Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମ ନବମୀ ପ୍ରସ୍ତୁତି ସମୀକ୍ଷା କଲେ ଯୋଗୀ ଆଦିତ୍ୟନାଥ

Smruti Parija
Browse all articles by Smruti Parija
·2 years ago·1 min read
ରାମ ନବମୀ ପ୍ରସ୍ତୁତି ସମୀକ୍ଷା କଲେ ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ: ରାମ ନବମୀରେ 24 ଘଣ୍ଟା ମିଳିବ ରାମଲାଲାଙ୍କ ଦର୍ଶନ । ଅଯୋଧ୍ୟା ରାମ ମନ୍ଦିରରେ ରାମମବମୀର ପ୍ରସ୍ତୁତି ସମୀକ୍ଷା କରୁଥିବାବେଳେ ବରିଷ୍ଠ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଷ୍ଟମୀ, ନବମୀ ଓ ଦଶମୀରେ ରାମ ମନ୍ଦିରରେ 24 ଘଣ୍ଟିଆ ଦର୍ଶନ ଓ ପୂଜା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଚଳିତ ବର୍ଷ ରାମ ନବମୀରେ ରାମଲାଲାଙ୍କ ଦର୍ଶନ ପାଇଁ ଅଧୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଭକ୍ତ ଯେମିତି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ପୂଜା ପାଠ ସମୟରେ ମନ୍ଦିରର ଦ୍ୱାର ବନ୍ଦ କରାଯାଉ । ଅନ୍ୟ ସମୟରେ ଖୋଲା ରହୁ । ଯ ଦ୍ୱାରା ବିନା କୌଣସି ଦ୍ୱିଧାରେ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ ।  

ସହରରେ ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଉତ୍ତାପ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରି ଏହି ଉଦ୍ୟମ ପାଇଁ ନଗର ଉନ୍ନୟନ ବିଭାଗ ସହ ସମନ୍ୱୟର ଆବଶ୍ୟକତା ଉପରେ ଅଲୋଚନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
Yogi Adityanath reviewed the preparation of Ram Navami | Argus News