାର ପ୍ରଚାର

ବିହାର ବାଜି ଜିତିବାକୁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି ସବୁ ଦଳ। ଆସନ୍ତା 11ରେ 2ୟ ପର୍ଯ୍ୟାୟ ପାଇଁ ପଡ଼ିବ ଭୋଟ୍। ଆସନ୍ତାକାଲି ନିର୍ବାଚନୀ ପ୍ରଚାରର ଶେଷ ଦିନ ହୋଇଥିବାରୁ ଶେଷ ମୁହୂର୍ତ୍ତରେ ଘମାସାନ ହୋଇଛି ପ୍ରଚାର ମୈଦାନ। ଏହି ପର୍ଯ୍ୟାୟର ଭୋଟିଂ ବିହାରର ଭାଗ୍ୟବିଧାତା ନିର୍ଦ୍ଧାରଣ କରିବ।କୁ ଯାଉଥିବାରୁ ଅଧିକରୁ ଅଧିକ ଜନମତ ନିଜ ନିଜ ପକ୍ଷରେ କରିବାକୁ ସବୁ ଦଳ କରୁଛନ୍ତି ଆପ୍ରାଣ ଉଦ୍ୟମ।ବିହାରରେ ବହୁଛି ରାଜନୀତିର ଝଡ଼। ଯାହାର ପ୍ରଭାବ ପୁରା ଦେଶରେ ଦେଖିବାକୁ ମିଳୁଛି। ପ୍ରଚାର ଲାଗି ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ବିହାରର ପ୍ରଚାର ମୈଦାନ ପୁରା ସରଗରମ ହୋଇଛି। NDA ପାଇଁ ସୀତାମଢ଼ି ଓ ବେତିୟାରେ ଘମାସାନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମଞ୍ଚରୁ ବିରୋଧୀଙ୍କୁ କରିଛନ୍ତି ସିଧା ନିଶାନା। ମୋଦି କହିଛନ୍ତି ବିହାରର ପ୍ରଥମ ପର୍ଯ୍ୟାୟ ଭୋଟିଂ ବିରୋଧୀଙ୍କ ଖୁସି ମଉଳାଇ ଦେଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିହାରବାସୀ ମହାମେଣ୍ଟକୁ ଦେଇଛନ୍ତି 65 ଭୋଲ୍ଟଟେଜ ଝଟକା। ଜଙ୍ଗଲରାଜ ଓ ଆଇନଶୃଙ୍ଗଳା ପ୍ରସଙ୍ଗରେ RJD ଓ କଂଗ୍ରେସକୁ ଘେରିଛନ୍ତି ମୋଦି। ସତ୍ୟାଗ୍ରହର ଭୂମିକୁ ଜଙ୍ଗଲରାଜର ମାଟି ବନାଇବାରେ ରହିଛି RJD ଓ କଂଗ୍ରେସର ହାତ। ଏମିତିକି RJDର କ୍ୟାମ୍ପେନ ଭିଡିଓ ଏବଂ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରି ଗୁଣ୍ଡା ହେବାକୁ ଉସୁକାଇବା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ମୋଦି।
ପୂର୍ଣ୍ଣିଆ ଓ କଟିହାରରେ ଧୂଆଁଧାର ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କ ପ୍ରତିଟି ଭାଷଣରେ ଝଲସିଛି ବିକଶିତ ବିହାରର ଛବି। ପୂର୍ଣ୍ଣିଆର ବନମାନଖିରେ କଂଗ୍ରେସ ଓ RJDର ଭୋଟବ୍ୟାଙ୍କ ପଲିଟିକ୍ସର ପୋଲ୍ ଖୋଲିଛନ୍ତି ଶାହ। ବିହାରରେ 15 ବର୍ଷ ଶାସନ ଗାଦିରେ ରହି ମଧ୍ୟ ମାତା ସୀତାଙ୍କ ମନ୍ଦିର ବନାଇପାରିନଥିଲା RJD। RJDକୁ ଥିଲା ଭୋଟ୍ କଟିଯିବାର ଡର। ହେଲେ NDA ସରକାର ଏହା କରିକି ଦେଖାଇଛନ୍ତି। ସୀତାମାଢ଼ିରେ ନିର୍ମାଣ ହେଉଛି ମାତା ସୀତାଙ୍କ ଭବ୍ୟ ମନ୍ଦିର। NDA ଭୋଟ୍ ବ୍ୟାଙ୍କ ରାଜନୀତି କରେନି କହି ସିଧା ଟାର୍ଗେଟ୍ କରିଛନ୍ତି ଶାହ। ସେପଟେ ପୂର୍ବ ଚମ୍ପାରଣ ଓ ରୋହତାସରେ ଜୋରଦାର ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
NDAକୁ କାଉଣ୍ଟର କରିବାକୁ ଜୋରଦାର ଉଦ୍ୟମ କରିଛି ମହାମେଣ୍ଟ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଧରିଛନ୍ତି ପ୍ରଚାରର ମଙ୍ଗ। ମହାମେଣ୍ଟର ସିଏମ ଫେସ୍ ତେଜସ୍ବୀ ବି ଡେଇଁଛନ୍ତି ପ୍ରଚାର ମୈଦାନକୁ। ନିଜ ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ଆଉ ହାତରେ ମାତ୍ର ଗୋଟିଏ ଦିନ। ଯେଉଁଥି ଲାଗି ପ୍ରଚାର ମୈଦାନରେ ନିଜ ନିଜ ସବୁ ବଳ ଲଗାଇଦେଇଛନ୍ତି ରାଜନୈତିକ ଦଳ। ତେବେ ଦେଖିବାର କଥା ବିହାର ଜନତା କାହା ଉପରେ ନିଜ ବିଶ୍ୱାସ ଜତାଉଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories